Hindi News >>Home >>Odisha State

ନିର୍ବାଚନୀ ହିଂସା: କଣ୍ଟାମାଳରେ ପୁଲିସକୁ ମାଡ଼, ଦର୍ଲିପାଲିରେ ଅଫିସରଙ୍କୁ ତାଲା

ପ୍ରିଜାଇଡିଂ ଅଧିକାରୀ ପକ୍ଷପାତିତା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଛି। 

Advertisement
ନିର୍ବାଚନୀ ହିଂସା: କଣ୍ଟାମାଳରେ ପୁଲିସକୁ ମାଡ଼, ଦର୍ଲିପାଲିରେ ଅଫିସରଙ୍କୁ ତାଲା
Stop
Soubhagya Ranjan Mishra|Updated: May 20, 2024, 09:36 PM IST

ଭୁବନେଶ୍ୱର: ନିର୍ବାଚନ ପରବର୍ତ୍ତୀ ସମୟରେ ହିସା ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲାରେ  ଉତ୍ତେଜନା ଉଗ୍ର ହୋଇଛି ଯେ ପୋଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଛି। ଲୋକେ ଭୋଟ ଦେବାରୁ ବଞ୍ଚିତ ହୋଇ ଆନ୍ଦୋଳନ କରୁଥିବା ବୋଳେ ପୋଲିସ ଉପରକୁ ଢେଲା ପକାଇଥିଲେ। ଏହାପରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଘଟଣା ଘଟିଛି ମହାଶ୍ୱର ପିଣ୍ଡାର ଗାଁର ୨୮ ନମ୍ବର ବୁଥରେ। ପ୍ରିଜାଇଡିଂ ଅଧିକାରୀ ପକ୍ଷପାତିତା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଛି। 

ସେହିପରି ସୁନ୍ଦରଗଡ଼ରେ ଭୋଟ୍‍ ଦେବାରୁ ବଞ୍ଚିତ ହେବାରୁ ଦର୍ଲିପାଲିର ୧୪୯ନମ୍ବର ବୁଥରେ ପୁଲିଂ ଅଧିକାରୀଙ୍କୁ  ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଅଧିକାରୀ ଏ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। 

ସେହିପରି ଗଞ୍ଜାମ ଜିଲ୍ଲାର  ଆସ୍କା ନିର୍ବାଚନ ମଣ୍ଡଳୀର ପୋଲସରାଠାରେ ଦୁଇ ଗୋଷ୍ଠୀ ଭିତରେ ହାତାହାତି ହେତୁ ତିନିଜଣ ଆହତ ହୋଇଛନ୍ତି। ଭୋଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେିଛି। ଗୋଟିଏ ଗୋଷ୍ଠୀର ଦୁଇଜଣ ଓ ଅନ୍ୟ ଗୋଷ୍ଠୀର ଜଣେ ଆହତ ହୋଇଛନ୍ତି। ଆହତଙ୍କୁ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ମେଡିକାଲ୍‍କୁ ସ୍ଥାନାନ୍ତର କରାଯାଇଛି। ୧୩ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ମଧ୍ୟ ଅନୁରୂପ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଯେଉଁଥିରେ ବିଜେପି ଲୋକସଭା ପ୍ରାର୍ଥୀ ଆହତ ହୋଇଥିବା ଅଭିଯୋଗ ହୋଇଛି।

Also Read- ବଡ଼ଚଣାରେ ମାଟି ଚିନ୍ତା: ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ବରିଷ୍ଠ ନାଗରିକଙ୍କ ବିରୋଧ

Read More
{}{}