Hindi News >>Home >>Odisha State

EID 2024: ଇଦ୍ ପାଇଁ ଉତ୍ସବ ମୁଖର ରାଜ୍ୟ, ଚାଲିଛି ସାମୁହିକ ନମାଜ ପାଠ

EID 2024: ଇଦ୍ ପାଇଁ ଉତ୍ସବ ମୁଖର ସାରା ଦେଶ। ଆଜି ସାରା ଦେଶର ପାଳନ ହେଉଛି ମୁସଲମାନ ଭାଇ ଭଉଣୀ ମାନଙ୍କର ଏହି ବଡ଼ ପର୍ବ ଇଦ୍ ବା ଇଦ-ଉଲ-ଫିତର (Eid-ul-Fitr 2024)। ଇଦ୍ ପାଳନ ନେଇ ଇସଲାମ ଧର୍ମାଲମ୍ବୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। 

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
Stop
Zee Odisha Desk|Updated: Apr 11, 2024, 08:03 AM IST

EID 2024: ଇଦ୍ ପାଇଁ ଉତ୍ସବ ମୁଖର ସାରା ଦେଶ। ଆଜି ସାରା ଦେଶର ପାଳନ ହେଉଛି ମୁସଲମାନ ଭାଇ ଭଉଣୀ ମାନଙ୍କର ଏହି ବଡ଼ ପର୍ବ ଇଦ୍ ବା ଇଦ-ଉଲ-ଫିତର (Eid-ul-Fitr 2024)। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଏବଂ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ଅନୁସାରେ ଆଜି ରାଜ୍ୟରେ ଇଦ୍ ପାଳନ ହେଉଛି।  ଇଦ୍ ପାଳନ ନେଇ ଇସଲାମ ଧର୍ମାଲମ୍ବୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ମସଜିଦ୍ ଗୁଡିକରେ ସମୁହ ନମାଜ ପାଠ କରାଯାଉଥିବା ବେଳେ ପରପ୍ପରକୁ ଇଦ୍ ମୁବାରକ୍ ର ଶୁଭେଚ୍ଛା ଜଣାଉଛନ୍ତି। ଏବଂ ବିରିୟାନୀ, ସିମେଇ, ଲଛା ଓ ସର୍ବତର ଘରେ ଘରେ ଆସର ଜମୁଛି। 

ALSO READ: Guru Gochar 2024: ଆସନ୍ତା ମାସରେ ତୁଳା ରାଶିକୁ ଚଳନ କରିବେ ଦେବଗୁରୁ ବୃହସ୍ପତି, ବଦଳିବ ଏହି ତିନି ରାଶିଙ୍କ ଭାଗ୍ୟ

କେବଳ ଓଡି଼ଶାରେ ନୁହେଁ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର ପ୍ରମୁଖ ମସଜିଦ ମଧ୍ୟ ଇଦ୍ ପାଳନ କରାଯାଉଛି। ଏନେଇ ଦିଲ୍ଲୀର ଜମା ମସଜିଦ୍ ରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିଲା ପବିତ୍ର ରମଜାନ ମାସ । ରମଜାନ ମାସରେ ‘ରୋଜା’ ରଖୁଥିବା ଭାଇ, ଭଉଣୀମାନେ ସୂର୍ଯ୍ୟଦୋୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ବ୍ରତ ଭାଙ୍ଗି ଖାଦ୍ୟ ଖାଇଥାନ୍ତି ଏବଂ ଦିନସାରା ଉପବାସ କରିଥାନ୍ତି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ମୁସଲମାନ ସମ୍ପ୍ରଦାୟ ଏକାଠି ହୋଇ ନମାଜ ପାଠ କରିଥାନ୍ତି  । ତେବେ, ଏହି ମାସରେ ଗରିବଙ୍କୁ ସାହାର୍ଯ୍ୟ କଲେ ଆଲ୍ଲା ଖୁସି ହୋଇ ଥାଆନ୍ତି ବୋଲି ବିଶ୍ବାସ୍ ରହିଛି।

ଇସଲାମିକ୍ ଧର୍ମଶାସ୍ତ୍ର ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଆକାଶରେ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ।  ଯଦି ପବିତ୍ର ରମଜାନ୍ ମାସରେ ୨୯ ତମ ଦିନରେ ଚାନ୍ଦ ଦୃଶ୍ୟମାନ ନ ହୁଏ । ତେବେ, ୩୦ ତମ ଦିନରେ ଉପବାସ ବା ରୋଜା ରଖାଯାଏ। ଏବଂ ତା ପରଦିନ  ଇଦ୍ ପର୍ବ ବା ଇଦ ଉଲ ଫିତର ପାଳନ କରାଯାଏ।  ଆଉ ସବୁଠୁ ବଡ଼ କଥା ହେଉଛି ଯେ, ସାଉଦି ଆରବରେ ଆଜି ଇଦ୍ ପର୍ବ ପାଳନ କରାଯାଇଛି। 

Read More
{}{}