Hindi News >>Home >>Odisha State

Hit and Run ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର, ପଢ଼ନ୍ତୁ ପୂରା ଷ୍ଟୋରୀ..

Hit and Run: ପାରାଦୀପ ଇଣ୍ଡିଆନ ଅଏଲ୍ ଟର୍ମିନାଲ୍ ସ୍ଥିତ ତୈଳ ପରିବହନ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ ସଭା। ଡ୍ରାଇଭର ଭାଇ ମାନଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର ଆଣିଥିବା କଳା ଆଇନ୍ କୁ ବାତିଲ କରିବା ଉଦ୍ଦେଶ୍ୟରେ ଏହି ପ୍ରତିବାଦ ସଭା। ଏହି ସଭାରେ ଶତାଧିକ ଟ୍ରକ ଡ୍ରାଇଭର ଭାଇମାନେ ଉପସ୍ଥିତ ରହି କେନ୍ଦ୍ର ସରକାର ଆଣିଥିବା କଳାଆଇନ୍ କୁ ବିରୋଧ କରାଯାଇଛି।

Advertisement
Hit and Run ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର, ପଢ଼ନ୍ତୁ ପୂରା ଷ୍ଟୋରୀ..
Stop
Narayan Behera|Updated: Jan 04, 2024, 05:12 PM IST

Hit and Run: ପାରାଦୀପ ଇଣ୍ଡିଆନ ଅଏଲ୍ ଟର୍ମିନାଲ୍ ସ୍ଥିତ ତୈଳ ପରିବହନ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ ସଭା। ଡ୍ରାଇଭର ଭାଇ ମାନଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର ଆଣିଥିବା କଳା ଆଇନ୍ କୁ ବାତିଲ କରିବା ଉଦ୍ଦେଶ୍ୟରେ ଏହି ପ୍ରତିବାଦ ସଭା। ଏହି ସଭାରେ ଶତାଧିକ ଟ୍ରକ ଡ୍ରାଇଭର ଭାଇମାନେ ଉପସ୍ଥିତ ରହି କେନ୍ଦ୍ର ସରକାର ଆଣିଥିବା କଳାଆଇନ୍ କୁ ବିରୋଧ କରାଯାଇଛି। ଏହି ଆଇନ୍ କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଡ୍ରାଇଭର ସଂଘ।

 ଯଦିଓ ଏହି ଆଇନ୍ ଉପରେ ବିଚାର କରା ନଯାଏ ତାହା ହେଲେ ସାରାଦେଶରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ପାରାଦୀପ(Paradeep) ତୈଳ ପରିବହନ କର୍ମଚାରୀ ସଂଘ ଚେତାବନୀ ଦେଇଛି। ଏହିପରି ବିଭିନ୍ନ ଡ୍ରାଇଭର ସଂଘ(Driver Association) ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ପ୍ରତିବାଦ ସ୍ବର ଉଠିଥିବା ବେଳେ ପାରାଦୀପ ର ବିଭିନ୍ନ ତୈଳ ଡିପୁ ର ଡ୍ରାଇଭର ସଂଘ ପକ୍ଷରୁ ଏହିଭଳି ପ୍ରତିବାଦ ସଭା ହୋଇଛି। ସରକାର ଡ୍ରାଇଭର ଭାଇମାନଙ୍କ ଉପରେ ଅଣା ଯାଇଥିବା କଳାଆଇନ୍ କୁ ହଟାଇବା ଉଦ୍ଦେଶ୍ୟରେ ଏହି ପ୍ରତିବାଦ ସଭା ହୋଇଯାଇଛି।

ନୂଆ ଆଇନରେ ହିଟ ଆଣ୍ଡ ରନ ଆଇନ ଅନୁସାରେ ଯଦି କୌଣସି ଟ୍ରକ,ବସ ଓ ଡମ୍ପର ଡ୍ରାଇଭର ହିଟ ଆଣ୍ଡ ରନ ମାମଲାରେ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ପାଇଁ ୧୦ ବର୍ଷର ଜେଲ ଦଣ୍ଡାଦେଶ ରହିବ। ମାମଲାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି ।ଯାହାକୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି।

Also Read: Sambalpur Accident: ନାବାଳକ ମୃତ୍ୟୁ ଘଟଣା, ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗିରଫ ଲୋକଙ୍କୁ ଛାଡିବା ପାଇଁ ଦାବି

Read More
{}{}