Hindi News >>Home >>Odisha State

Odisha News: ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବନ ନିମନ୍ତେ ଈ-ରିକ୍ସା ବଣ୍ଟନ

Odisha News: ସେଥି ମଧ୍ୟରୁ ଯୁଯୁମରାରୁ ୫ ଜଣ, ଧନକଉଡାରୁ ଜଣେ, ମାନେଶ୍ଵରରୁ ୨ ଜଣ, ନାକଟିଦେଉଳ ରୁ ୨ ଜଣ ଓ ସମ୍ବଲପୁର ସଦରରୁ ୫ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସେହି ଉତ୍ସବରେ ଭୀମସାରର ସୁପେରିଟେଣ୍ଡେଣ୍ଟ ଡ. ଲାଲମୋହନ ନାୟକ,ପ୍ରଶାସକନିକ ଅଧିକାରୀ ସୁଦର୍ଶନ ସ,ଏମସିଏଲ, ସିଏସଆର ମ୍ୟାନେଜର ଏସ.କେ ସିଶା, ଅରବିନ୍ଦ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।

Advertisement
Odisha News: ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବନ ନିମନ୍ତେ ଈ-ରିକ୍ସା ବଣ୍ଟନ
Stop
Ajay Kumar Nath|Updated: Jul 19, 2024, 02:39 PM IST

Odisha News: ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବନ ନିମନ୍ତେ ଈ-ରିକ୍ସା ବଣ୍ଟନ। ଗୁରୁବାର ସମ୍ବଲପୁର ବୈଜାମୁଣ୍ଡା ସ୍ଥିତ ସମନ୍ବିତ ଭିତ୍ତିଭୂମି ପରିସରରେ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ,ବୁର୍ଲାର ମିଳିତ ଆନୁକୁଲ୍ୟ ରେ ୧୫ ଜଣ ଭିନ୍ନକ୍ଷମଙ୍କୁ ଈ-ରିକ୍ସା ବଣ୍ଟନ କରାଯାଇଥିଲା। ସେଥି ମଧ୍ୟରୁ ଯୁଯୁମରାରୁ ୫ ଜଣ, ଧନକଉଡାରୁ ଜଣେ, ମାନେଶ୍ଵରରୁ ୨ ଜଣ, ନାକଟିଦେଉଳ ରୁ ୨ ଜଣ ଓ ସମ୍ବଲପୁର ସଦରରୁ ୫ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସେହି ଉତ୍ସବରେ ଭୀମସାରର ସୁପେରିଟେଣ୍ଡେଣ୍ଟ ଡ. ଲାଲମୋହନ ନାୟକ,ପ୍ରଶାସକନିକ ଅଧିକାରୀ ସୁଦର୍ଶନ ସ,ଏମସିଏଲ, ସିଏସଆର ମ୍ୟାନେଜର ଏସ.କେ ସିଶା, ଅରବିନ୍ଦ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଇଏଏସ ଅଧ୍ୟକ୍ଷତା କରିବା ସହ ଭିନ୍ନକ୍ଷମମାନେ ନିଜକୁ ଆତ୍ମନିର୍ଭର ଶୀଳ କରିବାରେ ଈ-ରିକ୍ସାର ପ୍ରଚଳନ ଏକ ସମୟ ଉପଯୋଗୀ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ଏହି ଉଦ୍ୟମ ପାଇଁ MCL ର ସହଯୋଗକୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ସେ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ରେ ଭିନ୍ନକ୍ଷମ ମାନେ ନିଜର ସାମର୍ଥ୍ୟକୁ ବୁଝି ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଓ ସେଥି ପାଇଁ ପ୍ରଶାସନ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବାର ଅଶ୍ଵାସନା ମଧ୍ୟ ଦେଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ୧୦୦ ଟି ହୁଇଲ ଚେୟାର ମଧ୍ୟ ଏହି ଅବସରରେ ପ୍ରଦାନ କରଯାଇଥିଲା। ଜିଲ୍ଳାପାଳ ମୂକ ଓ ବଧୀର ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ସହ କଥା ବାର୍ତା କରିବା ସହିତ ସ୍କୁଲର ମୁଖ୍ୟ ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ଅଶ୍ଵାସନା ଦେଇଥିଲେ। କାର୍ଯ୍ୟକ୍ରମ କୁ ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ର ର ଅଧିକାରୀ ରବୀନ୍ଦ୍ର ନାଥ ଶତପଥୀ ପରିଚାଳନା କରିଥିଲେ।

Read More
{}{}