Hindi News >>Home >>Odisha State

Flight Service: ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡି଼ବ ବିମାନ, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା?

Flight Service: ବିକାଶ ପଥରେ ଆଗଉଛି ଓଡି଼ଶା । ଝାରସୁଗୁଡା ସହ ଆକାଶ ପଥରେ ଯୋଡି଼ ହେବାକୁ ଯାଉଛି ଆଉ ଏକ ସହର (Direct Flight start From Jharsuguda To Kolkata today) । ଆଜିଠୁ ଝାରସୁଗୁଡାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। କୋଲକାତାକୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହେଉଛି। ପଢନ୍ତୁ ପୂରା ରିପୋର୍ଟ...

Advertisement
Flight Service: ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡି଼ବ ବିମାନ, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା?
Stop
Zee Odisha Desk|Updated: Nov 05, 2023, 09:58 AM IST

Flight Service: ବିକାଶ ପଥରେ ଆଗଉଛି ଓଡି଼ଶା । ଝାରସୁଗୁଡା ସହ ଆକାଶ ପଥରେ ଯୋଡି଼ ହେବାକୁ ଯାଉଛି ଆଉ ଏକ ସହର (Direct Flight start From Jharsuguda To Kolkata today) । ଆଜିଠୁ ଝାରସୁଗୁଡାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। କୋଲକାତାକୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହେଉଛି। ଯାହା ଫଳରେ କୋଲକାତ ଓ ଓଡି଼ଶା ଯାତ୍ରୀ ଅଧିକ ପରିମାଣରେ ଉପକୃତ ହେବେ। ଏପରିକି ପଶ୍ଚିମବଙ୍ଗ ଯାତ୍ରୀମାନେ ଓଡି଼ଶାକୁ ଯାତାୟତ କରିବା ଆହୁରି ସହଜ ହେବ। ଏହି ସେବା ଯାତ୍ରୀଙ୍କୁ ପ୍ରତିଦିନ ମିଳିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ପ୍ରତିଦିନ ସଂନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ସେହିପରି, ଝାରସୁଗୁଡାରୁ ସଂନ୍ଧ୍ୟା ୭ ଟା ୫୫ ମିନିଟରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ ବୋଲି ଜଣାପଡି଼ଛି। 

ଏହାବି ପଢନ୍ତୁ : Puri News: ଏହି ଦିନ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ

ସେହିପରି ଦୀପାବଳୀ ପରେ ରାଜ୍ୟବାସୀଙ୍କୁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। କାହିଁକିନା ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ବିମାନ ସେବା ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୫ ତାରିଖରେ ଏହି ସେବା ଆରମ୍ଭ ହେବାକୁ ଯାଉଛି।  ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ । ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ବେଙ୍ଗାଳୁରୁକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ । ଏହାଦ୍ବାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ । ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ବରକୁ ବିମାନ ସେବା ପ୍ରଦାନ କରୁଛି ।

ତେବେ, ସେହିପରି ଆସନ୍ତାକାଲି ମଧ୍ୟ ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ (Bhubaneswar Jeypore second direct flight from Nov 6) । ଏହି ସେବା ଚଳିତ ମାସ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି।  ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ। ରାଜ୍ୟ ସରକାରଙ୍କ ସହଯୋଗରେ ଇଣ୍ଡିଆ ୱାନ ବିମାନ କମ୍ପାନୀ (IndiaOne) ଏହି ସେବା ଯୋଗାଇବ ବୋଲି ଜଣାପଡି଼ଛି।

ଜାଣନ୍ତୁ ବିମାନ ଯାତ୍ରାର ସମୟ:
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବିମାନଟି ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟ୍ ରେ ପହଞ୍ଚିବା ବୋଲି ସୂଚନା ମିଳିଛି। ପ୍ରତି ସପ୍ତାହର ଦୁଇ ଦିନ ସୋମବାର ଓ ଶୁକ୍ରବାର ଏହି ସେବା ଯାତ୍ରୀଙ୍କୁ ମିଳିବ। ତାହା ପୁଣି ଖୁବ୍ କମ୍ ଖର୍ଚ୍ଚରେ।

Read More
{}{}