Hindi News >>Home >>Odisha State

Puri News: ମହାବାହୁଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ, କହିଲେ ‘ଶୀଘ୍ର ଖୋଲାଯାଉ ରତ୍ନଭଣ୍ଡାର’

Puri News: ଆଜି ପୁରୀ ଆସି ମହାପ୍ରଭୁଙ୍କ (Puri Jagannath Temple) ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳର ମଙ୍ଗଳ ଆଳତି ଦର୍ଶନ କରି ଖୁବ ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ( Union Education Minister Dharmendra Pradhan )। ରତ୍ନଭଣ୍ଡାର (Ratna Bhandar )ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

Advertisement
Puri News: ମହାବାହୁଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ, କହିଲେ ‘ଶୀଘ୍ର ଖୋଲାଯାଉ ରତ୍ନଭଣ୍ଡାର’
Stop
Zee Odisha Desk|Updated: Nov 18, 2023, 02:18 PM IST

Puri News: ଆଜି ପୁରୀ ଆସି ମହାପ୍ରଭୁଙ୍କ (Puri Jagannath Temple) ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳର ମଙ୍ଗଳ ଆଳତି ଦର୍ଶନ କରି ଖୁବ ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ  ( Union Education Minister Dharmendra Pradhan )। ରତ୍ନଭଣ୍ଡାର (Ratna Bhandar )ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ପ୍ରତି ଏଏସଆଇ ନାଟମଣ୍ଡପ ମରାମତି କାର୍ଯ୍ୟ କରିବାକୁ ପ୍ରସ୍ତୁତ କରିଥିବା ପ୍ଲାନ ଦେଖିବା ପରେ ଏ ଏସଆଇର କାର୍ଯ୍ୟଦକ୍ଷତାକୁ ନେଇ ପ୍ରସଂଶା କରିଥିଲେ । ଏଥିସହିତ ଲୁହା ବିମ ସବୁକୁ କାଢି ଷ୍ଟିଲ ବିମ ସବୁକୁ ଇଂଷ୍ଟାଲ କରିବାକୁ ଏଏସଆଇ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । 

ସେପଟେ ଭକ୍ତଙ୍କ ସହ ବେଶ ଆଲୋଚନା କରିଥିଲେ।ଏହି ଗସ୍ତରେ ଶଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଭାଗନେବା ସହ ଦୁଇଟି ଭାଷାରେ ଅନୁବାଦିତ ହୋଇଥିବା ଲକ୍ଷ୍ମୀପୁରାଣ ସଙ୍କଳନର ଉନ୍ମୋଚନ କରିବେ । ଏହା ସହ ଆଜି ସଂଦ୍ଧ୍ୟାରେ ଢେଙ୍କାନାଳ ସପ୍ତଶଯ୍ୟା ମହୋତ୍ସବରେ ଯୋଗଦେବା ପରେ ଆସନ୍ତାକାଲି ପୁଣି ପୁରୀରେ ଶଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟ ରେ ୧୦୦ କୋଟି ପ୍ରକଳ୍ପର ଶୀଳାନ୍ୟାସ କରିବେ। ଆଜି ମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମନ୍ତ୍ରୀଙ୍କୁ ଭେଟି ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ସମ୍ପର୍କରେ ଅବଗତ କରାଇଥିଲେ। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିଥିବା ବେଳେ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଐତିହ୍ୟର ପୁନଃରୁଦ୍ଧାର କରିବା ସର୍ବପ୍ରଥମ ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର।

 

 

 

Read More
{}{}