Hindi News >>Home >>Odisha State

Odisha News: ଆଜି ପବିତ୍ର ବୈଶାଖ ସୋମବାର , ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଗୋପାଳ ଭକ୍ତ

Odisha News: ଆଜି ପବିତ୍ର ବୈଶାଖ ସୋମବାର । ଏନେଇ ଚଳଚଞ୍ଚଳ ରାଜ୍ୟରେ ଥିବା ଶୈବ ପୀଠ । ଏହି କ୍ରମରେ ଭଦ୍ରକରେ ଥିବା ବାବା ଆଖଣ୍ଡଳମଣିଙ୍କ ପୀଠ ଲୋକରାଣ୍ୟ ହୋଇପଡି଼ଛି। ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଂଜିକା ଅନୁଯାୟୀ ପଣା ସଂକ୍ରାନ୍ତି ଠାରୁ ଏକମାସ ଧରି ଚାଲିଛି ଶୀତଳ ଉପଚାର ନୀତି। 

Advertisement
Odisha News: ଆଜି ପବିତ୍ର ବୈଶାଖ ସୋମବାର , ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଗୋପାଳ ଭକ୍ତ
Stop
Abhaya mohanty|Updated: Apr 22, 2024, 11:06 AM IST

Odisha News: ଆଜି ପବିତ୍ର ବୈଶାଖ ସୋମବାର । ଏନେଇ ଚଳଚଞ୍ଚଳ ରାଜ୍ୟରେ ଥିବା ଶୈବ ପୀଠ । ଏହି କ୍ରମରେ ଭଦ୍ରକରେ ଥିବା ବାବା ଆଖଣ୍ଡଳମଣିଙ୍କ ପୀଠ ଲୋକରାଣ୍ୟ ହୋଇପଡି଼ଛି। ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଂଜିକା ଅନୁଯାୟୀ ପଣା ସଂକ୍ରାନ୍ତି ଠାରୁ ଏକମାସ ଧରି ଚାଲିଛି ଶୀତଳ ଉପଚାର ନୀତି। ଏହି ନୀତିରେ ମନ୍ଦିରର ଶହଶହ ବର୍ଷର ପରମ୍ପରା ଅନୁଯାୟୀ ପବିତ୍ର ବୈଶାଖ ମାସର ପ୍ରତି ସୋମବାରରେ ବାବାଙ୍କୁ ଜଳାଭିଷେକ କରିବା ପାଇଁ ଶହସ୍ରାଧିକ ଗୋପାଳଭକ୍ତଙ୍କ ଭିଡ ପୀଠରେ ଲାଗିଛି । 

ALSO READ: Law Exam 2024: ଆଇନ ପରୀକ୍ଷା ବାତିଲ

ଗୋପାଳଭକ୍ତମାନେ ଏକମାସ ଧରି ବ୍ରତ ରଖିବା ସହିତ ବିଭିନ୍ନ ନଦୀରୁ ପିତଳ କଳସୀରେ ଜଳଭାର ଧରି ଚାଲି ଚାଲି ବାବାଙ୍କ ପୀଠକୁ ଆସିବା ପରେ ସେବାୟତଙ୍କ ଦ୍ବାରା ଜଳଲାଗି କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ଯାରିକେଡ ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାର ଫିଟାଯାଇ ମଙ୍ଗଳ ଆଳତୀ ଓ ପହିଲି ନୀତି ସରିବା ପରେ ଜଳଲାଗି ଚାଲିଛି।

{}{}