Hindi News >>Home >>Odisha State

Dev Deepawali 2023: ଦେବ ଦୀପାବଳିର ତୃତୀୟ ଦିନ, ଜାଣନ୍ତୁ ଆଜି ଶ୍ରୀମନ୍ଦିରରେ କ'ଣ ରହିଛି ସ୍ୱତନ୍ତ୍ର ନୀତି?

Dev Deepawali 2023: ଆଜି ପବିତ୍ର ମାର୍ଗଶିର ମାସ ଜ୍ଯେଷ୍ଠା ବିଛା ନକ୍ଷତ୍ର ପ୍ରତିପଦା ତିଥି। ଏହି ପବିତ୍ର ତିଥି ମହାପ୍ରଭୁଙ୍କ (lord jagannath )ଦେବ ଦୀପାବଳିର ଅନ୍ତିମ ଦିବସ (dev deepawali 2023 3rd ) । ଏହି ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ କରିବେ। ତେବେ ଶ୍ରୀମନ୍ଦିରରେ ଚତୁର୍ଦ୍ଦଶୀ ଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । 

Advertisement
Dev Deepawali 2023: ଦେବ ଦୀପାବଳିର ତୃତୀୟ ଦିନ, ଜାଣନ୍ତୁ ଆଜି ଶ୍ରୀମନ୍ଦିରରେ କ'ଣ ରହିଛି ସ୍ୱତନ୍ତ୍ର ନୀତି?
Stop
Zee Odisha Desk|Updated: Dec 13, 2023, 10:10 AM IST

Dev Deepawali 2023: ଆଜି ପବିତ୍ର ମାର୍ଗଶିର ମାସ ଜ୍ଯେଷ୍ଠା ବିଛା ନକ୍ଷତ୍ର ପ୍ରତିପଦା ତିଥି। ଏହି ପବିତ୍ର ତିଥି ମହାପ୍ରଭୁଙ୍କ (lord jagannath )ଦେବ ଦୀପାବଳିର ଅନ୍ତିମ ଦିବସ (dev deepawali 2023 3rd ) । ଏହି ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ କରିବେ। ତେବେ ଶ୍ରୀମନ୍ଦିରରେ ଚତୁର୍ଦ୍ଦଶୀ ଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । 

ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି।  ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ କରିଛନ୍ତି । ତେବେ ଗତକାଲି ଦ୍ଵିତୀୟ ଦିନ ଅର୍ଥାତ ଅମାବାସ୍ୟା ତିଥିରେ ତ୍ରତୈୟା ଯୁଗର ପିତାମାତା ଦଶରଥ ଓ କୌଶଲ୍ୟାଙ୍କ ଉଦ୍ୟେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଅର୍ପଣ କରିଛନ୍ତି। ଏଥି ସହିତ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନିତି ସମ୍ପର୍ଣ୍ଣ ହୋଇଛି। ସେହିଭଳି ଆଜି ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି । ଏହି ଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ ।

ତେଣୁ ଏହାକୁ ଦେବଦୀପାବଳି କୁହାଯାଏ। ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ ,ଶ୍ରୀବଳଭଦ୍ର ୧୪ ହାତ ଓ ଦେବଵୀ ସୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତାଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି। 

ଶ୍ରାଦ୍ଧ ବେଶରେ ଠାକୁର ମାନେ ତଡଗୀ,ନଳୀଭୂଜ,ଚନ୍ଦ୍ର,ସୂର୍ଯ୍ୟ, କୁଣ୍ଡଳୀ,ଆଡକାନି,ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେପଟେ ଆଜି ୫ଟା ୫୦ରେ ଶ୍ରୀମନ୍ଦିର ଦ୍ୱାର ଫିଟାନିତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ନିକଟରେ ମଙ୍ଗଳାଳତୀ ମଇଲମ ଅବକାଶ ନିତି ଆଦି ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି। ସଂନ୍ଧ୍ୟାଧୂପ ପରେ ପୂର୍ବପୁରୁଷମାନଙ୍କ ଉଦ୍ଧେଶ୍ୟରେ ଶ୍ରାଦ୍ଧ ଦେବେ ମହାପ୍ରଭୁ। ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ଶ୍ରୀଜୀୟୁ। 

ସେପଟେ ଓଡିଶା ଇଣ୍ଟରନ୍ଯାସନାଲ ସେଣ୍ଟର ଓ ଛତିଷାନିଯୋଗ ପକ୍ଷରୁ ଦେବଦୀପାବଳି ଅମାବାସ୍ୟା ତିଥିରେ ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ଅଖଣ୍ଡ ଦୀପ ଜଳାଯିବା ସହ ବଡଦାଣ୍ଡରେ ଏକଲକ୍ଷ ଦୀପଦାନ କରାଯାଇଛି। ଏଥିରେ ଭକ୍ତ ଦର୍ଶନାର୍ଥିଙ୍କ ସହ ବିଭିନ୍ନ ସାଂସ୍କୃତିକ ଓ ସେଚ୍ଛାସେବୀ ସଂଗଠ ସାମିଲ ହୋଇ ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁହ ଦୀପଦାନ କରିଛନ୍ତି। 

ତେବେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଏହି ସମୁହ ଦୀପଦାନ କାର୍ଯ୍ଯକ୍ରମରେ ଶହଶହ ଭକ୍ତ ସାମିଲ ହୋଇଥିଲେ। ଯଜ୍ଞ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଦୀପଦାନ କମିଟିର ସାଂଗଠନିକ ସଂପାଦକ ସୁଭାସିସ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକଲକ୍ଷ ଦୀପଦାନ ବଡଦାଣ୍ଡରେ ଏକ ଭକ୍ତୀମୟ ପରିବେଶ ସୃଷ୍ଟି କରିଥିଲା। ତେବେ ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯାଇଥିଲା। ଛତିଷା ନିଯୋଗ ସେବାୟତଙ୍କ ଜରୀଆରେ ଶ୍ରୀମନ୍ଦିରରେ ଦୀପ ଲାଗି ଆସିବା ପରେ ସମୁହ ଦୀପଦାନ ଆରମ୍ଭ ହୋଇଥିଲା। ଏହି ସମୟରେ ମନ୍ତ୍ରପାଠ ସହ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯାଇଥିଲା। 

Read More
{}{}