Hindi News >>Home >>Odisha State

Dev Deepawali 2023: ଶ୍ରୀମନ୍ଦିରରେ କାହିଁକି ୩ ଦିନ ପାଳନ କରାଯାଏ ଦୀପାବଳି ,ଜାଣନ୍ତୁ ଏହାର ମାହାତ୍ମ୍ୟ ?

Dev Deepawali 2023: ଶ୍ରୀମନ୍ଦିରରେ ଗତକାଲି ଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ (Lord Jagannath) ଦେବ ଦୀପାବଳି ନୀତି (Dev Deepawali 2023 ritual) ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । 

Advertisement
Dev Deepawali 2023: ଶ୍ରୀମନ୍ଦିରରେ କାହିଁକି ୩ ଦିନ ପାଳନ କରାଯାଏ ଦୀପାବଳି ,ଜାଣନ୍ତୁ ଏହାର ମାହାତ୍ମ୍ୟ ?
Stop
Zee Odisha Desk|Updated: Dec 12, 2023, 10:07 AM IST

Dev Deepawali 2023: ଶ୍ରୀମନ୍ଦିରରେ ଗତକାଲି ଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ (Lord Jagannath) ଦେବ ଦୀପାବଳି ନୀତି (Dev Deepawali 2023 ritual) ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଗତକାଲି ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସଂନ୍ଧ୍ୟା ଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ କରିଛନ୍ତି । 

ତେବେ ଆଜି ଦ୍ଵିତୀୟ ଦିନ ଅର୍ଥାତ ଅମାବାସ୍ୟା ତିଥିରେ ତ୍ରତୈୟା ଯୁଗର ପିତାମାତା ଦଶରଥ ଓ କୌଶଲ୍ୟାଙ୍କ ଉଦ୍ୟେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଅର୍ପଣ କରିବେ। ସେହିଭଳି ଆସନ୍ତା କାଲି ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି ।  ଏହି ଗୁଡିକରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବଦୀପାବଳି କୁହାଯାଏ।

ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ ,ଶ୍ରୀବଳଭଦ୍ର ୧୪ ହାତ ଓ ଦେବଵୀ ସୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତାଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି। ଶ୍ରାଦ୍ଧ ବେଶରେ ଠାକୁର ମାନେ ତଡଗୀ,ନଳୀଭୂଜ,ଚନ୍ଦ୍ର,ସୂର୍ଯ୍ୟ, କୁଣ୍ଡଳୀ,ଆଡକାନି,ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

 ସେପଟେ ଆଜି ୫ଟା ୨୬ରେ ଶ୍ରୀମନ୍ଦିର ଦ୍ୱାର ଫିଟି ମହାପ୍ରଭୁଙ୍କ ନିକଟରେ ମଙ୍ଗଳାଳତୀ ମଇଲମ ଅବକାଶ ନିତି ଆଦି ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି। ସଂନ୍ଧ୍ୟାଧୂପ ପରେ ପୂର୍ବପୁରୁଷମାନଙ୍କ ଉଦ୍ଧେଶ୍ୟରେ ଶ୍ରାଦ୍ଧ ଦେବେ ମହାପ୍ରଭୁ। ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ଶ୍ରୀଜୀୟୁ। ସେପଟେ ଓଡିଶା ଇଣ୍ଟରନ୍ଯାସନାଲ ସେଣ୍ଟର ଓ ଛତିଷା ନିଯୋଗ ପକ୍ଷରୁ ଆଜି ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଭକ୍ତ ଦର୍ଶନାର୍ଥିଙ୍କ ସହ ବିଭିନ୍ନ ସାଂସ୍କୃତିକ ଓ ସେଚ୍ଛାସେବୀ ସଂଗଠ ସାମିଲ ହୋଇ ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁହ ଦୀପଦାନ କରିବେ। 

ତେବେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ସମୁହ ଦୀପଦାନ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ଯଜ୍ଞ ଓ ଭଜନ ସମାରୋହ ଦୀପଦାନ କମିଟିର ସାଂଗଠନିକ ସଂପାଦକ ସୁଭାଶିଷ ଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି। ତେବେ ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯିବ। ଆଜି ଦେବଦୀପାବଳି ଅମାବାସ୍ୟା ତିଥିରେ ଏକ ଲକ୍ଷ ଦୀପ ଜଳାଯିବ। ଛତିଷା ନିଯୋଗ ସେବାୟତଙ୍କ ଜରିଆରେ ଶ୍ରୀମନ୍ଦିରରେ ଦୀପ ଲାଗି ଆସିବା ପରେ ସମୁହ ଦୀପଦାନ ଆରମ୍ଭ ହେବ। ଏହି ସମୟରେ ମନ୍ତ୍ରପାଠ ସହ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯାଇଛି। ଏହି ସମୟରେ ପୁରୀ ସହର ପ୍ରତି ଘରେ ଦୀପଦାନ କରିବାକୁ ନିବେଦନ କରାଯାଇଛି।

Read More
{}{}