Hindi News >>Home >>Odisha State

ଦୀର୍ଘ ବର୍ଷ ହେବ ଧରୁଥିଲେ ସାପ, ଆଜି ଚୋଟରେ ଗଲା ଜୀବନ

ଥାନା ପରିସରରେ ଥିବା ପୋଲିସ ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ସେ ଡବାରୁ ସାପଟିକୁ ବାହାର କରି ଦେଖାଇଥିଲେ । ସେହି ସମୟରେ ଅସାବଧାନତା କାରଣରୁ ସାପ କାମୁଡାର ଶିକାର ହୋଇଥିଲେ ଗୌର । 

Advertisement
ଦୀର୍ଘ ବର୍ଷ ହେବ ଧରୁଥିଲେ ସାପ, ଆଜି ଚୋଟରେ ଗଲା ଜୀବନ
Stop
Soubhagya Ranjan Mishra|Updated: Jun 24, 2024, 07:18 PM IST

ସୁବର୍ଣ୍ଣପୁର: ବୀରମହାରାଜପୁରରେ ଆଜି ଜଣେ ସାପ ଧରାଳିଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୧୫ ବର୍ଷରୁ ଅଧିକ ବର୍ଷ ଧରି ସାପ ଧରିବା କାର୍ଯ୍ୟ କରୁଥିଲେ କିନ୍ତୁ ଆଜି ସେହି ସାପ ତାଙ୍କ ପାଇଁ କାଳ ସାଜିଲା ଆଉ ଚୋଟରେ ଜୀବନ ଗଲା । ମୃତ ସାପ ଧରାଳିଙ୍କ ନାମ ଗୌର ଜଗଦଲା ଏବଂ ସେ ମେଣ୍ଡାମାଳ ଗାଁର ବାସିନ୍ଦା ।

ସୂଚନା ମୁତାବକ, ଚମ୍ପମାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ସାପ ପସିଥିଲା । ଏ ସମ୍ପର୍କରେ ସାପଧରାଳି ଗୌର ଜଗଦଲାଙ୍କୁ ଖବର ଦିଆଯିବା ପରେ ସେ ଘଟଣାସ୍ଥଳରେ ପହଞ୍ଚି କୌଶଳ ମୁତାବକ ସାପଟିକୁ ଧରିବାରେ ସଫଳ ହୋଇଥିଲେ । ତେବେ କାର୍ଯ୍ୟ ଶେଷ ପରେ ସାପଟିକୁ ଏକ ଡବାରେ ଭର୍ତ୍ତି କରି ଫେରିଥିଲେ । କିନ୍ତୁ ଫେରିବା ରାସ୍ତାରେ କିଛି କାର୍ଯ୍ୟ ଥିବାରୁ ବୀରମହାରାଜପୁର ଥାନାରେ ପହଞ୍ଚିଥିଲେ । ତେବେ ଥାନା ପରିସରରେ ଥିବା ପୋଲିସ ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ସେ ଡବାରୁ ସାପଟିକୁ ବାହାର କରି ଦେଖାଇଥିଲେ । ସେହି ସମୟରେ ଅସାବଧାନତା କାରଣରୁ ସାପ କାମୁଡାର ଶିକାର ହୋଇଥିଲେ ଗୌର । ଆଖି ପିଛୁଳାକେ ହଠାତ୍ ସାପଟି ଗୌରଙ୍କ ହାତ ଆଙ୍ଗୁଠିକୁ କାମୁଡି ଦେଇଥିଲା । ତାପରେ ତୁରନ୍ତ ଗୌରଙ୍କୁ ବାଇକ ସାହାଯ୍ୟରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଆପଣଙ୍କୁ କହିରଖୁଛୁ ଯେ, ସାପ ଧରିବା ପାଇଁ ଗୌରଙ୍କୁ କୌଣସି ତାଲିମ ଦିଆଯାଇନଥିଲା କିମ୍ୱା ତାଙ୍କ ନିକଟରେ ଲାଇସେନ୍ସ ନଥିଲା । ସେ ଲାଇସେନ୍ସ ପାଇଁ ଅନେକ ଥର ଚେଷ୍ଟା କରି ବିଫଳ ହୋଇଥିବା ସୂଚନା ମିଳିଛି ।

Also Read- Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା

Also Read- ଆରପିଏଫର ଚଢ଼ାଉ, ଫଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ

Read More
{}{}