Hindi News >>Home >>Odisha State

Cyber fraud: Online ସପିଂ ପଡ଼ିଲା ମହଙ୍ଗା, ଲିଙ୍କ୍ ପଠେଇ ଲୁଟିନେଲେ ୯୦ ହଜାର ଟଙ୍କା..

Cyber Fraud: ସାମ୍ନାକୁ ଆସିଲା ରାଜ୍ୟର ଆଉ ଏକ ସାଇବର ଠକେଇ। ହ୍ୱାଟସଆପ୍ ଲିଙ୍କ ଉପରେ କ୍ଲିକ୍ କରି କଟିଗଲା ୯୦ ହଜାର ଟଙ୍କା ।ଏଭଳି ଏକ ସାଙ୍ଘାତିକ୍ ସାଇବର ଠକେଇର ଶୀକାର ହୋଇଛନ୍ତି କକଟକ ଚାଉଳିଆଗଞ୍ଜ ଅଞ୍ଚଳର ସରସ୍ଵତୀ ଲେଙ୍କା । ସରସ୍ଵତୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି ।ସେ ଏକ ନିର୍ଦ୍ଧିଷ୍ଟ ଅନଲାଇନ ସାଇଟରୁ କିଛି ସାମଗ୍ରୀ ଅର୍ଡର କରିଥିଲେ। ମାତ୍ର ସେ ମଗେଇଥିବା ଜିନିଷ ବଦଳରେ କିଛି ଭୁଲ୍ ଜିନିଷ ଆସିବାରୁ ସେ ଏହାର ରିଫଣ୍ଡ ପାଇଁ ଉକ୍ତ ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ।

Advertisement
Cyber fraud: Online ସପିଂ ପଡ଼ିଲା ମହଙ୍ଗା, ଲିଙ୍କ୍ ପଠେଇ ଲୁଟିନେଲେ ୯୦ ହଜାର ଟଙ୍କା..
Stop
Priyambada Rana|Updated: Sep 23, 2023, 04:54 PM IST

Cyber Fraud: ସାମ୍ନାକୁ ଆସିଲା ରାଜ୍ୟର ଆଉ ଏକ ସାଇବର ଠକେଇ। ହ୍ୱାଟସଆପ୍ ଲିଙ୍କ ଉପରେ କ୍ଲିକ୍ କରି କଟିଗଲା ୯୦ ହଜାର ଟଙ୍କା ।ଏଭଳି ଏକ ସାଙ୍ଘାତିକ୍ ସାଇବର ଠକେଇର ଶୀକାର ହୋଇଛନ୍ତି କକଟକ ଚାଉଳିଆଗଞ୍ଜ ଅଞ୍ଚଳର ସରସ୍ଵତୀ ଲେଙ୍କା । ସରସ୍ଵତୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି ।ସେ ଏକ ନିର୍ଦ୍ଧିଷ୍ଟ ଅନଲାଇନ ସାଇଟରୁ କିଛି ସାମଗ୍ରୀ ଅର୍ଡର କରିଥିଲେ। ମାତ୍ର ସେ ମଗେଇଥିବା ଜିନିଷ ବଦଳରେ କିଛି ଭୁଲ୍ ଜିନିଷ ଆସିବାରୁ ସେ ଏହାର ରିଫଣ୍ଡ ପାଇଁ ଉକ୍ତ ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ।

ଏହା ପରେ ସରସ୍ୱତୀଙ୍କ ପାଖକୁ ଆସିଥିଲା ଏକ କଲ୍, ତା ପରେ ଏକ ଲିଙ୍କ୍ ମଧ୍ୟ ଆସିଥିଲା,ଯେଉଁଥିରେ ସେ କ୍ଲିକ୍ କରିବାର ଗୋଟେ ଦିନ ପରେ ତାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା ।ତେବେ ଏଭଳି ସାଇବର ଠକେଇ ବାରମ୍ବର ସାମ୍ନାକୁ ଆସୁଛି। ସାଧାରଣ ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଠକମାନେ ବିଭିନ୍ନ ଉପାୟ ଆପଣାଇ ଏପରି ଠକେଇ କରୁଥିବା ଦେଖିବାକୁ ମିଳିଛି। ନାନା ରକମର ପ୍ରଲୋଭନ ଦେଖାଇ ଚୁନା ଲଗାଇଛନ୍ତି ସାଇବର ଲୁଟେରା । ଏଇ ବର୍ଷକ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଏଭଳି ଠରେଇର ଶୀକାର ହେଉଥିବା ଦେଖିବାକୁ ମିଳିଛି।

ଆର୍ଥିକ ନେଣଦେଣ ଡିଜିଟାଲ ହେବା ପରଠୁ ସାଇବର ଠକେଇର(Cyber Criem) ମାତ୍ରା ବଢିବାରେ ଲାଗିଛି । ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ(Smart Technology) ଠକେଇ କରୁଛନ୍ତି ସାଇବର ଲୁଟେରା । କେବେ କ୍ରେଡିଟ କାର୍ଡ(Credit Card), ପୁଣି କେବେ ଆପ୍, ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି ।

Also Read: Anubhav Mohanty: କେନ୍ଦ୍ରାପଡ଼ା ସାଂସଦଙ୍କୁ ଶକ୍ତ ଝଟକା, ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଲେ କୋର୍ଟ

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

Read More
{}{}