Hindi News >>Home >>Odisha State

ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ଼

 ଆସନ୍ତା କାଲି ପବିତ୍ର ମାଘ ସପ୍ତମୀ । ବଡି ଭୋର୍ ସମୟରୁ ଚନ୍ଦ୍ରଭାଗାରେ ବୁଡ ପକାଇବା ପାଇଁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ସୂଚନା ଅନୁଯାୟୀ ଭୋର ୪ଟା ୩୪ ସମୟରେ ଚନ୍ଦ୍ରଭାଗା ବୁଡ ପାଇଁ ସମୟ ଧାର୍ଯ୍ୟ ହୋଇଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Advertisement
ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ଼
Stop
Soubhagya Ranjan Mishra|Updated: Feb 15, 2024, 05:16 PM IST

ପୁରୀ: ଆସନ୍ତା କାଲି ପବିତ୍ର ମାଘ ସପ୍ତମୀ । ବଡି ଭୋର୍ ସମୟରୁ ଚନ୍ଦ୍ରଭାଗାରେ ବୁଡ ପକାଇବା ପାଇଁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ସୂଚନା ଅନୁଯାୟୀ ଭୋର ୪ଟା ୩୪ ସମୟରେ ଚନ୍ଦ୍ରଭାଗା ବୁଡ ପାଇଁ ସମୟ ଧାର୍ଯ୍ୟ ହୋଇଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୂଚନା ମୁତାବକ, ସୁରକ୍ଷା ଦାୟିତ୍ୱରେ ୪ଜଣ ଆଡିସିନାଲ ଏସପି ରହିବେ । ଏଥିସହ ଚନ୍ଦ୍ରଭାଗାର ବିଭିନ୍ନ ସ୍ଥାନରେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁ କିପରି ଶୃଙ୍ଖଳିତ ଭାବେ ବୁଡ ପକାଇ ପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ତୀର୍ଥ ପୁଷ୍କରିଣୀ ଖନନ କରାଯାଇଛି । ଶ୍ରଦ୍ଧାଳୁ ବୁଡ ପକାଇବା ସ୍ଥାନ ନିକଟରେ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲିଛି ।

ମାଘ ସପ୍ତମୀର ଦିନକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପ୍ରଭୁ ସୂର୍ଯ୍ୟଦେବଙ୍କ ଜନ୍ମ ଦିନ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ଦିନ କୃଷ୍ଣଙ୍କ ପୁତ୍ର ଶାମ୍ୱ ଚନ୍ଦ୍ରଭାଗା ନଦୀରେ ବୁଡ ପକାଇ ଶ୍ରାପ ରୋଗରୁ ମୁକ୍ତି ପାଇଥିଲେ । ଏଥିସହ ଏହି ଦିନ କୋଣାର୍କ ସୂର୍ଯ୍ୟମନ୍ଦିର- ପ୍ରତିଷ୍ଠା ହୋଇଥିଲା । ତେଣୁ ଏହି ଦିନଟିର ଅତ୍ୟନ୍ତ ଗୁରୁତ୍ୱ ରହିଛି ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।

Also Read- ଦିଲ୍ଲୀ ହାଇକୋର୍ଟରେ ବୋମା ମାଡ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି

Also Read- Shani Gochar 2024: ସାବଧାନ ..! ଶନିଙ୍କ ଚଳନରୁ ପ୍ରଭାବିତ ହେବ ଏହି ରାଶି...

Read More
{}{}