Hindi News >>Home >>Odisha State

Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ, ପ୍ରଥମରେ ଅଛନ୍ତି...

Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ ବୋଲି ନାମାଙ୍କନ ପତ୍ର ପରେ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସଂଜୟ ଦାସବର୍ମା ସର୍ବାଧିକ ପାଞ୍ଚକୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ମାଲିକ। ତେବେ ସତ୍ଯବାଦୀ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଇଞ୍ଜିନିୟର ସଂଜୟ ଦାସବର୍ମାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ଯ ପ୍ରାୟ ୫କୋଟି ୩୧ଲକ୍ଷ ୧୭ହଜାର ୫୪୫ଟଙ୍କା ବୋଲି ଜଣାପଡିଛି। 

Advertisement
Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ, ପ୍ରଥମରେ ଅଛନ୍ତି...
Stop
Sanjaya Kumar Mohapatra|Updated: May 02, 2024, 12:57 PM IST

Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ ବୋଲି ନାମାଙ୍କନ ପତ୍ର ପରେ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସଂଜୟ ଦାସବର୍ମା ସର୍ବାଧିକ ପାଞ୍ଚକୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ମାଲିକ। ତେବେ ସତ୍ଯବାଦୀ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଇଞ୍ଜିନିୟର ସଂଜୟ ଦାସବର୍ମାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ଯ ପ୍ରାୟ ୫କୋଟି ୩୧ଲକ୍ଷ ୧୭ହଜାର ୫୪୫ଟଙ୍କା ବୋଲି ଜଣାପଡିଛି। ସଂଜୟଙ୍କ ଆଠଟି ଜମା ଖାତାରେ ମୋଟ ଏକ ଲକ୍ଷ କୋଡିଏ ହଜାର ରହିଥିବା ବେଳେ ପତ୍ନୀଙ୍କର ଆଠଟି ଆକାଉଣ୍ଟରେ ୧୧ ଲକ୍ଷ ଟଙ୍କା ଅଛି। ତେବେ ପରିବାରର ମୋଟ ୩୪ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ସେହିଭଳି ସଂଜୟଙ୍କର ଚାରିଚକିଆ ଯାନ ନଥିବା ବେଳେ ଗୋଟିଏ ପଲସର ମୋଟରସାଇକେଲ ରହିଥିବା ଦର୍ଶାଇଛନ୍ତି। ତେବେ ଦ୍ୱିତୀୟ କୋଟିପତି ହେଉଛନ୍ତି ପୁରୀ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି। ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ଯ ପ୍ରାୟ ୪କୋଟି ୧୬ଲକ୍ଷ ଟଙ୍କା ହେବ। ତେବେ ସୁନିଲ ଓ ତାଙ୍କ ସ୍ତ୍ରୀଙ୍କର ସମ୍ପତ୍ତି ମୋଟ ୪କୋଟି ୧୬ଲକ୍ଷ ୬୧ହଜାର ୮୧୦ଟଙ୍କା ବୋଲି ଦାଖଲ କରିଥିବା ରିପୋର୍ଟରୁ ଜଣାପଡିଛି। ତାଙ୍କ ପାଖରେ ନଗଦ ୩୨ହଜାର ଟଙ୍କା ରହିଥିବା ବେଳେ ୨୩ଲକ୍ଷ ଟଙ୍କାର ସୁନାଅଳଙ୍କାର ରହିଛି। 
ସେହିଭଳି ତୃତୀୟ କୋଟିପତି ପ୍ରାର୍ଥୀ ହେଉଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ସେ ପ୍ରାୟ ଦୁଇକୋଟିର ମାଲିକ। ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ଯ ୧କୋଟି ୯୦ଲକ୍ଷ ୧୧ହଜାର ୭୭୭ଟଙ୍କା ବୋଲି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡିଛି। ତେବେ ତାଙ୍କ ପାଖରେ ନଗଦ ୬୦ହଜାର ଟଙ୍କା ରହିଥିବା ବେଳେ ବିଭିନ୍ନ ବ୍ଯାଙ୍କରେ ୭୯ଲକ୍ଷ ୯୨ହଜାର ୭୭୭ଟଙ୍କା ରହିଥିବା ଜଣାପଡିଛି । ସେହିଭଳି ତାଙ୍କ ନିକଟରେ ମୋଟ ଶହେ ଗ୍ରାମର ସୁନା ଥିବା ବେଳେ ଚାରିଚକିଆ କିମ୍ବା ଦୁଇ ଚକିଆ ଗାଡି ନଥିବା ସତ୍ଯପାଠରେ ଉଲ୍ଲେଖ କରିଛନ୍ତି। ତେବେ ଚତୁର୍ଥ କୋଟିପତି ପ୍ରାର୍ଥୀ ହେଉଛନ୍ତି ପିପିଲି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଆଶ୍ରୀତ ପଟ୍ଟନାୟକ। ସେ ପ୍ରାୟ ୧କୋଟି ୬୭ଲକ୍ଷ ଟଙ୍କା ମୁଲ୍ଯର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ। ତାଙ୍କର ୪ଟି ଦାମି କାର୍ ଓ ଗୋଟିଏ ବୁଲେଟ ରହିଥିବା ବେଳେ ତାଙ୍କର ମୋଟ ୬ଟି ଜମା ଖାତାରେ ୩୫ହଜାର ଟଙ୍କା ରହିଛି। ସ୍ତ୍ରୀଙ୍କର ୬୭ଲକ୍ଷ ୬ହଜାର ୬୮୬ଟଙ୍କାର ଅଳଙ୍କାର ରହିଛି। 

ତେବେ ଆଶ୍ରୀତଙ୍କ ନିକଟରେ ନଗଦ ପ୍ରାୟ ୬୭ ହଜାର ଟଙ୍କା ଥିବା ବେଳେ ସ୍ତ୍ରୀଙ୍କ ନିକଟରେ ମୋଟ ୨୩ହଜାର ଟଙ୍କା ରହିଥିବା ଆଶ୍ରୀତ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଥିବା ସତ୍ଯପାଠରେ ଉଲ୍ଲେଖ କରିଥିବା ଜଣାପଡିଛି। ତେବେ କୋଟିପତି ପ୍ରାର୍ଥିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁରୀ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀନି ଭାବେ ଟିକେଟ ପାଇଥିବା ସୁଚରିତା ମହାନ୍ତି ନିର୍ବାଚନରେ ଲଢିବା ପାଇଁ ଆର୍ଥିକ ସାହାଯ୍ୟ ପାଇଁ ସାମାଜିକ ଗଣମାଧ୍ଯମରେ ନିଜର QR Code ସେୟାର କରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ପ୍ରାର୍ଥୀ ମାନଙ୍କର ପ୍ରଚାର ପାଇଁ ଯେତିକି ଅର୍ଥ ଦରକାର ସେତିକି ଦେବା ପାଇଁ ପାର୍ଟି ସକ୍ଷମ ନୁହେଁ ବୋଲି କହିଛନ୍ତି ସୁଚରିତା। ସେପଟେ ଆର୍ଥିକ ସହାୟତା ପାଇଁ ନିଜର ବାରକୋଡ ଛାଡିବା ଉଚିତ ନୁହେଁ। ଏହାଦ୍ବାରା ପବ୍ଲିକ ଏହି ବାରକୋଡ ଜରିଆରେ ଯେଉଁ ଅର୍ଥଦାନ କରିବେ ତାଙ୍କ ବ୍ଯାଙ୍କ ଆକାଉଣ୍ଟର ପ୍ରତି ବିପଦ ରହିଛି।ସେପଟେ କୋଟିପତି ପ୍ରାର୍ଥି ଓ ଅର୍ଥାଭାବ ଯୋଗୁଁ ବାରକୋଡ ଦେଉଥିବା ପ୍ରାର୍ଥିଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

Read More
{}{}