Hindi News >>Home >>Odisha State

Odisha News: ଲାଞ୍ଚ ନେବାବେଳେ ରାଜସ୍ବ ସହାୟକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

Vigilance: ବଲାଙ୍ଗୀର ଜିଲ୍ଲାରେ ଜମି ପଟ୍ଟା ଦେବା ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ ରାଜସ୍ବ ସହାୟକଙ୍କୁ ବାନ୍ଧିଛି ଭିଜିଲାନ୍ସ (Vigilance) । ଅଭିଯୁକ୍ତ ହେଲେଟ ବାର୍ଲା ବଲାଙ୍ଗୀର (Balangir) ମୁରିବାହାଲ ତହସିଲରେ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ ।

Advertisement
Odisha News: ଲାଞ୍ଚ ନେବାବେଳେ ରାଜସ୍ବ ସହାୟକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
Stop
Zee Odisha Desk|Updated: Feb 22, 2024, 10:07 AM IST

Vigilance: ଭିଜିଲାନ୍ସ ଜାଲରେ ରାଜସ୍ବ ସହାୟକ (Senior Revenue Assistant) । ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାରେ ଜମି ପଟ୍ଟା ଦେବା ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ ରାଜସ୍ବ ସହାୟକଙ୍କୁ ବାନ୍ଧିଛି ଭିଜିଲାନ୍ସ (Vigilance) । ଅଭିଯୁକ୍ତ ହେଲେଟ ବାର୍ଲା ବଲାଙ୍ଗୀର (Balangir) ମୁରିବାହାଲ ତହସିଲରେ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ ।ଏକ ମ୍ୟୁଟେସନ୍ ମାମଲାରେ ଜମି ପଟ୍ଟା ପ୍ରଦାନ ପାଇଁ ଅଭିଯୋଗକାରୀଙ୍କଠାରୁ ମୋଟ ୨୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ । ପ୍ରଥମ କିସ୍ତି ବାବଦରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ।

ପ୍ରକାଶ ଥାଉ କି, ଗତ ୨୦୧୯ ମସିହାରେ ମାମଲା ରୁଜୁ ହୋଇଥିବାରୁ ଅଭିଯୋଗକାରୀ ଦୀର୍ଘ ଦିନ ଧରି ଅଭିଯୁକ୍ତ ବାର୍ଲାଙ୍କୁ ତାଙ୍କ ମ୍ୟୁଟେସନ୍ ମାମଲାର ପ୍ରକ୍ରିୟା କରିବାକୁ ଅନୁରୋଧ କରି ଆସୁଥିଲେ । କିନ୍ତୁ ବାର୍ଲା ଏହି କାମ କରିବାକୁ ମନା କରିବା ସହ ଏଥିପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ  । ତେବେ ପ୍ରଥମ କିସ୍ତି ବାବଦରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିଛି ଭିଜିଲାନ୍ସ ।

Also Read- Weather Update: ଖରାରୁ ମିଳିବ ମୁକ୍ତି, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା!

Also Read- Joranda Magha Mela 2024: ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

 

Read More
{}{}