Hindi News >>Home >>Odisha State

Crime News: ମନ୍ଦିର ପରିସରରେ ମହିଳାଙ୍କୁ ଲୁଟିଲେ ପୂଜକଙ୍କ ସ୍ତ୍ରୀ ଓ ଝିଆରୀ

Crime News: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲାରେ ମହିଳା ନିଖୋଜ ଘଟଣା। ଏହି ମାମଲାରେ ଏକ ନୂଆ ଟ୍ବିଷ୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି। ନିଖୋଜ ବା  ଗାଏବ ହୋଇଥିବା ମହିଳା ଜଣକ ହେଲେ ମନୋରମା ଆଚାର୍ଯ୍ୟ (୭୫)।  ସୂଚନା ଅନୁସାରେ,  ଗତ ୧୬ ତାରିଖ ଦିନ ମନୋରମା  ଫଳ କିଣିବାକୁ ବଜାରକୁ ଯାଇଥିଲେ। 

Advertisement
Crime News: ମନ୍ଦିର ପରିସରରେ ମହିଳାଙ୍କୁ ଲୁଟିଲେ ପୂଜକଙ୍କ ସ୍ତ୍ରୀ ଓ ଝିଆରୀ
Stop
Ajay Kumar Nath|Updated: Mar 18, 2024, 04:12 PM IST

Crime News: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲାରେ ମହିଳା ନିଖୋଜ ଘଟଣା। ଏହି ମାମଲାରେ ଏକ ନୂଆ ଟ୍ବିଷ୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି। ନିଖୋଜ ବା  ଗାଏବ ହୋଇଥିବା ମହିଳା ଜଣକ ହେଲେ ମନୋରମା ଆଚାର୍ଯ୍ୟ (୭୫)।  ସୂଚନା ଅନୁସାରେ,  ଗତ ୧୬ ତାରିଖ ଦିନ ମନୋରମା  ଫଳ କିଣିବାକୁ ବଜାରକୁ ଯାଇଥିଲେ। ଏବଂ ସେଠାରୁ ସେ ଗାଏବ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାର ରେ ପୋଲିସ୍ ତାଙ୍କୁ ଖୋଜାଖୋଜି କରିଥିଲା।  ଖୋଜାଖୋଜି ପରେ ତାଙ୍କୁ ଅଚେତ ଅବସ୍ଥାରେ ରାଣୀ ସତୀଜୀ ମନ୍ଦିର ପଛ ପଟେ ଏକ ଘରୁ ପୂଜାରୀ ଦେବେନ୍ଦ୍ର ପାଢ଼ୀ ଙ୍କ ସହ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

 ତାଙ୍କର ସୁନା ମାଳି, କାନଫୁଲ, ଚୁଡ଼ି ଇତ୍ୟାଦି ଚୋରି ହୋଇଯାଇଥିଲା । ପୋଲିସ ସମସ୍ତ ଦିଗକୁ ତଦନ୍ତ କଲା ପରେ ପୂଜକ ଙ୍କ ସ୍ତ୍ରୀ ମଞ୍ଜୁଲତା ପାଢ଼ୀ ଓ ତାଙ୍କର ଝିଆରୀ ବିନିକା ର ଅନୁକାନ୍ତି ମିଶ୍ରଙ୍କୁ ଏହି ଚୋରି ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି।  ସୂଚନା ଅନୁସାରେ ଷୋହଳ ତାରିଖ ଦିନ ମନୋରମା ଆଚାର୍ଯ୍ୟ ଫଳ କିଣିବାକୁ ଆସିଥିବା ବେଳେ ତାଙ୍କୁ ପୂଜକ ଙ୍କ ସ୍ତ୍ରୀ ମଞ୍ଜୁଲତା ଓ ଝିଆରୀ ଅନୁକାନ୍ତି ମନ୍ଦିର ପରିସରକୁ ଡାକି ନେଇ ପଇଡ଼ ପିଇବା ପାଇଁ ଦେଇଥିଲେ ।  କିଛି ସମୟ ପରେ ସେ ଅଚେତ ହୋଇଯାଇଥିଲେ । ତା ପରେ ତାଙ୍କର ଅଳଙ୍କାର ଚୋରି କରିଥିଲେ ଖୁଡି ଓ ଝିଆରୀ। ପୂଜକଙ୍କୁ ମଧ୍ୟ ସେମାନେ ପଇଡ଼ ଦେଇଥିଲେ ଏବଂ ସେ ମଧ୍ୟ ଅଚେତ ହୋଇ ଯାଇଥିଲେ । ସନ୍ଦେହ ଘେରରେ ନ ଆସିବା ପାଇଁ ସେମାନେ ପୂଜକଙ୍କୁ ମଧ୍ୟ ଅଚେତ କରି ଥିଲେ ।  ଏପର୍ଯ୍ୟନ୍ତ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

Read More
{}{}