Hindi News >>Home >>Odisha State

Cuttack News: କବିଚନ୍ଦ୍ରପୁରରେ ବିଭତ୍ସ ହତ୍ୟାକାଣ୍ଡ, ଜରି ଅଖାରୁ ମିଳିଲା ମୃତଦେହ

Crime: କଟକରେ ବିଭତ୍ସ ହତ୍ୟାକାଣ୍ଡ (Murder) । ଜରି ଅଖାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଠାବ ହେଲା ମୃତଦେହ । ଏଭଳି ଏକ ଛାତିଥରା ଘଟଣା ଘଟିଛି ନିଆଳି ଥାନା କସର୍ଦ୍ଦା ପଞ୍ଚାୟତସ୍ଥିତ କବିଚନ୍ଦ୍ରପୁରରେ (kabichandrapur) । ଗାଁର ପ୍ରକାଶ ସାହୁ ଦୀର୍ଘ ୬ ଦିନ ହେବ ନିଖୋଜ ରହିଥିଲେ । 

Advertisement
Cuttack News: କବିଚନ୍ଦ୍ରପୁରରେ ବିଭତ୍ସ ହତ୍ୟାକାଣ୍ଡ, ଜରି ଅଖାରୁ ମିଳିଲା ମୃତଦେହ
Stop
Narayan Behera|Updated: Dec 08, 2023, 05:24 PM IST

Crime News: କଟକରେ ବିଭତ୍ସ ହତ୍ୟାକାଣ୍ଡ (Murder) । ଜରି ଅଖାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଠାବ ହେଲା ମୃତଦେହ । ଏଭଳି ଏକ ଛାତିଥରା ଘଟଣା ଘଟିଛି ନିଆଳି ଥାନା କସର୍ଦ୍ଦା ପଞ୍ଚାୟତସ୍ଥିତ କବିଚନ୍ଦ୍ରପୁରରେ (kabichandrapur) । ଗାଁର ପ୍ରକାଶ ସାହୁ ଦୀର୍ଘ ୬ ଦିନ ହେବ ନିଖୋଜ ରହିଥିଲେ । ଆଜି ଏକ ଜରି ଅଖାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଧାନ କଟା ମେସିନକୁ କେନ୍ଦ୍ର କରି ଗାଁର କିଛି ଲୋକେ ତାଙ୍କୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କବିଚନ୍ଦ୍ରପୁର ଗାଁର କପିଳ ସାହୁଙ୍କ ବଡ଼ ପୁଅ ପ୍ରକାଶ ସାହୁ (୪୪) । ଗତ କିଛି ଦିନ ତଳେ ପ୍ରକାଶ ଗାଁର ଜଣେ ବ୍ୟକ୍ତିଙ୍କ ସହ ଧାନ କଟା ମେସିନ ଲିଜରେ ଆଣି ବ୍ୟବସାୟ କରୁଥିଲେ। ଗତ ରବିବାର ସେହି ବ୍ୟକ୍ତି ଜଣଙ୍କ ପ୍ରକାଶଙ୍କୁ ଘରୁ ଡାକି ନେଇଥିଲେ। କିନ୍ତୁ ଏହାପରେ ପ୍ରକାଶ ଆଉ ଘରକୁ ଫେରିନଥିଲେ । ପ୍ରକାଶ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ଏହାପରେ ସେମାନେ କସର୍ଦ୍ଦା ବିଟ ପୋଲିସ ଓ ନିଆଳି ପୋଲିସର ଦ୍ବାରସ୍ଥ ହୋଇଥିଲେ। ଆଜି ମୃତକଙ୍କ ଘର ନିକଟ ଗତେଶ୍ବର ଦଳ ଗଡିଆରୁ ଏକ ଜରି ଅଖାରୁ ପ୍ରକାଶ ସାହୁଙ୍କ ମୃତଦେହ ଠାବ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ମୃତଦେହ ଠାବ ହେବା ପରେ ଏହା ପ୍ରକାଶଙ୍କର ବୋଲି ଘର ଲୋକେ ଚିହ୍ନଟ କରିଥିଲେ। ଖବର ପାଇ କଟକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବବ୍ରତ ବରାଳ, ନିଆଳି ପୋଲିସ (Niali Police), ସଦର କଟକ ସିଡିପିଓ, ସାଇଣ୍ଟିପିକ୍ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ।

Also Read-ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବ କମିଟି ବୈଠକ ଶେଷ: ପହିଲି ଭୋଗ, ଧନୁ ସଂକ୍ରାନ୍ତି ନୀତି ଚୂଡାନ୍ତ

ପ୍ରକାଶଙ୍କ ସ୍ତ୍ରୀ ଓ ତିନି ଝିଅ ରହିଛନ୍ତି । ତାଙ୍କୁ କିଏ କେଉଁ କାରଣରୁ ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି । ଏହି ହତ୍ୟାକାଣ୍ଡରେ ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତିଙ୍କ ହାତ ଥାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ, ପ୍ରକାଶଙ୍କୁ ହରାଇ ବୁଢା ବାପା, ମା, ସ୍ତ୍ରୀ ଓ ଝିଅ ଅସହାୟ ହୋଇପଡି଼ଛନ୍ତି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ନେଇ ପରିବାର ଲୋକେ ଦାବି କରିଛନ୍ତି । ଏନେଇ ନିଆଳି ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମୃତ୍ଯୁଦେହକୁ ବ୍ୟବଚ୍ଛେଦ ପାଇଁ କଟକ ମେଡ଼ିକାଲକୁ ପଠାଇ ଦିଆଯାଇଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Read More
{}{}