Hindi News >>Home >>Odisha State

କଟକ SCBରେ ବଡ଼ ଅଘଟଣ, ୩ ଗୁରୁତର

ଆହତ ୩ ଶ୍ରମିକଙ୍କୁ ତୁରନ୍ତ ଏସସିବି କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

Advertisement
କଟକ SCBରେ ବଡ଼ ଅଘଟଣ, ୩ ଗୁରୁତର
Stop
Soubhagya Ranjan Mishra|Updated: Aug 09, 2024, 07:39 PM IST

କଟକ:  SCB ବଡ଼ ମେଡିକାଲରେ ସଂପ୍ରସାରଣ କାମ ସମୟରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ସେଠାରେ ଲାଗିଥିବା କ୍ରେନ୍‌ ଭାଙ୍ଗିପଡ଼ିବା କାରଣରୁ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ୩ ଶ୍ରମିକଙ୍କୁ ତୁରନ୍ତ ଏସସିବି କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟରେ ଏକ ୧୦ ମହଲା କୋଠାରେ କ୍ରେନ ସାହାଯ୍ୟରେ କାମ ଚାଲିଥିଲା  । ଭାରି ଜିନିଷ କ୍ରେନ ସାହାଯ୍ୟରେ କୋଠା ଉପରକୁ ଉଠାଯାଉଥିବା ସମୟରେ କୌଣସି କାରଣରୁ ହଠାତ କ୍ରେନଟି ମଝିରୁ ବଙ୍କି ଯାଇଥିଲା । କୋଠା ନିକଟରେ କାମ କରୁଥିବା ୩ଜଣ ଶ୍ରମିକ କ୍ରେନ୍ ସଂସ୍ପର୍ଶରେ ଆସିବା କାରଣରୁ ସେମାନେ ଗୁରୁତର ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକ ଏହା ଦେଖିବା ପରେ ଠିକାଦାରଙ୍କୁ ଜଣାଇଥିଲେ । ଘଟଣାସ୍ଥଳରୁ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରି ଏସସିବିର କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ଏପରି ଅଘଟଣ କାହିଁକି ଘଟିଲା ସେନେଇ ଖୋଳତାଡ ଆରମ୍ଭ ହୋଇଥିବା ସମୟରେ ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Also Read- BSNL Recharge Plan: ମାତ୍ର ୯୧ଟଙ୍କା ରିଚାର୍ଜରେ ମିଳୁଛି ୯୦ ଦିନର ବୈଧତା ସହ ଏହି ସୁବିଧା

Also Read- ଦୂର ହେବ ଆଳୁ ସଙ୍କଟ ! ମମତାଙ୍କୁ ବୁଝାଇବେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ

Read More
{}{}