Hindi News >>Home >>Odisha State

Dhiraj Sahu: ଉଦ୍ଧାର ହେଲାଣି ୩୦୦ କୋଟି ! ଜାଣନ୍ତି କି କେତେ କୋଟିର ମାଲିକ ସାଂସଦ ଧିରଜ ସାହୁ ?

Dhiraj Sahu: ଏହି ଟଙ୍କା ବାଲାଙ୍ଗୀର ଜିଲ୍ଲାର ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ପରିସରରେ ଥିବା ଆଲମାରୀରେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା। ଏହି ରେଡ୍ କରାଯାଇଥିବା ଅନ୍ୟାନ୍ୟ ସ୍ଥାନ ଗୁଡ଼ିକ ହେଲା ଓଡ଼ିଶାର ସମ୍ବଲପୁର ଏବଂ ସୁନ୍ଦରଗଡ ଓ ଝାଡଖଣ୍ଡର ବୋକାରୋ ଏବଂ ରାଞ୍ଚି।  

Advertisement
Dhiraj Sahu: ଉଦ୍ଧାର ହେଲାଣି ୩୦୦ କୋଟି ! ଜାଣନ୍ତି କି କେତେ କୋଟିର ମାଲିକ ସାଂସଦ ଧିରଜ ସାହୁ ?
Stop
Rasmita Sahoo|Updated: Dec 09, 2023, 03:23 PM IST

Dhiraj Sahu: ମଦ ବେପାରୀଙ୍କ ଘରେ ଟଙ୍କା ଏମିତି ଗଚ୍ଛିତ ହୋଇରହିଛି ଯେ, ତାହା ଦେଖି ଆଇଟି ରେଡ୍ କରିଥିବା ଅଧିକାରୀ ତାଜୁବ । ଥାକ ଥାକ ମରାହେଇଥିବା ଟଙ୍କା ଗଣି ଗଣି ମେସିନ ବି ଅଚଳ ହେଲା । ପାଖାପାଖି  ୩୦୦ କୋଟିର ନଗଦ ଟଙ୍କା ମିଳିଥିବା ସୂଚନା ଥିବା ବେଳେ ଏଥିରେ ରହିଛି ପୁଳା ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍। ଆୟକର ଅଧିକାରୀ ଝାମ୍ପ ମାରିବା ପରେ ଏଭଳି ଚିତ୍ର ପୂରା ଦେଶକୁ ହଇଚଇ କରିଛି। ଓଡ଼ିଶା ଭଳି ଗୋଟିଏ ରାଜ୍ୟରେ କିଏ କେହି ଏତେ ନଗଦ ଟଙ୍କା ଘରେ ରଖିଥିବେ ଏକଥା କେହି ବି ବିଶ୍ୱାସ କରିପାରୁନାହାଁନ୍ତି। 

ଝାଡଖଣ୍ଡର ଏହି ନେତା ଓଡ଼ିଶାକୁ (Odisha) ଆସି ଏତେ ଟଙ୍କା ଗଚ୍ଛିତ କରି ରଖିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୩ଦିନ ଧରି ରେଡ୍ କରିବା ସହ ଆଲମାରିରେ ଗଚ୍ଛିତ ଥିବା ଟଙ୍କାକୁ ଗଣି ଗଣି ହାଲିଆ ଅଧିକାରୀଙ୍କ ସହ ମେସିନ । ସେଲଫ ଭିତରେ ଥିବା ନୋଟ୍ ଗୁଡ଼ିକର ଚିତ୍ର ଏବେ ବେଶ୍ ଭାଇରାଲ ହେଉଛି । ଏପରିକି ନୋଟ୍ ଗଣନା ମେସିନ୍ ଖରାପ ହେବା ସହ ଆୟକର ବିଭାଗ ଝାଡଖଣ୍ଡ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ରେଡ୍ ହୋଇଥିଲା। ତିନି ଡର୍ଜନ ଗଣତି ମେସିନ ଆସିଥିଲେ ମଧ୍ୟ ପାଖା ପାଖି ୩୦୦ କୋଟି ଟଙ୍କା  ଉପରେ ନଗଦ ଜବତ ହେଲାଣି ବୋଲି କୁହାଯାଉଛି । 

ଓଡି଼ଶା ସମେତ ଅନେକ ସ୍ଥାନରେ ଏହି ଆଇଟି ରେଡ୍ (IT Raid) କରାଯାଇଥିଲା। ଏହି ମାମଲାରେ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ (Rajya Sabha MP Dhiraj Sahu) ସାହୁଙ୍କ ନାମ ଆସିଛି। ବୁଧବାର ଠାରୁ ଆରମ୍ଭ ହୋଇଥିବା ଚଢଉ ସମ୍ପର୍କରେ କଂଗ୍ରେସ ସାଂସଦ କିଛି କହି ନାହାଁନ୍ତି ହେଲେ ନୋଟ୍ ଗଣନା ଜାରି ରହିଛି। ଅଧିକାରୀଙ୍କ ଅନୁଯାୟୀ ମୋଟ ପରିମାଣ ୩୦୦ କୋଟିରୁ ଅଧିକ ହେବ। ଏହି ଟଙ୍କା ବାଲାଙ୍ଗୀର ଜିଲ୍ଲାର ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ପରିସରରେ ଥିବା ଆଲମାରୀରେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା। ଏହି ରେଡ୍ କରାଯାଇଥିବା ଅନ୍ୟାନ୍ୟ ସ୍ଥାନ ଗୁଡ଼ିକ ହେଲା ଓଡ଼ିଶାର ସମ୍ବଲପୁର ଏବଂ ସୁନ୍ଦରଗଡ ଓ ଝାଡଖଣ୍ଡର ବୋକାରୋ ଏବଂ ରାଞ୍ଚି।

ଧୀରଜ ସାହୁ ବଳଦେବ ସାହୁ ଇନଫ୍ରା ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ସହିତ ଜଡିତ । ଏହା ବୌଦ୍ଧ ଡିଷ୍ଟିଲେରୀ ଗ୍ରୁପ୍ ର ଏକ ଅଂଶ । ଧୀରଜ ସାହୁ ୨୦୧୦ ମସିହାରୁ ଝାଡଖଣ୍ଡରୁ ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଟନ୍ତି। ଧୀରଜ ଜଣେ ବ୍ୟବସାୟୀ ଏବଂ ତାଙ୍କ ପରିବାର ଦୀର୍ଘ ଦିନ ଧରି କଂଗ୍ରେସ ସହ ଜଡିତ ଥିଲେ। ଧୀରଜ ସାହୁ ୨୩ ନଭେମ୍ବର ୧୯୫୫ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରାୟ ସାହେବ ବଳଦେବ ସାହୁ। ତାଙ୍କ ମାଙ୍କ ନାମ ସୁଶୀଲା ଦେବୀ। ସେ ତିନିଥର ରାଜ୍ୟସଭା ସାଂସଦ ହୋଇଛନ୍ତି। ୨୦୦୯ ରେ ପ୍ରଥମ ଥର ପାଇଁ ଧୀରଜ ସାହୁ ରାଜ୍ୟସଭା ସାଂସଦ(Rajya Sabha MP)  ହୋଇଥିଲେ। ଜୁଲାଇ ୨୦୧୦ରେ, ସେ ପୁଣି ଥରେ ଝାଡଖଣ୍ଡରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ମେ ୨୦୧୮ ରେ ତୃତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଏକ ନିମ୍ନ ପ୍ରୋଫାଇଲ୍ ମେନଟେନ କରନ୍ତି ସତ କିନ୍ତୁ ସେ ଜଣେ ଧନୀ ବ୍ୟକ୍ତି। 

ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ । ସେ ଜଣେ ବ୍ୟବସାୟୀ ପରିବାରର ଅଟନ୍ତି । ଧୀରଜ ସାହୁଙ୍କ ପିତା ରାୟ ସାହେବ ବଳଦେବ ସାହୁ ଅବିଭକ୍ତ ବିହାରର ଛଟନଗପୁରରୁ ଆସିଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ରହିଛନ୍ତି। ତାଙ୍କ ପରିବାର ପୁରୁଣା କଂଗ୍ରେସ ଅମଳରୁ। ସେ ୧୯୭୭ ମସିହାରୁ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ରାଞ୍ଚିର ମାରୱାରୀ କଲେଜରୁ ସ୍ନାତକ ହାସଲ କରିଛନ୍ତି। ସେ ଝାଡଖଣ୍ଡର ଲୋହରଦଗାରେ ରୁହନ୍ତି। ନିର୍ବାଚନ ଆଫିଡେଭିଟ୍ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୪.୮୩ କୋଟି ଟଙ୍କା। ୨.୦୪ କୋଟି ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ଥିବା ସେ ଦାବି କରିଛନ୍ତି।

Read More
{}{}