Hindi News >>Home >>Odisha State

Odisha News: ନିର୍ବାଚନ ପୂର୍ବରୁ ମତଦାନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

Odisha News: ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ମତଦାନ ଦିନ ମତଦାତାମାନେ ସୁରୁଖୁରୁରେ, ଅସୁବିଧାମୁକ୍ତ ଓ ସୁବିଧାଜନକ ଢଙ୍ଗରେ ମତଦାନ କରିପାରିବେ ଏବଂ ନିଶ୍ଚିତ ସର୍ବନିମ୍ନ ସୁବିଧା ସହ ମତଦାନର ସମଗ୍ର ଅନୁଭୂତିକୁ ଆନନ୍ଦଦାୟକ କରିପାରିବେ, ସେଥିପାଇଁ ଗତକାଲି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କୁଚିଣ୍ଡା ଓ ବାମରାର ଷ୍ଟ୍ରଙ୍ଗରୁମ୍ ଓ ମତଦାନ କେନ୍ଦ୍ରର ସମୀକ୍ଷା କରିଛନ୍ତି।

Advertisement
Odisha News: ନିର୍ବାଚନ ପୂର୍ବରୁ ମତଦାନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
Stop
Ajay Kumar Nath|Updated: Apr 13, 2024, 11:02 AM IST

Odisha News: ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ମତଦାନ ଦିନ ମତଦାତାମାନେ ସୁରୁଖୁରୁରେ, ଅସୁବିଧାମୁକ୍ତ ଓ ସୁବିଧାଜନକ ଢଙ୍ଗରେ ମତଦାନ କରିପାରିବେ ଏବଂ ନିଶ୍ଚିତ ସର୍ବନିମ୍ନ ସୁବିଧା ସହ ମତଦାନର ସମଗ୍ର ଅନୁଭୂତିକୁ ଆନନ୍ଦଦାୟକ କରିପାରିବେ, ସେଥିପାଇଁ ଗତକାଲି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କୁଚିଣ୍ଡା ଓ ବାମରାର ଷ୍ଟ୍ରଙ୍ଗରୁମ୍ ଓ ମତଦାନ କେନ୍ଦ୍ରର ସମୀକ୍ଷା କରିଛନ୍ତି।

ସମ୍ବଲପୁର ଜିଲ୍ଲାପାଳ କୁଚିଣ୍ଡା କଲେଜ, ବାମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲାରିଆପାଲି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ର, ଖୋଲବିଲୁଙ୍ଗ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜରାବାଗା ଆଶ୍ରମ ବିଦ୍ୟାଳୟ, ଲାପଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାବୁନିକତିମାଳ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ପରେ କୁଚିଣ୍ଡା ବ୍ଲକ ଅର୍ଥାତ୍ ତୁରେନିକତିମାଲ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। କୁନ୍ତରା ସ୍ଥିତ ମନୋହର ସରକାରୀ ଉଚ୍ଚ ବିଦ୍ୟାଳୟ, କୁସୁମୀ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାଲେଭାଡି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବଡ଼ମୁଣ୍ଡାଲୋଇ ସ୍ଥିତ ସରକାରୀ (ଏସ୍.ଏସ.ଡି) ହାଇସ୍କୁଲ। ମତଦାନ କେନ୍ଦ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ପ୍ରାଥମିକ ଚିକିତ୍ସା ସୁବିଧା ସମେତ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ୍, ମେଡିକାଲ କିଟ୍ ର ବ୍ୟବସ୍ଥା କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜିଲ୍ଲାପାଳ ବୁଥ୍ ସ୍ତରୀୟ ଅଧିକାରୀ ଓ ସେକ୍ଟର ଅଧିକାରୀଙ୍କ ସହ ଆଲୋଚନା କରି ନିର୍ବାଚନକୁ ଅସୁବିଧା ମୁକ୍ତ କରିବା ସହ ମତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ମତଦାନ ଦିନ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ର ସୁବ୍ୟସ୍ଥିତ କରିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କ ସହ କୁଚିଣ୍ଡା ଉପ ଜିଲ୍ଲାପାଳ ହେମସାଗର ଭୋଇ, ବିଡିଓ ନିରଞ୍ଜନ ସା, ବିଡିଓ ବାମରା ପୁଷ୍ପକ ପ୍ରଧାନ, ତହସିଲଦାର କୁଚିଣ୍ଡା ପ୍ରସନ୍ନ ଟେଟେ, ତହସିଲଦାର ବାମରା ଦିଲୀପ କୁମାର ପ୍ରଧାନ, ଡେପୁଟି କଲେକ୍ଟର କୁଚିଣ୍ଡା ପ୍ରବୀଣା ବିଲୁଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Read More
{}{}