Hindi News >>Home >>Odisha State

Odisha News: ଆଜି ୫୧୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ରାଜ୍ୟ ସରକାର

Odisha News: ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha, Naveen Patnaik)। ଏନେଇ ଗତ କିଛି ଦିନ ହେବ ରାଜ୍ୟରେ ଆରମ୍ଭ ହୋଇଛି ନିଯୁକ୍ତି ପର୍ବ । ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହିତ ସ୍କୁଲ ଓ କଲେଜରେ ଶିକ୍ଷକଙ୍କ ଅଭାବକୁ ପୂରଣ କରିବା ଦିଗରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି।   

Advertisement
Odisha News: ଆଜି ୫୧୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ରାଜ୍ୟ ସରକାର
Stop
Zee Odisha Desk|Updated: Jan 10, 2024, 08:26 AM IST

Odisha News: ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha, Naveen Patnaik)। ଏନେଇ ଗତ କିଛି ଦିନ ହେବ ରାଜ୍ୟରେ ଆରମ୍ଭ ହୋଇଛି ନିଯୁକ୍ତି ପର୍ବ । ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହିତ ସ୍କୁଲ ଓ କଲେଜରେ ଶିକ୍ଷକଙ୍କ ଅଭାବକୁ ପୂରଣ କରିବା ଦିଗରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି। ଏହି କ୍ରମରେ ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ୧୫୮ ଜଣ ସରକାରୀ ମହା ବିଦ୍ୟାଳୟର ଆସିଷ୍ଟାଣ୍ତ ପ୍ରଫେସରଙ୍କୁ ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଲୋକସେବା ଭବନରେ ହେବାକୁ ଥିବା ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସେତିକି ନୁହେଁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ମୋଟ୍ ୩୫୪ ଜଣଙ୍କୁ ନିଯୁକ୍ତି ପତ୍ର ଦେବେ ରାଜ୍ୟ ସରକାର। ଏଥିରେ ୧୦ ଜଣ ଆସିଷ୍ଟାଣ୍ତ ପ୍ରଫେସର ଓ ୧୯୪ ଜଣ ସହକାରୀ ତାଲିମ୍ ଅଧିକାରୀ ଏବଂ ୧୫୦ ଜଣ କନିଷ୍ଠ ସହାୟକ ରହିଛନ୍ତି। 

 

Read More
{}{}