Hindi News >>Home >>Odisha State

Odisha News: ନିଯୁକ୍ତି ପର୍ବ, ଆଜି ବିଭିନ୍ନ ବିଭାଗର ୩୦୦ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

Odisha News: ବିକାଶ ଦିଗରେ ଆଗଉଛି ଓଡି଼ଶା।  ଶିକ୍ଷା, ସ୍ବାସ୍ଥ୍ୟ,ଜୀବନ ଶୈଳୀ, ଭିର୍ତ୍ତିଭୂମି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha, Naveen Patnaik)। ଏନେଇ ଗତ କିଛି ଦିନ ହେବ ରାଜ୍ୟରେ ଆରମ୍ଭ ହୋଇଛି ନିଯୁକ୍ତି ପର୍ବ । ଏନେଇ  ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପର୍ବରେ ବିଭିନ୍ନ ବିଭାଗରେ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ।

Advertisement
Odisha News: ନିଯୁକ୍ତି ପର୍ବ, ଆଜି ବିଭିନ୍ନ ବିଭାଗର ୩୦୦ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ
Stop
Zee Odisha Desk|Updated: Feb 21, 2024, 08:43 AM IST

Odisha News: ବିକାଶ ଦିଗରେ ଆଗଉଛି ଓଡି଼ଶା।  ଶିକ୍ଷା, ସ୍ବାସ୍ଥ୍ୟ,ଜୀବନ ଶୈଳୀ, ଭିର୍ତ୍ତିଭୂମି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha, Naveen Patnaik)। ଏନେଇ ଗତ କିଛି ଦିନ ହେବ ରାଜ୍ୟରେ ଆରମ୍ଭ ହୋଇଛି ନିଯୁକ୍ତି ପର୍ବ । ଏନେଇ  ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପର୍ବରେ ବିଭିନ୍ନ ବିଭାଗରେ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏ ଅବସରରେ  କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ୮୦ ଜଣ ଷ୍ଟାପ୍ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲାବୋରଟେରୀ ଟେକ୍ନିସିଆନ୍ , ୮ ଜଣ ଏଏନଏମ୍, ୯ ଜଣ ଏକ୍ସରେ ଟେକନିସିଆନ୍ ଏବଂ ୮ ଜଣ ଓଟି ଆସିଷ୍ଟାଣ୍ଟ୍  ଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ। ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ। 

ସେହିପରି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୧୦୪ ଜଣ ଯୋଗାଣ ନିରିକ୍ଷକଙ୍କ ସହ କାରଖାନା ଓ ବାଷ୍ପୀୟ ନିର୍ଦ୍ଦେଶାଲୟରେ ୯ ଜଣ ସହକାରୀ ନିର୍ଦ୍ଦେଶକ ନିଯୁକ୍ତି ପାଇବେ । ଅନ୍ୟପଟେ,ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ୪୮ ଜଣ ହସ୍ତଶିଳ୍ପ ବିକାଶ ଅଧିକାରୀ ,୭ ଜଣ ସମବାୟ ସମିତି ନୀରିକ୍ଷକ  ଏବଂ ତିନି ଜଣ ସମୀକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ନବୀନ। ତେବେ, ଏହି ନିଯୁକ୍ତି ପର୍ବ ଆଜି ଲୋକସେବା ଭବନ ସ୍ଥିତ ଇନଭେନସନ୍ ସେଣ୍ଟରରେ ସଂଧ୍ୟା ୫ଟାରେ ଆୟୋଜିତ କରାଯିବ ବୋଲି ଜଣାପଡିଛି। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

 

Read More
{}{}