Hindi News >>Home >>Odisha State

Odisha News: ଆଜି ‘ଆମ ହସ୍ପିଟାଲ’ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର ୬୭ଟି ଡାକ୍ତରଖାନା

Odisha News: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଜିଲ୍ଲାରେ ୬୭ଟି ସରକାରୀ ଚିକିତ୍ସାଳୟର ରୂପାନ୍ତରୀକରଣ ଅବସ୍ଥାକୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିବେ। ଏହା ସହ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଏବଂ ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ହୃଦ୍‍ରୋଗ ହସ୍‍ପିଟାଲ୍‍ର ଉଦ୍‍ଘାଟନ କରିବେ। 

Advertisement
Odisha News: ଆଜି ‘ଆମ ହସ୍ପିଟାଲ’ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର  ୬୭ଟି ଡାକ୍ତରଖାନା
Stop
Zee Odisha Desk|Updated: Feb 26, 2024, 08:45 AM IST

Odisha News: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଜିଲ୍ଲାରେ ୬୭ଟି ସରକାରୀ ଚିକିତ୍ସାଳୟର ରୂପାନ୍ତରୀକରଣ ଅବସ୍ଥାକୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିବେ। ଏହା ସହ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଏବଂ ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ହୃଦ୍‍ରୋଗ ହସ୍‍ପିଟାଲ୍‍ର ଉଦ୍‍ଘାଟନ କରିବେ। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଠାରେ ପ୍ରସ୍ତାବିତ ଉପ ଜିଲ୍ଲା ହସ୍‍ପିଟାଲ୍‍ ପାଇଁ ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ।  

ALSO READ: Congress: ଆଜି ଲୋକସେବା ଭବନ ଘେରିବ କଂଗ୍ରେସ, ପିସିସି ସଭାପତି କହିଲେ...

ସେହିପରି ଚଳିତ ମାସ ୧୭ ତାରିଖ(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆମ ହସ୍ପିଟାଲ ହସ୍ପିଟାଲ ଯୋଜନାରେ ଶୁଭାରମ୍ଭ କରିଥିଲେ ।  ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’ (Ama Hospital) ଶୁଭାରମ୍ଭ କରିଥିଲେ। ସ୍କୁଲ ରୂପାନ୍ତୀକରଣ ଭଳି ହସ୍ପିଟାଲ ରୂପାନ୍ତରୀକରଣ ମଧ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ରାଜ୍ୟରେ ଶୁଭାରମ୍ଭ ହୋଇଛି ବୋଲି ଏହି ଅବସରରେ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।  ଏଥିସହ ହିଞ୍ଜିଳିକାଟୁ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍‌ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରି ଏହା ଲୋକମାନଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି।

 

Read More
{}{}