Hindi News >>Home >>Odisha State

Plus Two Exam: ଏହି ଦିନଠାରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

Plus Two Exam:  ଯୁକ୍ତ ୨ ପରୀକ୍ଷା (Plus Two Exam) ଏନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of higher secondary education) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ପରୀକ୍ଷା ଚାଲିବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 15, 2023, 01:17 PM IST

Plus Two Exam: ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା (Plus Two Exam) । ଏନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of higher secondary education) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ପରୀକ୍ଷା ଚାଲିବ ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର, କଳାରେ ପ୍ରାୟ ୪ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ମିଳିଛି । ପରୀକ୍ଷା ସରିବା ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ (12th exam result 2024) କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ଆବଶ୍ୟକ ପଡ଼ିଲେ ସାଧାରଣ ନିର୍ବାଚନ (General Election 2024) ପରେ ରେଜଲ୍ଟ ପ୍ରକାଶ କରାଯିବ । ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଶୀଘ୍ର ପରୀକ୍ଷା କରାଯାଉଛି । ନିର୍ବାଚନ ଲାଗି ରାଜ୍ୟର ଅନେକ କଲେଜରେ ବ୍ୟବସ୍ଥା କରାଯିବା ସହ ଅନେକ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ବରେ ସାମିଲ କରାଯିବ । ତେଣୁ ନିର୍ବାଚନ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ଶେଷ କରିବା ସହ ଫଳାଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।

ପ୍ରକାଶଥାଉ କି, ଗତ ୧୧ ତାରିଖରେ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ମାଟ୍ରିକ୍ ପରୀକ୍ଷା (Matric Exam) ନେଇ ତାରିଖ ଘୋଷଣା କରାଯାଇଥିଲା । ଫେବୃଆରୀ ୨୦ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରେ ଫେବୃଆରୀ ୨୩ ତାରିଖରେ ଇଂରାଜୀ ପରୀକ୍ଷା ହେବ । ସେହିପରି ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୨ହଜାର ୯୯୧ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ । ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

 

Read More
{}{}