Hindi News >>Home >>Odisha State

Chinese ship: ପାରାଦୀପ ପୋର୍ଟରେ ଅଟକ ରଖାଗଲା ଚୀନ୍ ଜାହାଜ

Paradip Port: ପାରାଦୀପ ପୋର୍ଟରେ ଏକ ଚୀନ୍ ଜାହାଜକୁ ଜବତ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ଓଡି଼ଶା ହାଇକୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାହାଜ ବନ୍ଦରରେ ଅଟକି ରହିବ।  

Advertisement
Chinese ship seized in Paradip Port
Stop
Narayan Behera|Updated: Jul 31, 2024, 08:12 PM IST

Chinese ship seized in Paradip Port: ପାରାଦୀପ ପୋର୍ଟରେ ଚୀନ୍ ର ଏକ ଜାହାଜକୁ ଜବତ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲା ଟଙ୍କା ଲେଣଦେଣ ବିବାଦ ସହ ଜଡିତ ବୋଲି କୁହାଯାଉଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାହାଜକୁ ବନ୍ଦରରେ ବନ୍ଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାହାଜକୁ ଗିରଫ କରିବା ପାଇଁ  ଓଡ଼ିଶା ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ
ଲୋ ସରଫର୍ ମ୍ୟାରିନ୍ ଗ୍ୟାସ ଅଏଲ୍ କାରବାରକୁ ନେଇ ଟ୍ରେଡିଂ ସଂସ୍ଥା ଓ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଜାହାଜର ଟ୍ରେଡିଂ ସଂସ୍ଥା କୁ ୯୯ଲକ୍ଷ ୮୧ହଜାର ୫୫୩ଟଙ୍କା ଜାହାଜ ମାଲିକ ଦେବାକୁ ବାକିଥିବା ବେଳେ ଆବେଦନ କାରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନ କାରୀଙ୍କ ପକ୍ଷରୁ ଦାଖଲ ସମସ୍ତ ଦସ୍ତାବିଜ ଏବଂ ଉପସ୍ଥାପନ କରା ଯାଇଥିବା ବେଳେ ଏହି ମାମଲା ବିଚାର ପାଇଁ ଗ୍ରହଣୀୟ ବୋଲି ହାଇକୋର୍ଟ କହିବା ସହିତ ଜାହାଜକୁ ତୁରନ୍ତ ଗିରଫ କରିବା ପାଇଁ ଆଦେଶ ଦିଆ ଯାଇଥିଲା। 

ଜାହାଜଟି ପାରାଦୀପର ଆଙ୍କରେଜ୍ ଏରିଆ ମଧ୍ୟରେ ଥିବା ବେଳେ ଜାହାଜକୁ ଗିରଫ କରା ଯାଇଥିବା ଜଣାପଡିଛି। ତେବେ ଜାହାଜ ଟି MV- ZHIHAI 505 ଏହାର ଆଇଓଏମ୍ ନଂ 9567477 ବୋଲି ଜଣାପଡିଥିବା ବେଳେ ଏହି ଜାହାଜ କୁ ଗିରଫ କରିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗିରଫ କରାଯାଇଥିବା ସୂଚନା ମିଳିଛି। 

Read More
{}{}