Hindi News >>Home >>Odisha State

Mohan Charan Majhi: ରାଜଧାନୀରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ଵରର ମ୍ୟୁଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍.

Advertisement
Mohan Charan Majhi: ରାଜଧାନୀରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Stop
Zee Odisha Desk|Updated: Jun 14, 2024, 02:49 PM IST

Mohan Charan Majhi: ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ଵରର ମ୍ୟୁଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍. ଆମ୍ବେଦକର ଏବଂ ୧୨୦ ବାଟାଲିୟନ ଛକରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବରପୁତ୍ର ମାନଙ୍କ ଆଶୀର୍ବାଦ କାମନା କରିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସ୍ଵାଧୀନତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଅସ୍ମିତାର ସୁରକ୍ଷାରେ ଆମର ଏହି ବରପୁତ୍ର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି। ଆମର ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଆ  ଅସ୍ମିତାକୁ ଗୁରୁତ୍ଵ ଦିଆଯିବ। ଏଥିସହ ରାଜ୍ୟର ନୂଆ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଉପରେ ଗୁରୁତ୍ବଦେଇ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଓ ଆଗକୁ କରି ଚାଲିବେ ବୋଲି ସେ କହିଛନ୍ତି। 
କାର୍ଯ୍ୟକ୍ରମରେ ଉପ ମୂଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଏବଂ ବିଧାୟକ ଓ ବିଧାୟିକାମାନେ ଉପସ୍ଥିତ ଥିଲେ।

{}{}