Hindi News >>Home >>Odisha State

ପର୍ଯ୍ୟଟନ ବିକାଶରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା: ୩ ପ୍ରକଳ୍ପରେ ମାତ୍ର ୧% ସହାୟତା, ପଶ୍ଚିମାଞ୍ଚଳ ଅନ୍ଧାରରେ

ଭାରତର ଆଭ୍ୟନ୍ତରୀଣ ପର୍ଯ୍ୟଟନକୁ ବିକଶିତ କରିବା ତଥା ଦେଶୀୟ ଲୋକଙ୍କୁ ବିଦେଶ ଯିବା ବଦଳରେ ନିଜ ଦେଶର ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସ୍ୱଦେଶ ଦର୍ଶନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ଭାରତର  ବିଭିନ୍ନ ରାଜ୍ୟର ୭୬ଟି ପ୍ରକଳ୍ପକୁ ଧ୍ୟାନ ଦିଆଯାଇଛି।   

Advertisement
Center neglects Odisha in tourism development
Stop
Zee Odisha Desk|Updated: Dec 18, 2023, 08:40 PM IST

ଭୁବନେଶ୍ୱର: ରାଜ୍ୟକୁ କେନ୍ଦ୍ରର ଅବହେଳା କଥା କହିଲେ ଅନେକ ପ୍ରସଙ୍ଗ ସେମ୍ନା ଆସେ। କିନ୍ତୁ ଆଜି ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ଆଖି ବୁଜି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱଧୀନ ସରକାର ଆସିବା ଦିନଠୁ ଓଡ଼ିଶାର ପର୍ଯ୍ୟଟନର ବିକାଶ ଲାଗି ମାତ୍ର ୭୭.୨୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ତିନୋଟି କେନ୍ଦ୍ର ପ୍ରାୟୋଜିତ କାର୍ଯ୍ୟକ୍ରମରୁ ମାତ୍ର ଦୁଇଟି କାର୍ଯ୍ୟକ୍ରମରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ଲୋକସଭାରେ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ଜି କିଶନ୍‍ ରେଡ୍ଡି ସୂଚନା ରଖିଛନ୍ତି।  

କର୍ଣ୍ଣାଟକର ବିଜେପି ସାଂସଦ ଏସ୍‍ ମୁନ୍ନିସ୍ୱାମୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀ ରେଡ୍ଡି କହିଛନ୍ତି, ପର୍ଯ୍ୟଟନର ବିକାଶ ଓ ପ୍ରୋତ୍ସାହନ ଏକ ରାଜ୍ୟ ବ୍ୟାପାର। ତଥାପି କେନ୍ଦ୍ର ସରକାର ନିଜ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରଣୟନ କରିଛନ୍ତି। ଶାସନକୁ ଆସିବା ପରେ ବିଜେପି ସରକାରଙ୍କ ପକ୍ଷରୁ ଦେଶରେ ସ୍ୱଦେଶ ଦର୍ଶନ, ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ଅଭିବୃଦ୍ଧି ଅଭିଯାନ ( ପ୍ରଶାଦ) ଭଳି ଯୋଜନା ସହ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସୀକୁ ରାଜ୍ୟଗୁଡ଼ିକରେ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ପାଣ୍ଠି ପ୍ରଦାନ କରିଥାଆନ୍ତି। ଏହିକ୍ରମରେ କେନ୍ଦ୍ର ସରକାର ପ୍ରାୟ ୭୬୬୩ କୋଟି ଟଙ୍କା ସହାୟତା ବିଭିନ୍ନ ରାଜ୍ୟକୁ ଗତ ୧୦ ବର୍ଷ ଭିତରେ ପ୍ରଦାନ କରିବାକୁ ମଞ୍ଜୁର କରିଛନ୍ତି। ଏଥିରେ ସ୍ୱଦେଶ ଦର୍ଶନ ଲାଗି ୫୨୯୪ କୋ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୪୮୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପ୍ରଶାଦ ଯୋଜନାରେ ୧୬୨୯ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବଳେ ମାତ୍ର ୯୪୩ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଦୁଇ ଯୋଜନାରେ ଓଡ଼ିଶାର ଦୁଇଟି ପ୍ରକଳ୍ପକୁ ସ୍ଥାନୀତ କରାଯାଇଛି।  ଏ ବାବଦରେ ସମୁଦାୟ ୧୨୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲେ ମଧ୍ୟ ଏ ଭିତରେ ମାତ୍ର ୭୭ କୋଟି ୨୮ ଲକ୍ଷ ଟଙ୍କା ବିଗତ ୯ ବର୍ଷ ଭିତରେ ପ୍ରଦାନ କରାଯାଇଛି। ଅର୍ଥାତ୍‍ ଏ ଦୁଇ ଯୋଜନାରେ ଯେତିକି ଟଙ୍କା ସାରା ଭାରତକୁ ପ୍ରଦାନ କରାଯାଇଛି ସେଥିରୁ ଓଡ଼ିଶାର ଭାଗ ମାତ୍ର ୧ ପ୍ରତିଶତରେ ସୀମିତ ରହିଛି।  

ଭାରତର ଆଭ୍ୟନ୍ତରୀଣ ପର୍ଯ୍ୟଟନକୁ ବିକଶିତ କରିବା ତଥା ଦେଶୀୟ ଲୋକଙ୍କୁ ବିଦେଶ ଯିବା ବଦଳରେ ନିଜ ଦେଶର ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସ୍ୱଦେଶ ଦର୍ଶନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ଭାରତର  ବିଭିନ୍ନ ରାଜ୍ୟର ୭୬ଟି ପ୍ରକଳ୍ପକୁ ଧ୍ୟାନ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ୪ ପ୍ରକଳ୍ପ, ବିହାରର ୫, ତେଲେଙ୍ଗନାର ୩ ପ୍ରକଳ୍ପ ରହିଥିବାବେଳେ ଓଡ଼ିଶାର ମାତ୍ର ଗୋଟିଏ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୬-୧୭ ମସିହାରେ ରାଜ୍ୟର ଉପକୂଳ ସର୍କିଟକୁ ବିକାଶ କରିବା ଲାଗି ଏହି ପ୍ରକଳ୍ପ ଉଦ୍ଦିଷ୍ଟ । ଏଥିରେ ସମୁଦାୟ ୭୦ କୋଟି ୮୨ ଲକ୍ଷ ଟଙ୍କା  ଖରଚ୍ଚ ପାଇଁ ମଞ୍ଜୁର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୬୭ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି।  

ଠିକ୍‍ ସେହିପରି ମନ୍ଦି, ଐତିହ୍ୟ ତଥା ଧର୍ମାନୁଷ୍ଠାନ ରୂପାନ୍ତିରଣ ଲାଗି ଉଦ୍ଦିଷ୍ଟ ପ୍ରଶାଦ ଯୋଜନାରେ ମଧ୍ୟ ରାଜ୍ୟକୁ ଅଣଦେଖା କରାଯାଇଛି।   ଦେଶରେ ସମୁଦାୟ ୪୬ଟି ପ୍ରକଳ୍ପକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏତିହ୍ୟରେ ପରିପୂର୍ଣ୍ଣ ତଥା ମନ୍ଦିର ମାଳିନୀ ରାଜ୍ୟ ଭାବେ ପରିଚିତ ଓଡ଼ିଶାର ମାତ୍ର ଗୋଟିଏ ପ୍ରକଳ୍ପ ସ୍ଥାନୀତ ହୋଇଛି। ପୁଣି ଏହି ୨୦୧୪-୧୪ ମସିହାରେ ଏହି ପ୍ରକଳ୍ପ ଅଧୀନପରେ ଚିହ୍ନିତ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ ମନ୍ଦିର, ମେରାଇନ୍‍ ଡ୍ରାଇଭ ବିକାଶ ଲାଗି ସରକାର ୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର କରିଥିଲେ। ହେଲେ ଏ ଭିତରେ ମାତ୍ର ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।   

ଏହି ଦୁଇ ଯୋଜନାଠୁ ଆହୁରି ହୀନ ଅବସ୍ଥା ଦେଖିବାକୁ ମିଳିଛି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ପର୍ଯ୍ୟଟନ ବିକାଶ ଯୋଜନା। ଏହି ଯୋଜନାରେ କେନ୍ଦ୍ର ସରକାର ଦେଶର ୩୮ଟି ପ୍ରକଳ୍ପର ବିକାଶ ଲାଗି ପ୍ରାୟ  ୭୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ହେଲେ ରାଜ୍ୟର କୌଣସି ଗୋଟିଏ ପ୍ରକଳ୍ପ ଏଥିରେ ସାମିଲ୍‍ ହୋଇପାରି ନାହିଁ।  

ଅର୍ଥାତ୍‍ ଦୁଇ ଯୋଜନାରେ କେନ୍ଦ୍ର ସରକାର କେବଳ ଉପକୂଳ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ସାମାନ୍ୟ ଧ୍ୟାନ ଦେଇଥିଲେ ମଧ୍ୟ ରାଜ୍ୟର ପଶ୍ଚିମାଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛି।   

Read More
{}{}