Hindi News >>Home >>Odisha State

ରାଜ୍ୟର ୬୭ ସ୍ଥାନରେ ସିବିଆଇ ଚଢ଼ଉ: ଗ୍ରାମୀଣ ଡାକ ସେବକ ନିଯୁକ୍ତି ଦୁର୍ନୀତି ଅଭିଯୋଗ

ଆଜି ଗୋଟିଏ ଦିନରେ ରାଜ୍ୟର ୬୭ଟି ସ୍ଥାନରେ ଚଢ଼ଉ ଆରମ୍ଭ କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ପ୍ରଭୃତି ୯ଟି ଜିଲ୍ଲାରେ ତଦନ୍ତ ଆରମ୍ଭ କରାଯାଇଛି। ଏଥିରେ ସମୁଦାୟ ୨୦୪ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି, ଯେଉଁଥିରୁ ୧୨୨ଜଣ ହେଉଛନ୍ତି ସିବିଆଇ ଅଧିକାରୀ। 

Advertisement
ରାଜ୍ୟର ୬୭ ସ୍ଥାନରେ ସିବିଆଇ ଚଢ଼ଉ: ଗ୍ରାମୀଣ ଡାକ ସେବକ ନିଯୁକ୍ତି ଦୁର୍ନୀତି ଅଭିଯୋଗ
Stop
Soubhagya Ranjan Mishra|Updated: Jun 13, 2024, 03:10 PM IST

ଭୁବନେଶ୍ୱର: ଓଡ଼ିଶାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି  ଅଭିଯୋଗର ତଦନ୍ତ ପାଇଁ ସିବିଆଇ ଜୋରଦାର ତଦନ୍ତ ଆରମ୍ଭ କରିଛି। ଆଜି ଗୋଟିଏ ଦିନରେ ରାଜ୍ୟର ୬୭ଟି ସ୍ଥାନରେ ଚଢ଼ଉ ଆରମ୍ଭ କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ପ୍ରଭୃତି ୯ଟି ଜିଲ୍ଲାରେ ତଦନ୍ତ ଆରମ୍ଭ କରାଯାଇଛି। ଏଥିରେ ସମୁଦାୟ ୨୦୪ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି, ଯେଉଁଥିରୁ ୧୨୨ ଜଣ ହେଉଛନ୍ତି ସିବିଆଇ ଅଧିକାରୀ। 

ଗ୍ରାମୀଣ ଡାକ ସେବକ ନିଯୁକ୍ତି  ପାଇଁ ଜାଲ ପ୍ରମାଣପତ୍ର ବ୍ୟବହାର ହୋଇଥିବା ନେଇ ଓଡ଼ିଶା ଡାକସେବା   ନିର୍ଦ୍ଦେଶକ  ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗ ଆଧାରରେ  ୨୦୨୩ ମେ’ ୯ ତାରିଖରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୬୩ଜଣ ପ୍ରାର୍ଥୀଙ୍କୁ ପ୍ରଥମେ ଅଭିଯୁକ୍ତ ଦର୍ଶାଯାଇଥିଲା।  ପରବର୍ତ୍ତୀ ସମୟରେ ଡାକ ବିଭାଗର କିଛି କର୍ମଚାରୀ ଓ କିଛି ଅନ୍ୟ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯାଇ ତଦନ୍ତ କରାଯାଇଥିଲା।

ଡାକ ବିଭାଗ ପକ୍ଷରୁ ରାଜ୍ୟରେ ୧୩୮୨ଟି ଗ୍ରାମୀଣ ଡାକସେବକ ନିଯୁକ୍ତି ଲାଗି ଜାନୁୟାରୀ ୨୦୨୩ ମସିହାରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ପ୍ରାର୍ଥୀଙ୍କୁ ସର୍ବନିମ୍ନ ଦଶମ ଶ୍ରେଣୀ ପାସ୍‍ କରିବା ଆବଶ୍ୟକ ଥିଲା। ଅନ୍‍ ଲାଇନରେ ପ୍ରାର୍ଥୀ ଦେଉଥିବା ପ୍ରମାଣପତ୍ର ଓ ମାର୍କଶିଟକୁ ଆଧାର କରି ଯୋଗ୍ୟ ପ୍ରାର୍ଥୀଙ୍କୁ ମାର୍କ ଆଧାରରେ ବଛାଯାଉଥିଲା। ପରେ ତାଙ୍କୁ ପ୍ରମାଣପତ୍ର ଯାଞ୍ଚ କରିବାକୁ ଡକାଯାଉଥିଲା। ପ୍ରାର୍ଥୀଙ୍କ ପ୍ରାମଣପତ୍ର ଓ ମାର୍କଶିଟ ଯାଞ୍ଚ ବେଳେ ୬୩ଜଣ ପ୍ରାର୍ଥୀଙ୍କ ପ୍ରମାଣପତ୍ର ନେଇ ସନ୍ଦେହ ଉପୁଜିଥିଲା। ସେମାନେ ଆଲ୍ଲଳହାବାଦ, ରାଞ୍ଚି, କୋଲକତା ପ୍ରମୃତି ବିଭିନ୍ନ ବୋର୍ଡ ପ୍ରମାଣପତ୍ରକୁ ଉପସ୍ଥାପନ କରିଥିବାରୁ ସନ୍ଦେହ ଉପୁଜିଥିଲା। ଆଉ ସେଥିଲାଗି ଡାକ ବିଭାଗ ପକ୍ଷରୁ ଏହି ପ୍ରମାଣପତ୍ର ଦାଖଲରେ କିଛି ରାକେଟ କାମ କରୁଥିବା ସନ୍ଦେହ କରାଯାଇଥିଲା। ଏଥିରେ ପୁଣି ଆନ୍ତଃ-ରାଜ୍ୟ ରାକେଟ କାର୍ଯ୍ୟ କରୁଥିବା ଅଭିଯୋଗ ଥିବାରୁ ସିବିଆଇ ବିଭିନ୍ନ ରାଜ୍ୟରେ ଏ ବିଷୟକୁ ନେଇ ତଦନ୍ତ କରୁଛି।

Also Read- Sun Transit in Gemini: ମିଥୁନ ରାଶିରେ ସୂର୍ଯ୍ୟଙ୍କ ଚଳନ, ୪ ରାଶିର ଭାଗ୍ୟ ଉଜ୍ୱଳ !

{}{}