Hindi News >>Home >>Odisha State

Srimandir Parikrama Project: ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ହାଇକୋର୍ଟରେ ମାମଲା

Srimandir Parikrama Project: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ (Srimandir Parikrama Project inauguration ) ବିରୋଧ କରି ମଙ୍ଗଳବାର  ହାଇକୋର୍ଟରେ (Orissa High Court Cuttack) ଏକ ମାମଲା ରୁଜୁ ହୋଇଛି। ପଢନ୍ତୁ ପୂରା ଖବର...

Advertisement
Srimandir Parikrama Project: ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ହାଇକୋର୍ଟରେ ମାମଲା
Stop
Zee Odisha Desk|Updated: Jan 10, 2024, 06:32 AM IST

Srimandir Parikrama Project: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ (Srimandir Parikrama Project inauguration ) ବିରୋଧ କରି ମଙ୍ଗଳବାର  ହାଇକୋର୍ଟରେ (Orissa High Court Cuttack) ଏକ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାର ଅଯଥା ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରିବା ସହ ବିଭିନ୍ନ ସ୍ଥାନରୁ ଯାତ୍ରୀଙ୍କୁ ଆଣି ପୁରୀରେ ଏକତ୍ରିତ କରିବାକୁ ଯୋଜନା କରୁଛନ୍ତି।  ଏନେଇ କୋରୋନା ବ୍ୟାପିବା ନେଇ ଆବେଦନକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ପ୍ରତି ପଞ୍ଚାୟତ  ଓ ସହରାଞ୍ଚଳରେ ପରଦା ଲଗାଯାଇ ଅନଲାଇନ୍ ରେ ଉଦଘାଟନୀ ଉତ୍ସବର ଦେଖିବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ଏବଂ ଜଗନ୍ନାଥ ସେନା ମାମଲା ରୁଜୁ କରିଛନ୍ତି। ମାମଲାରେ ପଞ୍ଚାୟତରାଜି  ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ., ପୁରୀ ଏସପି ଓ ଶ୍ରୀମନ୍ଦିର ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବାକୁ ଯାଉଛି। ଭକ୍ତଙ୍କ ସୁବିଧା ପାଇଁ ଏଥିରେ ରହିଛି ଅଭ୍ଯର୍ଥନା ଗୃହ ସହିତ ଟଏଲେଟ, କ୍ଲକରୁମ୍, ପରିକ୍ରମା ରାସ୍ତା,ସୁରକ୍ଷା ପ୍ରାଚୀର, ଗ୍ରୀନେରୀ ସହ ଅନେକ ଆକର୍ଷଣୀୟ ସୁବିଧା। ତେବେ ତେବେ ସବୁଠାରୁ ବଡକଥା ହେଲା ଆସନ୍ତା ୧୧ତାରିଖ ରାତି ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରାଯିବ। ତେବେ ୧୪ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରକ୍ଷା ବ୍ଯବସ୍ଥା ନେଇ ପୁଲିସକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବେ। ଏନେଇ ପ୍ରକଳ୍ପର ଫିଲ୍ଡ ଭିଜିଟ୍ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେପଟେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ପୁରୀକୁ ଦିଆଯିବ ବ୍ଲାଙ୍କେଟ କଭର୍। ପର୍ଯ୍ଯାପ୍ତ ସିସିଟିଭି ସଂଯୋଗ ହେବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ରହିବ କଡା ନଜର କହିଛନ୍ତି ଏଡିଜି।

Read More
{}{}