Hindi News >>Home >>Odisha State

Odisha News: ପୁରୀ ବଡ଼ଦାଣ୍ଡରେ କ୍ୟାନଭାସରେ ରଙ୍ଗ ଉତ୍ସବ

Odisha News: ହୋଲିରେ ପୁରୀ ବଡ଼ଦାଣ୍ଡରେ କ୍ୟାନଭାସରେ ରଙ୍ଗ ଉତ୍ସବ। ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବଡ଼ଦାଣ୍ଡର ଉତ୍ତର ପାର୍ଶ୍ବ ପରିକ୍ରମା ପଥରେ ଓଡ଼ିଶାର ବିଶିଷ୍ଠ ଚିତ୍ରଶିଳ୍ପୀମାନଙ୍କ ଦ୍ବାରା ‘ଜେଡ଼ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ’, ଭୁବନେଶ୍ବର ପ୍ରାୟୋଜିତ ଏବଂ ‘ଉତ୍କୃଷ୍ଠ’, ଶ୍ରୀ ସୁବାଷ ପୂଜାହାରୀଙ୍କ ଦ୍ବାରା ଆୟୋଜିତ ଏକ ଚିତ୍ରଶିଳ୍ପୀ ଶିବିରର ଆଜି ଅନୁଷ୍ଠିତ ହୋଇଯାଇଛି। 

Advertisement
Odisha News: ପୁରୀ ବଡ଼ଦାଣ୍ଡରେ କ୍ୟାନଭାସରେ ରଙ୍ଗ ଉତ୍ସବ
Stop
Sanjaya Kumar Mohapatra|Updated: Mar 27, 2024, 10:57 AM IST

Odisha News: ହୋଲିରେ ପୁରୀ ବଡ଼ଦାଣ୍ଡରେ କ୍ୟାନଭାସରେ ରଙ୍ଗ ଉତ୍ସବ। ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବଡ଼ଦାଣ୍ଡର ଉତ୍ତର ପାର୍ଶ୍ବ ପରିକ୍ରମା ପଥରେ ଓଡ଼ିଶାର ବିଶିଷ୍ଠ ଚିତ୍ରଶିଳ୍ପୀମାନଙ୍କ ଦ୍ବାରା ‘ଜେଡ଼ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ’, ଭୁବନେଶ୍ବର ପ୍ରାୟୋଜିତ ଏବଂ ‘ଉତ୍କୃଷ୍ଠ’, ଶ୍ରୀ ସୁବାଷ ପୂଜାହାରୀଙ୍କ ଦ୍ବାରା ଆୟୋଜିତ ଏକ ଚିତ୍ରଶିଳ୍ପୀ ଶିବିରର ଆଜି ଅନୁଷ୍ଠିତ ହୋଇଯାଇଛି। ସିଂହଦୁଆର ଫିଟା ନୀତି ପରେପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଶିଷ ଲାଭ କରି ଚିତ୍ର ଶିବିରଟି ଆରମ୍ଭ ହୋଇଥିଲା। ଉକ୍ତ ଶିବିରକୁ ଡ଼ଃ ସିଦ୍ଧେଶ୍ବର ମହାପାତ୍ର, ଶ୍ରୀମନ୍ଦିର ପୁରୋହିତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ବଳଦେବ ମହାରଥା, ଦିଲ୍ଲୀ ନିବାସୀ ପ୍ରଦୋଷ ସ୍ବାଇଁ, ନିବେଦିତା ପଟ୍ଟନାୟକ, ଓଡ଼ିଶା ଚାରୁ ଓ କରୁକକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ମାଧବ କର, ଶ୍ରୀ ପ୍ରଦୀପ ପାଣ୍ଡେ, ଶ୍ରୀ ସୁବାସ ପୁଜାହାରୀ, ଶ୍ରୀ ଜନାର୍ଦ୍ଦନ ପରମଗୁରୁ, ଡଃ ସ୍ଥିତଧୀ ରଥ, ଶ୍ରୀ ରାଜେଶ ନାୟକ, ଶ୍ରୀ ସନ୍ତୋଷ ମହାରଣା, ଶ୍ରୀ ରାଜକିଶୋର ମହାରଣା, ଶ୍ରୀ ଶିବପ୍ରସାଦ ସାହୁ, ଶ୍ରୀ ଏସ୍‌.ଏମ୍‌. ପଣ୍ଡା, ଶ୍ରୀ ଚିତ୍ରସେନ ବିଶୋଇ, ଶ୍ରୀ ଅଶୋକ ବେହେରା ଏବଂ ଶ୍ରୀ ଆନନ୍ଦ ବେହେରା ପ୍ରମୁଖ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ। ସନ୍ଧ୍ୟାରେ ଚିତ୍ରଗୁଡ଼ିକ ସର୍ବସାଧାରଣଙ୍କ ଦର୍ଶନାର୍ଥେ ପ୍ରଦର୍ଶୀତ କରାଯାଇଥିଲା ଏବଂ ଦର୍ଶକଙ୍କ ଦ୍ବାରା ବହୁଳ ଆଦୃତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ବୋଲି ଶିବିରର ପରିଚାଳକ ଶ୍ରୀ ପ୍ରଦୋଷ ସ୍ବାଇଁ କହିଛନ୍ତି।

Read More
{}{}