Hindi News >>Home >>Odisha State

Bus strike: ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କଲା ଘରୋଇ ବସ ମାଲିକ ସଂଘ, କହିଲା...

Bus strike in Odisha: ଆଜିଠୁ ରାଜ୍ୟରେ ବସ୍ ଧର୍ମଘଟ (Bus strike in Odisha from today)।  ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିଛି। ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ। ନିଜ ଜିଦରେ ଅଟଳ ରହିଛନ୍ତି ଘରୋଇ ବସ୍ ମାଲିକ ସଂଘ (private bus owners association) । ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। 

Advertisement
Bus strike: ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କଲା ଘରୋଇ ବସ ମାଲିକ ସଂଘ, କହିଲା...
Stop
Zee Odisha Desk|Updated: Oct 20, 2023, 07:50 AM IST

Bus strike in Odisha: ଆଜିଠୁ ରାଜ୍ୟରେ ବସ୍ ଧର୍ମଘଟ (Bus strike in Odisha from today)।  ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିଛି। ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ। ନିଜ ଜିଦରେ ଅଟଳ ରହିଛନ୍ତି ଘରୋଇ ବସ୍ ମାଲିକ ସଂଘ (private bus owners association) । ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସରକାର ଲିଖିତ ପ୍ରତିଶ୍ରୃତି ନ ଦେବାରୁ ଏହି ଧର୍ମଘଟ ହୋଇଛି ବୋଲି ସେ କହିଛନ୍ତି।  ସେ ଆହୁରୀ ମଧ୍ୟ କହିଛନ୍ତି ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଏନେଇ ଆମେ ଯାତ୍ରୀଙ୍କ ଠାରୁ କ୍ଷମା ଚାହୁଁଛୁ। ଦଶହରା ପୂଜା ଥିବାରୁ ଅଧିକ ଯାତ୍ରୀ ହଇରାଣ ହେବେ ବୋଲି ଆଶା କରାଯାଉଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।

Also Read:  Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ସବୁ ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ତେବେ, ଦଶହରା ପୂଜା ଥିବାରୁ କିଏ ଘରକୁ ଫେରୁଛି ତ ଆଉ କିଏ କେଉଁ ସ୍ଥାନକୁ ପୂଜା ବୁଲିବାକୁ ବାହାରିଛି । କିନ୍ତୁ ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବରମୁଣ୍ତା ଓ କଟକର ନୂଆ କରି ଉଦଘାଟିତ ହୋଇଥିବା ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ସରକାରଙ୍କ ପକ୍ଷରୁ ଗଡୁଥିବା ମୋ ବସ୍ ଚାଲୁଥିଲେ ମଧ୍ୟ ଘରୋଇ ବସ୍ ବନ୍ଦ ଥିବାରୁ ସେହି ବସ୍ ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ତେବେ, ଯେଉଁ ଯାତ୍ରୀମାନେ ଦୂରସ୍ଥାନକୁ ଯାତ୍ରା କରୁଛନ୍ତି । ସେହି ଯାତ୍ରୀମାନେ ସେଠାରେ ଫଶି ରହିଛନ୍ତି। ସୂଚନା ଅନୁସାରେ, ନିକଟରେ ମାଲକାନଗିରିରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସକୁ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇଛି। ଗତକାଲି, ସିଏମଓଙ୍କ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲା ବସ ମାଲିକ ସଂଘ। କିନ୍ତୁ ଏହି ଆଲୋଚନା ବିଫଳ ହୋଇଥିଲା। 

ସେପଟେ ଧର୍ମଘଟକୁ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ  ପ୍ରତିକ୍ରିୟା ରଖିଛନ୍ତି ।  ବସ ଧର୍ମଘଟ ନ କରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାର୍ବଣ ସମୟରେ ବସ ଧର୍ମଘଟ ନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ବସ ମାଲିକ ସଂଘର ଏଭଳି ଏକତରଫା ନିଷ୍ପତ୍ତି ଦ୍ବାରା ଯାତ୍ରୀ ଅସୁବିଧାରେ ପଡ଼ିବେ ବୋଲି ସେ କହିଛନ୍ତି। ଆସନ୍ତା ୨୬ ତାରିଖରେ ପୁଣିଥରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ରହିଛି ବୋଲି ସୂଚନା ରହିଛି। 

Read More
{}{}