Hindi News >>Home >>Odisha State

Budget 2024: ୨୫ରେ ବଜେଟ୍‍, ଆପଣ କେମିତି ଜଣାଇବେ ଆପଣଙ୍କ ମତ ଜାଣି ରଖନ୍ତୁ କିଛି ଜରୁରୀ ସୂଚନା

Budget 2024: (ଭୁବନେଶ୍ୱର): ଆସନ୍ତା ୨୨ ତାରିଖରେ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଡକାଯାଇଛି। ୨୫ରେ ବିଧିବଦ୍ଧ ଭାବେ ବଜେଟ୍‍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବଜେଟ୍‍ ଉପସ୍ଥାପନ କରିବା ସ୍ଥିର ହୋଇଛି। 

Advertisement
Budget 2024: ୨୫ରେ ବଜେଟ୍‍, ଆପଣ କେମିତି ଜଣାଇବେ ଆପଣଙ୍କ ମତ ଜାଣି ରଖନ୍ତୁ କିଛି ଜରୁରୀ ସୂଚନା
Stop
Narmada Behera|Updated: Jul 12, 2024, 10:59 AM IST

Budget 2024: (ଭୁବନେଶ୍ୱର): ଆସନ୍ତା ୨୨ ତାରିଖରେ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଡକାଯାଇଛି। ୨୫ରେ ବିଧିବଦ୍ଧ ଭାବେ ବଜେଟ୍‍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବଜେଟ୍‍ ଉପସ୍ଥାପନ କରିବା ସ୍ଥିର ହୋଇଛି। ତେବେ ବିଜେପି ସରକାରର ଏଇ ପ୍ରଥମ ବଜେଟରେ ଆୟ ଏବଂ ବ୍ୟୟ କିପରି ହେବ, କିପରି ରାଜ୍ୟ ରାଜସ୍ୱ ଲୋକଙ୍କ ହିତ, ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ସେଥିଲାଗି ସରକାର ଆରମ୍ଭ କରିଛନ୍ତି ଆଲୋଚନା ପ୍ରସ୍ତାବ ଗ୍ରହଣ। ଖାଲି ଯେ ବିଶେଷଜ୍ଞ ତଥା ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଏଥିରେ ଭାଗ ନେବେ ତାହା ନୁହେଁ, ସାଧାରଣ ନାଗରିକ ଭାବେ ଯେ କେହି ସରକାରଙ୍କୁ ନିଜର ପ୍ରସ୍ତାବ ରଖିପାରିବେ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଯଦି ରାଜ୍ୟ ହିତରେ ଥାଏ ତେବେ ସରକାର ମଧ୍ୟ ତାହାକୁ ଗ୍ରହଣ କରିପାରନ୍ତି। 

ଆସନ୍ତୁ ନଜର ପକାଇବା କିଛି ସରଳ ଉପାୟ ଉପରେ ଯାହା ମାଧ୍ୟମରେ ଆପଣ ଆପଣଙ୍କ ମତକୁ ଅର୍ଥ ବିଭାଗ ଆଗରେ ରଖିପାରିବେ। 

1.୨୦୨୪-୨୫ ଆର୍ଥିକ ବର୍ଷ ଏ ସରକାରର ପ୍ରଥମ ଆର୍ଥିକ ବର୍ଷ। ଏହି ବର୍ଷର ବଜେଟ୍‍ ୮ ମାସ ପାଇଁ କାର୍ଯ୍ୟକ୍ଷମ ରହିବ। କାରଣ ଏପ୍ରିଲ ୨୦୨୫ ମସିହାରୁ ନୂଆ ଆର୍ଥିକ ବଜେଟ୍‍ ଆରମ୍ଭ ହେବ। ଏହି ବଜେଟରେ ଲୋକହିତକର ଯୋଜନାକୁ ଅଧିକ ଗୁରୁତ୍ୱ ଦେଇ ଏକ ପ୍ରଭାବଶାଳୀ ଲୋକଙ୍କ ସରକାର ଭାବେ ନିଜକୁ ପ୍ରତିପାଦନ କରିବାକୁ ଚାହିଁବି ମୋହନ ମାଝି ଏବଂ ଟିମ୍‍। 

2.ଶ୍ରୀ ମାଝି ଏବଂ ଅର୍ଥ ବିଭାଗ ପକ୍ଷରୁ ଆଜି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ଲାଗି ତାରିଖ ସ୍ଥିର କରାଯାଇଛି। ଏହାକୁ ପ୍ରାକ୍‍ ବଜେଟ୍‍ ପରାମର୍ଶ ବୋଲି ଅଭିହିତ କରାଯାଇଛି। ସାମାଜିକଳ ଅର୍ଥନୀତିକ,  ଟିକସ, ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟର ପ୍ରମୁଖ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

3.ଆପଣ ସାଧାରଣ ନାଗରିକ ଭାବେ ନିଜର ମତ ଦେବା ଲାଗି ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ୍‍ ପ୍ଲାଟଫର୍ମକୁ ବ୍ୟବହାର କରିଛନ୍ତି ସରକାର। 

4.ଯେଉଁମାନେ ନିଜ ମତାମତ ପୋର୍ଟାଲ୍‍ ମାଧ୍ୟମରେ ରଖିବାକୁ ଚାହୁଁଛନ୍ତି ସେମାନଙ୍କୁ ‘https://budget.odisha.gov.in/suggestions’ କୁ ଯାଇ ନିଜର ମତ ରଖିବାକୁ ହେବ। ନିଜେ ପ୍ରସ୍ତୁତ କରିଥିବା କିଛି ନଥିକୁ ମଧ୍ୟ ଏଠାରେ ଅପଲୋଡ଼ କରିବା ବ୍ୟବସ୍ଥା ରହିଛି। ନିଜ ନାଁ ଲେଖି ସେମାନେ ଏହି ନଥି ଉପସ୍ଥାପନ କରିପାରିବେ। କେଉଁ ବାବଦରେ ପ୍ରସ୍ତାବ ରଖୁଛନ୍ତି ତାହାକୁ ଡ୍ରଅପ୍‍ ଡାଉନ୍‍ରୁ ଚିହ୍ନିତ କରି ନିଜର ପ୍ରସ୍ତାବ ଲେଖିବାକୁ ହେବ। ଅଧିକ ଥିଲେ ନଥିକୁ ଅପଲୋଡ କରାଯାଇପାରିବ। ଏହାପରେ ଆପଣ ରୋବଟ ନୁହଁନ୍ତି ତାହା ପ୍ରମାଣିତ କରିବାକୁ ,କ କ୍ୟାପଚା ଦେବାକୁ ହେବ। 

5.ଯଦି ଆପଣ ସଂଯୋଗରେ ରହିବାକୁ ଚାହୁଁଛନ୍ତି ଅଥବା ସରକାରଙ୍କୁ ନିଜକୁ ସଂଯୋଗ କରିବା ପାଇଁ ଅନୁମତି ଦେବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ମୋବାଇଲ୍‍ ନମ୍ବର ଏବଂ ଇମେଲ୍‍ ଉଲ୍ଲେଖ କରିବାକୁ ହେବ କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। 

6.ଆପଣ ଯଦି ଏସବୁ ନକରି କେବଳ ଇମେଲ୍‍ ପଠାଇବାକୁ ଚାହୁଁଛନ୍ତି ତେବେ  odisha.budget@gov.in ରେ ଆପଣଙ୍କ ମତାମତ, ପ୍ରସ୍ତାବ ଏବଂ ଡକ୍ୟୁମେଣ୍ଟ ପଠାଇପାରିବେ। 

7.ହ୍ୱାଟ୍ସଆପ୍‍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚାହୁଁଥିଲେ,  (+91)9438161111ରେ ନିଜର ମତାମତ ପ୍ରଦାନ କରିପାରିବେ।

8.ଆପଣ ଚାହିଁଲେ ଟ୍ୱିଟର ବା ଫେସବୁକ୍‍ରେ ମଧ୍ୟ ବିଭାଗକୁ ସଂଯୋଗ କରି ନିଜର ମତାମତ ଦେଇପାରିବେ। ଏଥିଲାଗି ବିଭାଗର ଟ୍ୱିଟର ବା ଏକ୍ସ ହ୍ୟାଣ୍ଡଲ (@FdOdisha) ଏବଂ ଫେସ୍‍ବୁକ୍‍ ପେଜ୍‍ @FinanceOdishaରେ ନିଜର ମତାମତ ଦେବାକୁ ପଡ଼ିବ। 

ଗତକାଲି ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗର ବଜେଟ୍‍ ପ୍ରସ୍ତୁତି ସମ୍ପର୍କରେ ତର୍ଜମା କରି ଏ ବିଷୟକୁ ସ୍ପଷ୍ଟ କରିଛନ୍ତି।

Read More
{}{}