Hindi News >>Home >>Odisha State

Odisha Election 2024: ଫେଲ୍ ମାରିଲା ବିରୋଧୀଙ୍କ ବିରୋଧ, ପୁଅ ବଦଳରେ ଦାମଙ୍କ ବୋହୂ ଲଢ଼ିବେ ନିର୍ବାଚନ...

Odisha Election 2024: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଗୀତାଞ୍ଜଳି ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ଧର୍ମପତ୍ନୀ ଓ ସ୍ଵର୍ଗତ ଦାମଦୋର ରାଉତଙ୍କ ବୋହୂ। 

Advertisement
Odisha Election 2024: ଫେଲ୍ ମାରିଲା ବିରୋଧୀଙ୍କ ବିରୋଧ, ପୁଅ ବଦଳରେ ଦାମଙ୍କ ବୋହୂ ଲଢ଼ିବେ ନିର୍ବାଚନ...
Stop
Narayan Behera|Updated: Apr 12, 2024, 09:37 AM IST

Odisha Election 2024: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଗୀତାଞ୍ଜଳି ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ଧର୍ମପତ୍ନୀ ଓ ସ୍ଵର୍ଗତ ଦାମଦୋର ରାଉତଙ୍କ ବୋହୂ। ରାଜନୈତିକ ପରିବାରରୁ ସେ ଆସିଥିଲେ ମଧ୍ଯ ପ୍ରତ୍ୟକ୍ଷ ରାଜନୀତି ରେ ସେ ନବାଗତା । ନିଜ ଶ୍ୱଶୁର ଓ ସ୍ଵାମୀଙ୍କ ସଙ୍ଘଗଠନକୁ ପାଥେୟ କରି ଦଳ ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମହିଳା ପ୍ରାର୍ଥୀନୀ ଭାବେ ପାରାଦୀପରେ ପ୍ରଥମ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି।

 ତାଙ୍କ ନାମ ଘୋଷଣା ପରେ ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟରେ ସମର୍ଥକ ମାନଙ୍କ ଭିଡ଼ ଜମିଛି। ବାଣ ଫୁଟାଇ ମିଠା ଖୁଆଇ ସମର୍ଥକ ମାନେ ଖୁସି ମନାଇବାରେ ଲାଗିଛନ୍ତି। ଅନ୍ୟପଟେ ଦାମୋଦର ରାଉତଙ୍କ ପରିବାରରୁ କାହାରିକୁ ଟିକେଟ ନଦେବାକୁ ଦୀର୍ଘ ଦିନ ଧରି ସମ୍ବିତଙ୍କ ବିରୋଧୀ ଗୋଷ୍ଠୀ ବିରୋଧ କରି ଆସୁଥିଲେ। ତାଙ୍କ ଟିକେଟ କଟିବା ପାଇଁ ୧୦୦୮ ନଡ଼ିଆ ମାନସିକ କରି ମା ତାରିଣୀଙ୍କୁ ପଠେଇବା , ବିଧାୟକଙ୍କୁ ଖୋଲା ସଭାରେ ଅଯୋଗ୍ୟ ଘୋଷିତ କରିବା ଓ ଶଙ୍ଖ ଭବନ ଏବଂ ନବୀନ ନିବାସ ଯାଇ ସମ୍ବିତଙ୍କ ବିରୋଧରେ ରାଜ୍ଯ ନେତୃବୃନ୍ଦଙ୍କୁ ଅଭିଯୋଗ କରିବା ଦେଖାଯାଇଥିଲା।

ସବୁ ପରେ ବି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସମ୍ବିତଙ୍କ ଧର୍ମପତ୍ନୀଙ୍କ ନାମ ଘୋଷଣା କରିବା ପାରାଦୀପ ରାଜନୀତିକୁ ରୋଚକ କରିଛି। ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାନସଭା ପାର୍ଥୀ ଭାବେ ବିଜେଡି ଓ ବିଜେପି ତାର ପାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ତାର ପ୍ରାର୍ଥୀ ଘୋଷଣା କରିନାହିଁ।

Read More
{}{}