Hindi News >>Home >>Odisha State

Bijay Somalika Controversy: 'ମୁଁ ଥାଉ ଥାଉ କାହାକୁ ବିବାହ କରିପାରିବେନି ବିଧାୟକ ବିଜୟ ଶଙ୍କର'...

Bijay Shankar Somalika Controversy: କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ ଶଙ୍କର କରିଥିବା ବିବାହ ଆବେଦନ ଉପରେ ରହିତାଦେଶ ନେଇ ଏହି ଆବେଦନ କଲେ ସୋମାଲିକା। ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ ଶଙ୍କର।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 18, 2023, 03:39 PM IST

Bijay Shankar Somalika Controversy: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijaya Shankar Das) । ବିଧାୟକଙ୍କ ବିବାହକୁ ନେଇ ପୁଣି ମୁଣ୍ତ ଟେକିଛି ବିବାଦ । ବୁଧବାର କଟକ ସବରେଜିଷ୍ଟ୍ରାର ଅଫିସରେ ପହଁଞ୍ଚିଛନ୍ତି ତିର୍ତ୍ତୋଲ ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ (Ex girl friend Somalika Das)।

ସୂଚନା ଅନୁଯାୟୀ, ଆଜି ସବରେଜିଷ୍ଟ୍ରାର ଅଫିସରେ ପହଁଞ୍ଚି ବିଧାୟକଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି ସୋମାଲିକା (Somalika Das) । ବିଜୟ ଶଙ୍କର ଦାସ ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ସେ ଦର୍ଶାଇଛନ୍ତି । ଏହାସହ କୋର୍ଟରେ ମାମଲା ବିଚାରାଧୀନ ରହିଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ନେଇ ଆବେଦନ (Marriage application) କରିଛନ୍ତି ସେନେଇ ଅଭିଯୋଗ କରିଛନ୍ତି ସୋମାଲିକା । ସେ କହିଛନ୍ତି, ‘ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏ ସଂପର୍କିତ କପି ସବ୍‌ ରେଜିଷ୍ଟ୍ରାରଙ୍କଠାରେ ଦାଖଲ କରିଛି । ମୋତେ ନ୍ୟାୟ ନମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ । ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ।’ ଗତ ମାସ ୨୧ ତାରିଖ ଦିନ ଆଉ ଜଣେ ଯୁବତୀଙ୍କୁ ବିବାହ କରିବା ଲାଗି ରେଜିଷ୍ଟର ଅଫିସରେ (Sub Registrar) ଆବେଦନ କରିଥିଲେ ବିଜୟ ଶଙ୍କର । ତେବେ ଏ ଖବର ଗଣମାଧ୍ୟମକୁ ଆସିବା ପରେ ଏହାର ଜୋରଦାର ବିରୋଧ କରିଥିଲେ ସୋମାଲିକା । ତାଙ୍କୁ ନ୍ୟାୟ ନମିଳିବା ଯାଏଁ ବିଜୟ ଶଙ୍କରଙ୍କ ବିବାହକୁ ସେ ବିରୋଧ କରିବେ ବୋଲି କହିଥିଲେ । ପରେ ଗତକାଲି ହାଇକୋର୍ଟଙ୍କ (High Court )ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । ତେବେ ହାଇକୋର୍ଟରେ ମାମଲା ରୁଜୁ ହେବାପରେ ବିଜୟଶଙ୍କରଙ୍କ ବିବାହକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

ପ୍ରକାଶ ଥାଉ କି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das) ଓ ସୋମାଲିକାଙ୍କ ( Ex girl friend Somalika Das) ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ କରିବା ନେଇ ସୋମାଲିକାଙ୍କୁ ପ୍ରତିଶୃତି ଦେଇଥିଲେ ବିଧାୟକ । ହେଲେ ବିବାହ ଦିନ ଠିକଣା ସ୍ଥଳରେ ପହଁଞ୍ଚିନଥିଲେ ବିଜୟ ଶଙ୍କର ଦାସ । ଏହାପରେ ସେ ସୋମାଲିକାଙ୍କୁ ବିବାହ କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ । ଯାହାପରେ ଥାନାର ଦ୍ବାରସ୍ତ ହୋଇଥିଲେ ସୋମାଲିକା। କେବଳ ସେତିକି ନୁହେଁ,  ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ସୋମାଲିକା ସେକ୍ସ ରାକେଟ (Sex Racket) ସହ ବହୁ ବିବାହିତ ନାରୀମାନଙ୍କ ସମ୍ପର୍କ ଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମାମଲାରେ ଏବେ କୋର୍ଟରେ ବିଚାରଧିନ ରହିଛି । ଏସବୁ ମାମଲାର ସମାଧାନ ନ ହେଉଣୁ ବିଧାୟକଙ୍କ ବିବାହ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

Also Read-Weather Update: କନ୍ଧମାଳରେ ଶୀତର ପହିଲି ଛୁଆଁ, ଫୁଲବାଣୀରେ ଦେଖାଦେଲା କୁହୁଡ଼ି

 

 

 

 

Read More
{}{}