Hindi News >>Home >>Odisha State

Bhitarkanika National Park: ଖୁସି ଖବର! ଭିତରକନିକାରେ ବଢ଼ିଲା ବିଦେଶାଗତ ପକ୍ଷୀ ଓ ବଉଳା କୁମ୍ଭୀର ସଂଖ୍ୟା

Bhitarkanika National Park: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡରେ ଚଳିତ ମାସ ୬ ତାରିଖ ଦିନ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିଲା। ଗଣନା ସକାଳ ୫ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ୧୮ଟି ଟିମ୍ ପକ୍ଷୀ ଗଣନା କରିଥିଲେ । ଏହି ପକ୍ଷୀ ଗଣନାରେ ପକ୍ଷୀ ବିଶାରଦ ମାନଙ୍କ ସହିତ ବନବିଭାଗର କର୍ମଚାରୀମାନେ ସାମିଲ ହୋଇ ୫ଟି ରେଞ୍ଜ ରେ ପକ୍ଷୀ ଗଣନା କରିଥିଲେ । ସାତଭାୟା, କାଳିଭଞ୍ଜଡିଆ,ଚିଞ୍ଚିରୀ ମୁହାଣ, ଡାଙ୍ଗମାଳ,ରାଇପାଟିଆ,ଯଉଦିଆ,ପାରାଦୀପ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା। ଚଳିତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧୪୦ ପ୍ରଜାତିର ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଗଣନା କରାଯାଇଥିଲା ।

Advertisement
Bhitarkanika National Park: ଖୁସି ଖବର! ଭିତରକନିକାରେ ବଢ଼ିଲା ବିଦେଶାଗତ ପକ୍ଷୀ ଓ ବଉଳା କୁମ୍ଭୀର ସଂଖ୍ୟା
Stop
Trilochan Das|Updated: Jan 18, 2024, 01:43 PM IST

Bhitarkanika National Park: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡରେ ଚଳିତ ମାସ ୬ ତାରିଖ ଦିନ ବିଦେଶାଗତ ପକ୍ଷୀ ଗଣନା କରାଯାଇଥିଲା। ଗଣନା ସକାଳ ୫ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ୧୮ଟି ଟିମ୍ ପକ୍ଷୀ ଗଣନା କରିଥିଲେ । ଏହି ପକ୍ଷୀ ଗଣନାରେ ପକ୍ଷୀ ବିଶାରଦ ମାନଙ୍କ ସହିତ ବନବିଭାଗର କର୍ମଚାରୀମାନେ ସାମିଲ ହୋଇ ୫ଟି ରେଞ୍ଜ ରେ ପକ୍ଷୀ ଗଣନା କରିଥିଲେ । ସାତଭାୟା, କାଳିଭଞ୍ଜଡିଆ,ଚିଞ୍ଚିରୀ ମୁହାଣ, ଡାଙ୍ଗମାଳ,ରାଇପାଟିଆ,ଯଉଦିଆ,ପାରାଦୀପ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା। ଚଳିତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧୪୦ ପ୍ରଜାତିର ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରଜାତି ସଂଖ୍ୟା କମିଥିବା ବେଳେ ପକ୍ଷୀ ସଂଖ୍ୟା ୧୧,୪୬୨ଟି ବୃଦ୍ଧି ପାଇଛି ।

ପ୍ରତିବର୍ଷ ଭଳି ଚଳିତବର୍ଷ ଭିତରକନିକାରେ ବଉଳା କୁମ୍ଭୀର ଗଣନା ଶେଷ ହୋଇଛି । ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡଃ ସୁଧାକର କରଙ୍କ ନେତୃତ୍ୱରେ ଚଳିତ ମାସ ୧୦,୧୧,୧୨ ତିନି ଦିନ ଧରି କୁମ୍ଭୀର ଗଣନା ଅନୁଷ୍ଠିତ ହୋଇଥିଲା । ରାଜନଗର, କନିକା, ଗହୀରମଥା ଓ ମହାକାଳପଡ଼ା ୪ଟି ରେଞ୍ଜ ରେ ୨୨ଟି ଟିମ୍ କୁମ୍ଭୀର ଗଣନାରେ ସାମିଲ୍ ହୋଇଥିଲେ। ଚଳିତବର୍ଷ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଗତବର୍ଷ ୧୭୯୩ଟି କୁମ୍ଭୀର ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ୧୮ଟି କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି ।

କୁମ୍ଭୀର ଓ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ପରିବେଶବିତ୍ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଗତବର୍ଷ ମାତ୍ର ତିନି ମାସ ମଧ୍ୟରେ ୬ ଜଣଙ୍କ ପ୍ରାଣ ନେଇଥିଲା କୁମ୍ଭୀର । ଏନେଇ କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କୁ ପଚାରିବାରୁ କେବଳ ନଦୀ କୂଳିଆ ଅଞ୍ଚଳବାସୀ ସଚେତନ ରହିଲେ ହିଁ ଏହି କୁମ୍ଭୀର ଆକ୍ରମଣରୁ ନିଜକୁ ରକ୍ଷା କରିପାରିବେ ବୋଲି କହିଥିଲେ। ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧି ଓ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଭିତରକନିକା କୁ ବେଶି ଆସିବା ନେଇ ଆଶା ରଖିଛି ବନବିଭାଗ ।

Read More
{}{}