Hindi News >>Home >>Odisha State

OSBC Election 2023: ଓଡ଼ିଶା ବାର କାଉନସିଲ୍ ପ୍ରତିନିଧି ନିର୍ବାଚନ ସ୍ଥଗିତ ରଖିଲା ବିସିଆଇ

BCI stays OSBC Election 2023: ୨୦୨୩ ନଭେମ୍ବର ୫ ତାରିଖରେ ହେବାକୁ ଯାଉଥିବା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ରେ ଓଡ଼ିଶା ଷ୍ଟେଟ ବାର କାଉନସିଲ୍ ସଦସ୍ୟ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। 

Advertisement
OSBC Election 2023: ଓଡ଼ିଶା ବାର କାଉନସିଲ୍ ପ୍ରତିନିଧି  ନିର୍ବାଚନ ସ୍ଥଗିତ ରଖିଲା ବିସିଆଇ
Stop
Zee Odisha Desk|Updated: Nov 04, 2023, 05:53 PM IST

BCI stays OSBC Member Representative Election 2023: ଏକ ପ୍ରମୁଖ ନିଷ୍ପତ୍ତି ଆଧାରରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ରାଜ୍ୟରେ ହେବାକୁ ଯାଉଥିବା ଓଡିଶା ଷ୍ଟେଟ ବାର କାଉନସିଲ୍ (ଓଏସବିସି) ସଦସ୍ୟ ପ୍ରତିନିଧିଙ୍କ ନିର୍ବାଚନକୁ ସ୍ଥଗିତ ରଖିଛି। ଯେଉଁ ନିର୍ବାଚନ ୨୦୨୩ ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାର ରହିଥିଲା। ଏ ସମ୍ପର୍କରେ ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର ଏକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୈତିକ ଏବଂ ଅନ୍ୟାୟ ପ୍ରଥା ଉପରେ ବିସିଆଇ ନିଷେଧାଦେଶ ଜାରି କରିଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ବାର କାଉନସିଲ୍ ନିର୍ବାଚନ (Odisha State Bar Council Election) ସମାପ୍ତ ହୋଇସାରିଛି। ଏହି ନିର୍ବାଚନକୁ ନେଇ କୌଣସି ବିବାଦ ଉପୁଜି ନାହିଁ। ନିର୍ବାଚନ ଫଳାଫଳ ଅନୁଯାୟୀ ୨୫ ଜଣ ସଦସ୍ୟ ନିର୍ବାଚିତ ହୋଇସାରିଛନ୍ତି। ରାଜ୍ୟ ବାର କାଉନସିଲ୍ ର ୨୫ ଜଣ ସଦସ୍ୟଙ୍କ (Odisha State Bar Council Member Representative) ମଧ୍ୟରୁ ବାର୍ ଆକାର ଉପରେ ନିର୍ଭର କରି କିଛି ପ୍ରତିନିଧି ବାର କାଉନସିଲ୍ ଅଫ୍ ଇଣ୍ଡିଆ (Bar Council of India) ଲାଗି ନିର୍ବାଚିତ ହୋଇଥାନ୍ତି।

ଏହି ଅଭିଯୋଗର ଗମ୍ଭୀରତା ଏବଂ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର (BCI chairman Manan Kumar Mishra) ଏ ସମ୍ପର୍କିତ ଅଭିଯୋଗର ପୂଙ୍ଖାନୁପୂଙ୍ଖ ଏବଂ ନିରପେକ୍ଷ ତଦନ୍ତ ପର୍ଯ୍ୟନ୍ତ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ରେ ଷ୍ଟେଟ ବାର କାଉନସିଲ୍ ସଦସ୍ୟ ନିର୍ବାଚନ (OSBC Member Representative Election for BCI) କରିବା ଉପରେ ସ୍ଥଗିତାଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଦ୍ଧିବଦ୍ଧ ଭାବରେ ଏକ ସରକାରୀ ବିଜ୍ଞପ୍ତି ଜାରି ହୋଇଛି।

ଅଭିଯୋଗ ଅନୁଯାୟୀ ବାର କାଉନସିଲ୍ ନିର୍ବାଚନରେ ମତଦାନ କରିବାକୁ ଯାଉଥିବା ଯୋଗ୍ୟ ମତଦାତଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ନଗଦ ଟଙ୍କା ଦେୟ, ହୋଟେଲ ବୁକିଂ, ମଦ ସମେତ ଅନ୍ୟାନ୍ୟ ପ୍ରଲୋଭନ ଏବଂ ପ୍ରୋତ୍ସାହନ ବ୍ୟବହାର କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ର ୨ ଜଣ ସଦସ୍ୟ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର (Odisha High Court) ଜଣେ ପୂର୍ବତନ ବିଚାରପତିଙ୍କୁ ନେଇ ଗଠିତ କମିଟି ଦ୍ୱାରା ଏହି ଅଭିଯୋଗର ନିରପେକ୍ଷ ଯାଞ୍ଚ କରାଯିବ। ତଦନ୍ତ ପ୍ରକ୍ରିୟା ପ୍ରାୟ ଏକ ମାସ ମଧ୍ୟରେ ଶେଷ ହେବ।

 

Read More
{}{}