Hindi News >>Home >>Odisha State

Odisha News: ଜଣେ ଶିକ୍ଷକରେ ଚାଲିଛି ପୁରା ସ୍କୁଲ

Odisha News: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବୈକୁଣ୍ଠ ନାଥ ହାଇ ସ୍କୁଲ ୧୯୮୪ ମସିହାରେ ସ୍ଥାପିତ ହୋଇଥିଲା। ଏହା ଅନୁଦାନ ପ୍ରାପ୍ତ ହୋଇଥିବାରୁ ନୂତନ ଶିକ୍ଷକ ନିଯୁକ୍ତି ହେଉନାହିଁ। ଫଳରେ ଜଣେ ବିଜ୍ଞାନ ଶିକ୍ଷକରେ ଚାଲିଛି ସ୍କୁଲ।

Advertisement
Odisha News: ଜଣେ ଶିକ୍ଷକରେ ଚାଲିଛି ପୁରା ସ୍କୁଲ
Stop
Priyambada Rana|Updated: Jul 30, 2024, 01:13 PM IST

Odisha News: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବୈକୁଣ୍ଠ ନାଥ ହାଇ ସ୍କୁଲ ୧୯୮୪ ମସିହାରେ ସ୍ଥାପିତ ହୋଇଥିଲା। ଏହା ଅନୁଦାନ ପ୍ରାପ୍ତ ହୋଇଥିବାରୁ ନୂତନ ଶିକ୍ଷକ ନିଯୁକ୍ତି ହେଉନାହିଁ। ଫଳରେ ଜଣେ ବିଜ୍ଞାନ ଶିକ୍ଷକରେ ଚାଲିଛି ସ୍କୁଲ।

ଏହି ଉଚ୍ଚ ବିଦ୍ୟାଳୟରେ ୩ଟି ଶ୍ରେଣୀରେ ମୋଟ ୮୭ ଜଣ ପିଲା ରହିଛନ୍ତି। ଅଷ୍ଟମ ଶ୍ରେଣୀରେ ୧୪ଜଣ, ନବମ ଶ୍ରେଣୀରେ ୩୨ ଜଣ ଏବଂ ଦଶମ ଶ୍ରେଣୀରେ ୪୧ ଜଣ ପିଲା ଅଛନ୍ତି। ସେମାନଙ୍କୁ ପଢାଇବା ପାଇଁ ଅଛନ୍ତି ଜଣେ ଶିକ୍ଷକ। ସେ ପୁଣି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, କେତେବେଳେ ଅଫିସ କାମ କରୁଛନ୍ତି ତ କେତେବେଳେ ପିଲାଙ୍କ ପାଠ ପଢାଉଛନ୍ତି। କିନ୍ତୁ ଏଥିରେ ଛାତ୍ରଛାତ୍ରୀଙ୍କ ଅସୁବିଧା ଦୂର ହୋଇ ପାରୁନାହିଁ। ଅର୍ଥାତ ପରୀକ୍ଷା ପୂର୍ବରୁ କେମିତି ପାଠ ପଢା ଶେଷ କରାଯିବ ସେ ନେଇ ତରବରିଆ ଭାବେ ପିଲାଙ୍କୁ ପାଠ ପଢା ଯାଉଛି। ଏଭଳି ଯଦି ପିଲାଙ୍କୁ ଶିକ୍ଷାଦାନ ଦିଆଯାଏ ତାହାଲେ ପିଲାଙ୍କ ଭବିଷ୍ୟତ ଆଗାମୀ ଦିନରେ କଣ ହେବ ତାହା ଶିକ୍ଷା ବିଭାଗକୁ ହିଁ ଜଣା।ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ଦାବି ହେଉଛି।

Read More
{}{}