Hindi News >>Home >>Odisha State

ଅଗଷ୍ଟ ୬ରୁ ୯ ଏହି ଜିଲ୍ଲାରେ ପ୍ରବଳ ଛେଚିବ ! ବର୍ଷା ସହ ଘଡଘଡି ନେଇ ସତର୍କବାଣୀ

Odisha Weather: ୧୫ଟି ଜିଲ୍ଲାରେ ୭ ସେମିରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇପାରେ ବୋଲି ଆକଳନ କରିବା ସହ ଉକ୍ତ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisement
ଅଗଷ୍ଟ ୬ରୁ ୯ ଏହି ଜିଲ୍ଲାରେ ପ୍ରବଳ ଛେଚିବ ! ବର୍ଷା ସହ ଘଡଘଡି ନେଇ ସତର୍କବାଣୀ
Stop
Soubhagya Ranjan Mishra|Updated: Aug 04, 2024, 07:00 PM IST

Weather Update: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହୁଛି । ତେଣୁ ଅଗଷ୍ଟ ୬ ତଥା ମଙ୍ଗଳବାର ଦିନରୁ ରାଜ୍ୟର ଅଧା ଜିଲ୍ଲାରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୫ଟି ଜିଲ୍ଲାରେ ୭ ସେମିରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇପାରେ ବୋଲି ଆକଳନ କରିବା ସହ ଉକ୍ତ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନା ମୁତାବକ, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୫ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଗଜପତି, କନ୍ଧମାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ ରାୟଗଡ଼ା । ଏଥିସହ ବୁଧବାର ଦିନ ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ୯ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ବର୍ଷା ଲାଗି ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ, ମଙ୍ଗଳବାର ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟା ଭିତରେ ପୁରୀରେ ସର୍ବାଧିକ ବର୍ଷା ହୋଇଛି। ପିପିଲିରେ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା କୁହାଯାଇଛି। 

Also Read- କଟକ ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁଲେ ମହିଳା

Also Read- Gold Price Update: 3800 ଟଙ୍କା ଶସ୍ତା ହେଲା ସୁନା, ସୋମବାର କମିବ ନା ବଢିବ ?

Read More
{}{}