Hindi News >>Home >>Odisha State

Odisha News: ଗ୍ଯାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟ୍

Odisha Election: ବିଳମ୍ବିତ ରାତିରେ ଏଟିଏମ୍ କାଟି ଟଙ୍କା ଲୁଟ୍। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଧକୋଠା ଠାରେ ଥିବା ଷ୍ଟେଟ୍ ବ୍ଯାଙ୍କ ଏଟିଏମ୍ କୁ ଗ୍ଯାସ୍ କଟର ସହାୟତାରେ କାଟି ଟଙ୍କା ଲୁଟ୍ କରିଛନ୍ତି ଦୃବୁତ୍ତ। ଆଜି ସକାଳୁ ଏହି ଘଟଣା ଜଣା ପଡିବାପରେ ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର କରିଥିଲେ। 

Advertisement
Odisha News: ଗ୍ଯାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟ୍
Stop
Abhaya mohanty|Updated: May 10, 2024, 01:09 PM IST

Odisha Election: ବିଳମ୍ବିତ ରାତିରେ ଏଟିଏମ୍ କାଟି ଟଙ୍କା ଲୁଟ୍। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଧକୋଠା ଠାରେ ଥିବା ଷ୍ଟେଟ୍ ବ୍ଯାଙ୍କ ଏଟିଏମ୍ କୁ ଗ୍ଯାସ୍ କଟର ସହାୟତାରେ କାଟି ଟଙ୍କା ଲୁଟ୍ କରିଛନ୍ତି ଦୃବୁତ୍ତ। ଆଜି ସକାଳୁ ଏହି ଘଟଣା ଜଣା ପଡିବାପରେ ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର କରିଥିଲେ। ପୋଲିସ୍ ପହଞ୍ଚି ଘଟଣାରର ତଦନ୍ତ ଚଳାଇଛି। ଲୁଟେରାମାନେ ଗ୍ଯାସ୍ ସିଲିଣ୍ଡର ଓ କଟର ସାମଗ୍ରୀ ଛାଡି ଚାଲିଯାଇଛନ୍ତି।

 ତେବେ ବ୍ଯଙ୍କ କର୍ତ୍ତୃପକ୍ଷ କିମ୍ବା ଏଟିଏମ୍ ଦାୟିତ୍ୱରେ ଥିବା କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚିନଥିବାରୁ କେତେଟଙ୍କା ଲୁଟ୍ ହୋଇଛି ତାହା ଜଣାପଡି ନାହିଁ। ଏନ୍ ଏଚ୍ ୨୦ ର ଠିକ୍ ପାର୍ଶ୍ୱ ରେ ଥିବା ଏହି ଏଟିଏମ୍ ରୁ ଗତବର୍ଷ ସମାନ ଭାବେ ୨୨ଲକ୍ଷରୁ ଉର୍ଧ ଟଙ୍କା ଲୁଟ୍ ହୋଇଥିଲା। ହେଲେ ଲୁଟେରା ଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳିପାରିନଥିବା ବେଳେ ପୁଣିଥରେ ଲୁଟ୍ ଘଟଣା ଚିନ୍ତାର କାରାଣ ପାଲଟିଛି।

{}{}