Hindi News >>Home >>Odisha State

Odia News: ଓଡ଼ିଆ ରିସର୍ଚ୍ଚରମାନଙ୍କୁ ଆର୍ଥିକ ସହାୟତା ଦେବ ASI !

ଏହି କାର୍ଯ୍ୟ ପାଇଁ ବିଶ୍ୱବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ଖନନ ଓ ଗବେଷଣା କ୍ଷେତ୍ରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯିବା ନେଇ ଏଏସଆଇ ଲକ୍ଷ୍ୟ ରଖିଥିବା ନେଇ ଶ୍ରୀ ବାସା ସୂଚନା ପ୍ରଦାନ କରିଥିଲେ। 

Advertisement
Odia News: ଓଡ଼ିଆ ରିସର୍ଚ୍ଚରମାନଙ୍କୁ  ଆର୍ଥିକ ସହାୟତା ଦେବ ASI !
Stop
Zee Odisha Desk|Updated: Oct 16, 2023, 03:01 PM IST

Odia News: ଭୁବନେଶ୍ୱର: ପ୍ରତ୍ନତତ୍ୱ ବିଭାଗ ସହିତ କାର୍ଯ୍ୟ କରୁଥିବା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍କଲାରସିପ ଦେବାକୁ ନିଷ୍ପତ୍ତି ନେଇଛି ଭାରତୀୟ ପ୍ରତ୍ତ୍ନତତ୍ୱ ବିଭାଗ ବା ASI। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗର ଅଧିକାରୀ ମିନତୀ ସିଂହା ସୂଚନା ପ୍ରଦାନ କରିଛନ୍ତି। ବିଭାଗ ଦୁଇଦିନିଆ କର୍ମଶାଳାର ଆୟୋଜନ କରିଥିଲା। ଏହି କର୍ମଶାଳାରେ ଆଗାମୀ ଦିନ ମାନଙ୍କରେ ହେବାକୁ ଥିବା ଖନନ କାର୍ଯ୍ୟ ତଥା ଗବେଷଣା ପାଇଁ ଏକ ତାଲିକା ପ୍ରସ୍ତୁତ କରୁଛି। ଏହି ଖନନ ତଥା ଗବେଷଣାରେ ସାମିଲ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛି। ଏଥିରେ ସାମିଲ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ASI ସୂଚନା ପ୍ରଦାନ କରିଛି। 

ଏନେଇ ନିର୍ଦ୍ଦେଶକ କେକେ ବାସା କହିଛନ୍ତି କି ASI ର ମହାନିର୍ଦ୍ଦେଶକ କେ କେ ବାସା କହିଛନ୍ତି ଯେ ଆମର ମିଶନ୍ ହେଉଛି ଯେ ଭାରତର ଅନେକ ଅଜଣା ତଥା ପୂରାତନ ଐତିହ୍ୟ ସମ୍ପର୍କିତ ସୂଚନାକୁ ସାର୍ବଜନୀନ କରିବା। ଏଥିପାଇଁ ଆମେ ଐତିହ୍ୟସ୍ଥଳୀ ଗୁଡ଼ିକର ତାଲିକା ପ୍ରସ୍ତୁତ କରୁଛୁ। ଖୁବଶୀଘ୍ର ଏହା ଉପରେ ଗବେଷଣା ଆରମ୍ଭ ହେବା ସହିତ ଖନନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବୁ। ଏଥିପାଇଁ ଆମେ ରାଜ୍ୟ ପ୍ରତ୍ତ୍ନତତ୍ୱ ବିଭାଗ ସହିତ ମିଶି ଆମେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛୁ। ଏଥିପାଇଁ ଆମେ ରାଜ୍ୟର କିଛି ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହିତ ଆଲୋଚନା ଜାରି ରଖିଛୁ। ଏହି କାର୍ଯ୍ୟ ପାଇଁ କିଛି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବାକୁ ଯୋଜନା କରିଛୁ ବୋଲି ସେ କହିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି ଏହି କାର୍ଯ୍ୟ ପାଇଁ ବିଶ୍ୱବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ଖନନ ଓ ଗବେଷଣା କ୍ଷେତ୍ରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯିବା ନେଇ ଏଏସଆଇ ଲକ୍ଷ୍ୟ ରଖିଥିବା ନେଇ ଶ୍ରୀ ବାସା ସୂଚନା ପ୍ରଦାନ କରିଥିଲେ। 

Read More
{}{}