Hindi News >>Home >>Odisha State

Srimandir: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର, ଦେଖନ୍ତୁ ଏହି ଭିଡିଓ..

Srimandir: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୁଣି ପୋଲିସର ଦୁର୍ବ୍ୟବହାର । ସିଂହଦ୍ଵାର ସମ୍ମୁଖରେ ବାଙ୍ଗାଲୋରରୁ ଆସିଥିବା ମହିଳା ଭକ୍ତ ଓ ତାଙ୍କ ପରିବାରକୁ କରାଗଲା ଦୁର୍ବ୍ୟବହାର। ଏହି ଦୃଶ୍ୟ ହିଁ ବୟାନ କରୁଛି କିଭଳି ରହିଥିବ ସ୍ଥିତି ଏବଂ କକିଭଳି ଉଚ୍ଚ କଣ୍ଠରେ ଗାଳି କରୁଛନ୍ତି ନିୟୋଜିତ ଥିବା ପୋଲିସ କର୍ମଚାରୀ।

Advertisement
Srimandir: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର, ଦେଖନ୍ତୁ ଏହି ଭିଡିଓ..
Stop
Sanjaya Kumar Mohapatra|Updated: Apr 08, 2024, 07:18 AM IST

Srimandir: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୁଣି ପୋଲିସର ଦୁର୍ବ୍ୟବହାର । ସିଂହଦ୍ଵାର ସମ୍ମୁଖରେ ବାଙ୍ଗାଲୋରରୁ ଆସିଥିବା ମହିଳା ଭକ୍ତ ଓ ତାଙ୍କ ପରିବାରକୁ କରାଗଲା ଦୁର୍ବ୍ୟବହାର। ଏହି ଦୃଶ୍ୟ ହିଁ ବୟାନ କରୁଛି କିଭଳି ରହିଥିବ ସ୍ଥିତି ଏବଂ କକିଭଳି ଉଚ୍ଚ କଣ୍ଠରେ ଗାଳି କରୁଛନ୍ତି ନିୟୋଜିତ ଥିବା ପୋଲିସ କର୍ମଚାରୀ। ଭକ୍ତଙ୍କ ପ୍ରତିକ୍ରିୟା ଅନୁଯାୟୀ ଅନେକ ସମୟ ଧରି ସେ ଲମ୍ବା ଧାଡିରେ ଠିଆ ହୋଇଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ କିଛି ଭି ଆଇପି ଭକ୍ତ ଦୋଳବେଦୀ ନିକଟରେ ଅଲଗା ଗଳା ବାଟ ଦେଇ ଆସୁଥିବାବେଳେ ଭକ୍ତ ମାନେ ଚାପି ହୋଇଯାଇଥିଲେ ଯାହା ଫଳରେ ଲମ୍ବା ଲାଇନଟିରେ ୧୦ରୁ ଅଧିକ ଭକ୍ତ ତଳେ ପଡିଯାଇଥିଲେ ଏଇ ବିଷୟରେ ସେ ପୋଲିସକୁ କହିଲା ବେଳେ ପୋଲିସର ବ୍ୟବହାରଟିକୁ ଦେଖନ୍ତୁ ଏହି ଦୃଶ୍ୟ ହିଁ ବୟାନ କରୁଛି କିଭଳି ରହିଛି ଆଚରଣ ଓ ଉଚ୍ଚାରଣ।

କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ପୁରୀ ପୋଲିସର ଏଭଳି ବ୍ୟବହାର ଟିକେ ଦେଖନ୍ତୁ ଆଉ ସିଧାସଳଖ ଇଡିଅଟ କହିବା ପରେ ମନ୍ଦିରକୁ ଆସିବାକୁ ମଧ୍ୟ ମନା କରାଯାଉଛି ହିନ୍ଦୀ ଭାଷାରେ ପୋଲିସ ପକ୍ଷରୁ ଜଣେ ମହିଳା ଭକ୍ତ ଓ ତାଙ୍କର ପରିବାରକୁ ଯାହା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନରେ ଘୋର କଷ୍ଟ ଦେଇଛି ଯାହା ସାଧାରଣରେ ମତ ପ୍ରକାଶ ପାଇଛି । ଯଦି ପୁରୀ ପୋଲିସର ଏହି ଭଳି ଆଚରଣ ଓ ଉଚ୍ଚାରଣ ରହିବ ତେବେ ତିକ୍ତ ଅନୁଭୂତି ନେଇ ଫେରିବେ ପୁରୀ କୁ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀ । ଏହି ଦୃଶ୍ୟ ଦେଖିବା ପରେ ପୁରୀ ପୋଲିସ କଣ ପଦକ୍ଷେପ ଗ୍ରହଣ କରୁଛି ଉକ୍ତ କର୍ମଚାରୀ ବିରୋଧରେ ତାହାକୁ ଅପେକ୍ଷା କରିଛନ୍ତି ଭକ୍ତ ଦର୍ଶନାର୍ଥୀ।

Read More
{}{}