Hindi News >>Home >>Odisha State

Social Media Account: ଏଣିକି ସବୁ ଡାକ୍ତରଖାନାର ଏକ୍ସ ଆକାଉଣ୍ଟ

ଆଗାମୀ ତିନି ଦିନ ମଧ୍ୟରେ ଏକ୍ସ ଆକାଉଣ୍ଟ ଖୋଲିବା ସହିତ ତାହାର ବିବରଣୀ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ଲାଗି ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

Advertisement
Social Media Account: ଏଣିକି ସବୁ ଡାକ୍ତରଖାନାର ଏକ୍ସ ଆକାଉଣ୍ଟ
Stop
Prabhudatta Moharana|Updated: Jun 19, 2024, 08:20 AM IST

Social Media Account: ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ନେଇ କିଛି ସମସ୍ୟା ଥିଲେ ଜନତା ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିବେ । ଏହି ଅଭିଯୋଗ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ତୁରନ୍ତ ପହଞ୍ଚିବ ଆଉ ଯଥାଶୀଘ୍ର ତାହାର ସମସ୍ୟାର ସମାଧାନ କରାଯିବ । ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବା ଅବସରରେ ପ୍ରତ୍ୟେକ ଡାକ୍ତରଖାନାର ନିଜସ୍ୱ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସିଡିଏମ୍‌ଓ/ପିଏଚ୍‌ଓ, କ୍ୟାପିଟାଲ ହସ୍ପିଟାଲ ଏବଂ ଆରଜିଏଚ୍ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ତୁରନ୍ତ ଏକ୍ସ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଜିଲ୍ଲା ଡାକ୍ତରଖାନା ସମେତ ଉପଖଣ୍ଡ ଡାକ୍ତରଖାନା (ଏସ୍‌ଡିଏଚ୍‌), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି), ଜନ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ର ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଏକ୍ସ ଆକାଉଣ୍ଟ ପରିଚାଳିତ ହେବ । ଏହି ସାମାଜିକ ଗଣମାଧ୍ୟମରେ ଯେଉଁ ଅଭିଯୋଗ ଆସିବ ତାହାର ସମାଧାନ କରିବା ପାଇଁ ସମ୍ପୃକ୍ତ ମେଡିକାଲ ଅଫିସର ପଦକ୍ଷେପ ନେବେ । ଆଗାମୀ ତିନି ଦିନ ମଧ୍ୟରେ ଏକ୍ସ ଆକାଉଣ୍ଟ ଖୋଲିବା ସହିତ ତାହାର ବିବରଣୀ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ଲାଗି ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

{}{}