Hindi News >>Home >>Odisha State

ବିଜୟ ପରେ ଦେବାଦେବୀଙ୍କ ଆଶୀର୍ବାଦ ନେଲେ ବିଜୟୀ ପ୍ରାର୍ଥୀ

ଦେବାଦେବୀଙ୍କ ଦର୍ଶନ ସହ ପୂଜାପାଠ କରି ଜନସାଧାରଣଙ୍କ ସେବା ପାଇଁ ଶକ୍ତି ଦେବାକୁ ବିଜୟୀ ପ୍ରାର୍ଥୀମାନେ ପ୍ରାର୍ଥନା କରିଛନ୍ତି ।

Advertisement
ବିଜୟ ପରେ ଦେବାଦେବୀଙ୍କ ଆଶୀର୍ବାଦ ନେଲେ ବିଜୟୀ ପ୍ରାର୍ଥୀ
Stop
Soubhagya Ranjan Mishra|Updated: Jun 05, 2024, 04:43 PM IST

ଭୁବନେଶ୍ୱର:  ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ବିଜେପି ଦଳୀୟ ଅଫିସରେ ଖୁସିର ଲହରୀ ଦେଖିବାକୁ ମିଳିଛି । କାଲି ବିଜୟ ବାନା ଉଡାଇବା ପରେ ଆଜି ବିଭିନ୍ନ ମନ୍ଦିରରେ ପହଞ୍ଚି ଦେବାଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ବିଜେପିର ବିଜୟୀ ପ୍ରାର୍ଥୀ ।

ସୂଚନା ମୁତାବକ, ଆଜି ଏକ ଶୋଭାଯାତ୍ରା ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଏକାମ୍ର ଭୁବନେଶ୍ବର ବିଜେପି ବିଜୟୀ ପ୍ରାର୍ଥୀ ବାବୁ ସିଂ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଅପରାଜିତା ସାଷ୍ଟାଙ୍ଗ ପ୍ରଣାମ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପରେ ଅପରାଜିତା କହିଥିଲେ ଯେ, ଏହି ବିଜୟ ପାଇଁ ଭୁବନେଶ୍ୱରବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଜନସାଧାରଣମାନେ ବିଶ୍ୱାସର ସହ ଭୋଟ୍ ଦେଇଥିବାରୁ ସେମାନଙ୍କ ହିତ ପାଇଁ କାର୍ଯ୍ୟ ଜାରି ରହିବ । ଅନ୍ୟପଟେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଭୁବନେଶ୍ୱର ରସୁଲଗଡ ନିକଟରେ ଥିବା ଏକ ହନୁମାନ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । କେନ୍ଦ୍ରାପଡାବାସୀ ତାଙ୍କୁ ବିପୁଳ ଭୋଟ୍ ଦେଇଥିବାରୁ ସଭିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବୈଜୟନ୍ତ । ସେହିପରି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିଜୟ ପରେ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଯାଇ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି । ଏହି ବିଜୟ ଧାମନଗର ମାଟିର ପ୍ରତିଟି ଜନସାଧାରଣଙ୍କ ବିଜୟ ବୋଲି ସୂରଜ ମତପ୍ରକାଶ କରିଛନ୍ତି ।

Also Read- Top 10 News Today: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, ପଢନ୍ତୁ ଅନ୍ୟାନ୍ୟ ଖବର

Also Read- Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଦେବ ୫ଟି ରାଶିରେ ବଡ଼ ପ୍ରଭାବ

Read More
{}{}