Hindi News >>Home >>Odisha State

Weather Update: ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ବଢିବ ତାତି !

Weather Update: ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ଆକନ କରିଛି IMD ।

Advertisement
Weather Update: ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ବଢିବ ତାତି !
Stop
Surya Narayana Mohanty|Updated: Apr 09, 2024, 03:07 PM IST

Weather Update: ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ଆକନ କରିଛି IMD ।

ସୂଚନାଯୋଗ୍ୟ, ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ଆଉ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ଦେଉଛି କାଳବୈଶାଖି।  ବିଜୁଳି, ଘଡଘଡ଼ି ସାଙ୍ଗକୁ କାଳବୈଶାଖିର ପ୍ରଭାବରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପ୍ରବାହିତ ହେଉଛି।  ରାଜ୍ୟ ବାୟୁ ମଣ୍ତଳରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନ ଥିବା ବେଳେ  ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ୨ ଦିନ ଲଗାଣ ବର୍ଷା ସହ  ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ଯେଉଁଠି ୨ ଦିନ ତଳେ ରାଜ୍ୟରେ ୧୬ ରୁ ୧୭ ସହରର ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଥିଲା। ସେଠି ସୋମବାର ଦିନ ୧୭ ସହରର ତାପମାତ୍ରା ୩୩ ଡିଗ୍ରୀ ଠାରୁ କମ୍  ରେକର୍ଡ଼ ହୋଇଛି। 

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ସୂଚନା ମୁତାବକ ରାଜ୍ୟ ସାରା ତାପମାତ୍ରା ତଳମୁହାଁ  ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ରେକର୍ଡ଼ ହୋଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ରାଜ୍ୟରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି।  ମଙ୍ଗଳବାର ମଧ୍ୟ ଏହି ପରିସ୍ଥିତି ଅପରିବର୍ତ୍ତିତ ରହିବ। ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ। ରାଜ୍ୟରେ ପଶ୍ଚିମାଝଡ଼ କମିବା ସହ ୧୦ ତାରିଖ ଯାଏଁ  ବିଭିନ୍ନ ଜିଲ୍ଲାକୁ  ବିଜୁଳି, ଘଡ଼ଘଡି଼ ସାଙ୍ଗକୁ  ବର୍ଷା ନେଇ ସତର୍କତା ଜାରି ହୋଇଛି। 

ରାଜ୍ୟରେ ୨ ଦିନ ପଶ୍ଚିମା ଝଡ଼ ସକ୍ରିୟ ହେବା ସହ ବର୍ଷା ହେଉଥିବା ବେଳେ ମାତ୍ର ୫ ସ୍ଥାନରେ ପାରଦ ୩୬ ଡିଗ୍ରୀ ରୁ ଉର୍ଦ୍ଧ୍ବ ରହିଥିବା ନଜରକୁ ଆସିଛି। ମାଲକାନଗିରିରେ ସର୍ବାଧିକ ଦିନ ତାପମାତ୍ରା  ୩୮.୭, ଡିଗ୍ରୀ ଥିବା ବେଳେ କୋରାପୁଟରେ ପାରଦ ୩୮ ଡିଗ୍ରୀ , ବୌଦ୍ଧ ୩୭, ପାରାଦୀପ୍ ରେ ୩୬.୭ ଓ ସୁନ୍ଦରଗଡ଼ରେ ପାରଦ ୩୬.୨, ଡିଗ୍ରୀ ରେକର୍ଡ଼ ହୋଇଛି।  ଉଭୟ କଟକ ଓ ଭୁବନେଶ୍ବରରେ ପାରଦ ୩୫ ଡିଗ୍ରୀ ତଳେ ରହିଛି । ମଙ୍ଗଳବାର ଉପକୂଳ ଓ ଆଭ୍ୟାନ୍ତରୀଣର ୧୧ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା,  ପୁରୀ, ଖୋର୍ଦ୍ଧା, ନୟାଗଡ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର  ଓ ରାୟଗଡା ରହିଛି। ୧୦ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ସମ୍ଭାବନା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। 

Also Read- Lok Sabha Elections 2024: କେନ୍ଦ୍ରାପଡ଼ାରେ କିଏ ଜିତିବ?

Also Read- Guru Nakshatra Gochar: ରାମ ନବମୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ୩ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ

Read More
{}{}