Hindi News >>Home >>Odisha State

Accident News: ଦୁର୍ଘଟଣା ବୁଡ଼ାଇଦେଲା ବଂଶ, ବେସାହାରା ହୋଇଗଲେ ବୃଦ୍ଧ ବାପା

Accident News: ଗୁରୁବାର ରାତି କେନ୍ଦୁଝର ରିମୂଲି ନିକଟରେ ହୋଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏହି ଦୁର୍ଘଟଣା ଗୋଟିଏ ପରିବାରକୁ ପୂରା ଶେଷ କରିଦେଇଛି। କେନ୍ଦୁଝର ତରମାକାନ୍ତର ହୀରାଲାଲ ପଲେଇ। କେନ୍ଦୁଝର ବଡ଼ବିଲ ଭଦ୍ରାସାହିରେ ବ୍ୟବସାୟ କରି ବେଶ ଖୁସିହାସିରେ ରହୁଥିଲେ। 

Advertisement
Accident News: ଦୁର୍ଘଟଣା ବୁଡ଼ାଇଦେଲା ବଂଶ, ବେସାହାରା ହୋଇଗଲେ ବୃଦ୍ଧ ବାପା
Stop
Abhaya mohanty|Updated: May 17, 2024, 11:50 AM IST

Accident News: ଗୁରୁବାର ରାତି କେନ୍ଦୁଝର ରିମୂଲି ନିକଟରେ ହୋଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏହି ଦୁର୍ଘଟଣା ଗୋଟିଏ ପରିବାରକୁ ପୂରା ଶେଷ କରିଦେଇଛି। କେନ୍ଦୁଝର ତରମାକାନ୍ତର ହୀରାଲାଲ ପଲେଇ। କେନ୍ଦୁଝର ବଡ଼ବିଲ ଭଦ୍ରାସାହିରେ ବ୍ୟବସାୟ କରି ବେଶ ଖୁସିହାସିରେ ରହୁଥିଲେ। ପରିବାର କହିଲେ ତାଙ୍କର ସ୍ତ୍ରୀ, ଜଣେ ଅଭିବାହିତ ପୁଅ ଆଉ ଝିଅ, ଆଉ ବିବାହିତ ବଡ଼ ଝିଅ, ଜ୍ୱାଇଁ, ଏବଂ ୪ବର୍ଷର ନାତୁଣୀ। ଗତକାଲି ହୀରାଲାଲଙ୍କ ପରିବାରର ସମସ୍ତ ସଦସ୍ୟ ବଡ଼ବିଲ ରୁ ନିଜ ଗ୍ରାମ ତରମାକାନ୍ତ ଯାଉଥିବା ସମୟରେ ସନ୍ଧ୍ୟା ୯ଟା ସମୟରେ ପୁରା ପରିବାର ଉପରେ ମାଡି ଯାଇଥିଲା କାଳ। ଦୁଇଟି ଟ୍ରକ ମଧ୍ୟରେ ପେଶି ହୋଇଯାଇଥିଲା ପୁରା ପରିବାର। ଗ୍ରାମରେ ଥିବା ବୁଢା ବାପ ହୀରାଲାଲଙ୍କୁ ଛାଡି ପୁରା ପରିବାରର ୬ଜଣ ପ୍ରାଣ ହରାଇଛନ୍ତି।

ଏପଟେ ବଡ଼ ଝିଅ ବାହାରିବା ପୂର୍ବରୁ ବାପାଙ୍କୁ ଫୋନ କରି କହିଥିଲା ଆମେ ଯାଉଛୁ ରୋଷେଇ କରି ରଖିଥିବ। ବୁଢା ବାପା ରୋଷେଇ କରି ଅନେଇ ବସିଥିଲା କେତେବେଳେ ଆସିବେ ସ୍ତ୍ରୀ, ପୁଅ ଝିଅ ଜୋଇଁ ଆଉ ନାତୁଣୀ। ସେ କି ଜାଣି ଥିଲା ଝିଅର ସେହି ଫୋନ ଶେଷ ଫୋନ ହେବ ବୋଲି। କେତେ ଖୁସିରେ ଅନେଇ ବସିଥିବା ବାପା ପାଖରେ ଯେତେବେଳେ ଏହି ଖବର ପହଞ୍ଚି ଥିଲା ଦୁଃଖର ପାହାଡ଼ ଖସି ପଡ଼ିଥିଲା। ଦୁର୍ଘଟଣାରେ ନିଜ ସ୍ତ୍ରୀ, ପୁଅ, ୨ଝିଅ, ଜ୍ୱାଇଁ ଏବଂ ନାତୁଣୀ ପ୍ରାଣ ହରାଇ ଥିବା ବେଳେ ହୀରାଲାଲଙ୍କ ସମ୍ପୂର୍ଣ୍ଣ ବଂଶ ୨ ଟ୍ରକ ମଧ୍ୟରେ ପେଶି ହୋଇଯାଇଥିଲେ। ଆଜି କେନ୍ଦୁଝର ତରମାକାନ୍ତ ରେ ସ୍ତ୍ରୀ, ପୁଅ ଆଉ ସାନ ଝିଅ ର ମୃତ ଦେହ ପହଞ୍ଚି ଥିବା ବେଳେ ସେଠାରେ ଶୋକାକୋଳ ପରିସ୍ଥିତି ଦେଖାଯାଇଥିଲା। ଅନ୍ୟ ୩ ଜଣଙ୍କ ମୃତ ଦେହ ସେମାନଙ୍କ ବଲାଣିସ୍ଥିତ ଗ୍ରାମରେ ଦାହ କରା ଯାଇଥିଲା

{}{}