Hindi News >>Home >>Odisha State

କେନ୍ଦୁଝର ଆତୁରିକଣାରେ ଅଘଟଣ, ପୋଖରୀରେ ବୁଡ଼ି ୩ ମୃତ୍ୟୁ

ମୃତ ୩ ଶିଶୁ କନ୍ୟାଙ୍କ ନାମ ପାୟଲ ପାତ୍ର (୩ବର୍ଷ), ଲିପ୍ସା ପାତ୍ର (୩ବର୍ଷ), ଭାରତୀ ପାତ୍ର (୪ ବର୍ଷ) ବୋଲି ଜଣାପଡିଛି ।

Advertisement
କେନ୍ଦୁଝର ଆତୁରିକଣାରେ ଅଘଟଣ, ପୋଖରୀରେ ବୁଡ଼ି ୩ ମୃତ୍ୟୁ
Stop
Soubhagya Ranjan Mishra|Updated: Jul 30, 2024, 03:51 PM IST

କେନ୍ଦୁଝର: ପୋଖରୀରେ ବୁଡ଼ି ୩ ଅଙ୍ଗନବାଡି ଶିଶୁଙ୍କର ମୃତ୍ୟୁ ହୋଇଛି । ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ ଏପରି ଅଘଟଣ ଘଟିଛି । ମୃତ ୩ ଶିଶୁ କନ୍ୟାଙ୍କ ନାମ ପାୟଲ ପାତ୍ର (୩ବର୍ଷ), ଲିପ୍ସା ପାତ୍ର (୩ବର୍ଷ), ଭାରତୀ ପାତ୍ର (୪ ବର୍ଷ) ବୋଲି ଜଣାପଡିଛି ।

ସୂଚନା ମୁତାବକ, ଆଜି ସକାଳୁ ଶିଶୁ ଜଣ ଅଙ୍ଗନବାଡିକୁ ପାଠ ପଢିବାକୁ ଯାଇଥିଲେ । ଶ୍ରେଣୀ ଶେଷ ହେବା ପରେ ଅଙ୍ଗନବାଡି ନିକଟରେ ଥିବା ଏକ ପୋଖରୀକୁ ଯାଇଥିଲେ । ସେଠାରେ ପାଣିରେ ଖେଳିବା ସମୟରେ ପାଦ ଖସିଯିବାକୁ ପୋଖରୀ ମଧ୍ୟକୁ ଖସି ପଡିଥିଲେ ୩ ଶିଶୁ । ପରେ ଗ୍ରାମବାସୀଙ୍କ ନଜରରେ ଏହି ଘଟଣା ପଡିବାରୁ ୩ ଶିଶୁଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା । ପରେ  ଆଗରପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଡାକ୍ତର ଶିଶୁମାନଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ଦିନରେ ସାହିର ୩ ଶିଶୁଙ୍କ ମୃତ୍ୟୁ ପରେ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Also Read- Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ

Also Read- Shukra Gochar 2024: ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଦିନକ ପରେ ବଦଳିଯିବ ୪ ରାଶିର ଭାଗ୍ୟ

Read More
{}{}