Hindi News >>Home >>Odisha State

Road Accident: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୦ ଯାତ୍ରୀ ଆହତ

 Accident News: ଅଟୋରେ ଏତେ ଲୋକ ବସିଥିବା ହେତୁ ଗାଡ଼ିଟି ଓଲବ ଘାଟି ନିକଟରେ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅଟୋରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 22, 2023, 12:52 PM IST

Road Accident: କଟକ (Cuttack) ଜିଲ୍ଲା ନରସିଂହପୁରରେ (Narasinghpur) ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ଅଟୋର ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ଯରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ନରସିଂହପୁର ବ୍ଲକ ଚମ୍ପେଶ୍ବର ହାଟ ଚାଲିଥିବା ବେଳେ ଏକ ଅଟୋ ସାହାଯ୍ୟରେ ପ୍ରାୟ ୧୦ରୁ ୧୨ ଜଣ ମହିଳା ଯାତ୍ରୀ ସେଠାକୁ ଯାଉଥିଲେ । ଅଟୋରେ ଏତେ ଲୋକ ବସିଥିବା ହେତୁ ଗାଡ଼ିଟି ଓଲବ ଘାଟି ନିକଟରେ ଓଲଟି ପଡ଼ିଥିଲା । ଦୁର୍ଘଟଣା (Accident) ପରେ ସ୍ଥାନୀୟ ଲୋକେ ଅଟୋରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର (Cuttack SCB medical college) କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ସୋମବାର ଦିନ ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୭ ଜଣ କାଉଡିଆ ପାଟଣା ଶିବ ମନ୍ଦିରରେ ଜଳ ଲାଗି କରି ଫେରୁଥିବା ବେଳେ ୪୯ନଂ ଜାତୀୟ ରାଜପଥ ଖୁରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ଏକ ଟ୍ରଲର କାଉଡିଆ ଥିବା ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଅନ୍ୟ ତିନି ଜଣ କାଉଡିଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅନ୍ୟପଟେ ଶ୍ରାବଣ ସୋମବାର ସକାଳୁ ସକାଳୁ ଗଞ୍ଜାମ (Brahmapur) ଜିଲ୍ଲା କୋଟିନଡା ଥାନା ଭେଜିପୁଟ ନିକଟରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) । ଏହି ଦୁର୍ଘଟଣାରେ ଦୁଇ କାଉଡିଆଙ୍କ ମୃତ୍ଯୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆସିକାରୁ (Asika) ଋଷିକୂଲ୍ୟା ନଦୀରୁ (rushikulya river) ଅରଖପୁର ତାଡକେଶ୍ୱର ଶିବ ପୀଠକୁ ପାଣି ଭାର ନେଇ ଯାଉଥିବା ବେଳେ ଭେଜିପୁଟ ନିକଟରେ ଦୁଇ କାଉଡିଆଙ୍କୁ ପଛପଟୁ ଏକ କାରଟି ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିଲେ । ମୃତକଙ୍କ ନାଁ ଅନିତା ଜେନା ଓ ମୁକୁନା ବେହେରା ବୋଲି ଜଣାପଡ଼ିଛି । ଅନିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏମକେସିଜିରେ ଭର୍ତ୍ତି ହେବା ପରେ ମୁକୁନାଙ୍କର ମୃତ୍ୟୁ ହୋଇଥିଲେ । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ (MKCG Medical College And Hospital) ସ୍ଥାନାନ୍ତରିତ କରାଯାଇ ସେଠାରେ ଚିକିତ୍ସା କରାଯାଉଛି । ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ଘର ଅରଖପୁର ହୋଇଥିବା ସୂଚନା ମିଳିଛି ।

Also Read-Puri: ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ତିଆରି ହେବ ଦିବ୍ୟାଙ୍ଗ ରାମ୍ପ, ଖୁବଶୀଘ୍ର ମରାମତି ହେବ ନାଟମଣ୍ତପ ଫାଟ

ଅନ୍ୟପଟେ, ରବିବାର ଦିନ ଭୋର ସମୟରେ ଜ୍ୟୋତି ଟ୍ରାଭେଲର୍ସ ନାମକ ଏକ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ (Bihar to Puri) ଅଭିମୁଖେ ଯାଉଥିଲା । ଏହି ସମୟରେ ୧୬ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବା ସହ ଗୋଟିଏ ପାର୍ଶ୍ବର ରାସ୍ତା ବନ୍ଦ ଥିବା ଦେଖି ଗାଡ଼ିର ସ୍ପିଟ୍ କମ୍ କରିବା ନେଇ ବ୍ରେକ୍ ମାରିଥିଲେ ଡ୍ରାଇଭର । ଏହି ସମୟରେ ସାୟନ ସାୟନ୍ତିକା ନାମକ ଏକ ତୀର୍ଥଯାତ୍ରୀ ବସଟି ପଛରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଜ୍ୟୋତି ଟ୍ରାଭେଲର୍ସ ବସକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବସ୍ତା ଡ଼ାକ୍ତରଖାନାରେ (Basta Hospital) ଭର୍ତ୍ତି କରାଯାଇଛି । ଅନ୍ୟପଟେ ସାୟନ ସାୟନ୍ତିକା ୪୦ ଜଣ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ  (kolkata 24 pargana to Puri ) ଯାଉଥିବା ଜଣାପଡ଼ିଛି ।

 

Read More
{}{}