Hindi News >>Home >>Odisha State

Odisha News: ବିଶ୍ୱକପ୍ ରେ ଭାରତ ହାରିବା ପରେ ଜୀବନ ହାରିଲେ ଯୁବକ

Odisha News: ଚଳିତ (World Cup 2023 final) ବିଶ୍ବକପର ଫାଇନାଲ ମ୍ୟାଚରେ ହାରିଛି ଟିମ୍ ଇଣ୍ତିଆ (Team india। କଙ୍ଗାରୁ ଦଳ ଆଗରେ ଧରାସାୟୀ ହୋଇଗଲା ଟିମ୍ ଇଣ୍ତିଆ।  ଭାଙ୍ଗିଗଲା ୧୪୦ କୋଟି ଭାରତୀୟଙ୍କ ହୃଦୟ। ଆଉ ଏହି ଦୁଃଖକୁ ସହି ପାରି ନ ଜୀବନ ହାରି ଦେଇଛନ୍ତି ଯାଜପୁରର ଜଣେ ଯୁବକ। 

Advertisement
Odisha News: ବିଶ୍ୱକପ୍ ରେ ଭାରତ ହାରିବା ପରେ ଜୀବନ ହାରିଲେ ଯୁବକ
Stop
Zee Odisha Desk|Updated: Nov 20, 2023, 01:37 PM IST

Odisha News: ଚଳିତ (World Cup 2023 final) ବିଶ୍ବକପର ଫାଇନାଲ ମ୍ୟାଚରେ ହାରିଛି ଟିମ୍ ଇଣ୍ତିଆ (Team india। କଙ୍ଗାରୁ ଦଳ ଆଗରେ ଧରାସାୟୀ ହୋଇଗଲା ଟିମ୍ ଇଣ୍ତିଆ।  ଭାଙ୍ଗିଗଲା ୧୪୦ କୋଟି ଭାରତୀୟଙ୍କ ହୃଦୟ। କାହିଁକିନା ଗତକାଲି ମ୍ୟାଚରେ ଭାରତ ଜିତିବ ବୋଲି ସମସ୍ତଙ୍କର ଆଶା ଥିଲା। ଏନେଇ ବିଭିନ୍ନ ସ୍ଥାନରେ ପୂଜା ପାଠ ସହ ଟିମ୍ ଇଣ୍ତିଆର ବିଜୟ ପାଇଁ ହୋମ ଯଜ୍ଞ ବି ଚାଲିଥିଲା। କିନ୍ତୁ ଶେଷରେ ଓ୍ବାର୍ଲକପ ଟ୍ରଫିକୁ ନିଜ ନାଁରେ କରି ନେଇଥିଲା  ଅଷ୍ଟ୍ରେଲିଆ । ଆଉ ଏହି ଦୁଃଖକୁ ସହି ପାରି ନ ଜୀବନ ହାରି ଦେଇଛନ୍ତି ଯାଜପୁରର ଜଣେ ଯୁବକ। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ, ଯାଜପୁର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପଞ୍ଚାୟତର ଦେବ ରଞ୍ଜନ ଦାସ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Also Read: World Cup 2023: ଭାରତ ହାରିଲା ପରେ ରେଖା କହିଲେ ଏମିତି, ଜିତିଥିଲେ ମୁଁ...

ସୂଚନା ଅନୁସାରେ, ଗତକାଲି ଗୁଜୁରାଟର ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବପକ୍ ଫାଇନାଲ ମ୍ୟାଚ୍ (World Cup 2023 final) ଖେଳାଯାଇଥିଲା।  ଏହି ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ (india vs aus) ମୁହାଁ ମୁହିଁ ହୋଇଥିଲେ। ଏହି ମ୍ୟାଚ୍ ଟିକୁ ଟିଭିରେ ଉପଭୋଗ କରୁଥିଲେ ଯାଜପୁର ବିଞ୍ଝାରପୁରର ଦେବରଞ୍ଜନ ଦାସ। କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଯେତେବେଳେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। ସେତେବେଳେ ଭାଙ୍ଗି ଯାଇଥିଲା ଦେବରଞ୍ଜନଙ୍କ ମନ। ଆଉ ଅଷ୍ଟ୍ରେଲିଆ ବିଶ୍ବକପର ଟ୍ରଫି ହାତେଇବା ଦେଖି କଣ କରିବେ କିଛି ଭାବି ପାରି ନଥିଲେ ଦେବରଞ୍ଜନ। ଶେଷରେ ଉପାୟ ଶୂନ୍ୟ ହୋଇ ବିଳମ୍ବିତ ରାତିରେ ଅଧାଗଢା ହୋଇଥିବା ଏକ ଘରେ ରଶି ଲଗାଇ ଝୁଲି ପଡିଥିଲେ । ସକାଳେ ଏହା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉ କି, ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।

 

Read More
{}{}