Hindi News >>Home >>Odisha State

Odisha News: ଭଲପାଇ ଠକି ଦେଲେ ପୁଲିସ୍ ବାବୁ, ଏବେ ଯୁବତୀ....

Odisha News: ପୋଲିସ ବାବୁଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ପରେ ପ୍ରତାରଣ। ପ୍ରତାରିତ ଯୁବତୀ ସୁନ୍ଦରଗଡରୁ ଆସି କେନ୍ଦୁଝର ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ ପୋଲିସ ବାବୁ ଓ ଏହି ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲା ରାଇବୋଗା ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisement
Odisha News: ଭଲପାଇ ଠକି ଦେଲେ ପୁଲିସ୍ ବାବୁ, ଏବେ ଯୁବତୀ....
Stop
Abhaya mohanty|Updated: May 10, 2024, 12:19 PM IST

Odisha News: ପୋଲିସ ବାବୁଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ପରେ ପ୍ରତାରଣ। ପ୍ରତାରିତ ଯୁବତୀ ସୁନ୍ଦରଗଡରୁ ଆସି କେନ୍ଦୁଝର ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ ପୋଲିସ ବାବୁ ଓ ଏହି ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲା ରାଇବୋଗା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁହେଁ ଦୀର୍ଘ ପାଞ୍ଚ ବର୍ଷ ହେବ ଭଲ ପାଇ ଏକାଠି ମଧ୍ୟ ରହୁଥିଲେ। ପରବର୍ତ୍ତୀ ସମୟରେ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ପରେ ରାଇବୋଗା ଥାନାରେ ଏନେଇ ଦୁଇ ପରିବାର ପକ୍ଷରୁ ବୁଝାମଣା ହୋଇ ବିବାହ କରିବାକୁ ନିଷ୍ପତି ହୋଇଥିଲା । ହେଲେ ପୋଲିସ ବାବୁ ଜଣକ ଆଉ ଧରା ଛୁଆଁ ଦେଉନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

 କେସ ନକରିବାକୁ ପୋଲିସ ବାବୁ ଯୁବତୀଙ୍କୁ ୩ ଲକ୍ଷ ଟଙ୍କାର ପ୍ରଲୋଭନ ମଧ୍ୟ ଦେଖାଇଥିଲେ। ହେଲେ ଯୁବତୀ ରାଜି ନହେବାରୁ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେବା ସହ ମୁଁ ପୋଲିସ ରେ ଅଛି ତୁ ମୋର କିଛି କରିପାରିବୁନି କହି ଧମକ ଦେବାକୁ ପୋଲିସ ବାବୁ ପଛାଇ ନାହାନ୍ତି। ପୋଲିସ ବାବୁ ଜଣକ ହେଲେ ଅନୁପ ଲୁଗୁନ। ସେ ବର୍ତ୍ତମାନ ଘଟଗାଁ ଥାନା ରେ ଏଏସଆଇ ଭାବେ କାର୍ଯ୍ୟରତ। ଏବେ ନ୍ୟାୟ ପାଇଁ ଯୁବତୀ ଜଣକ ଏ ଥାନା ରୁ ସେ ଥାନା କୁ ନ୍ୟାୟ ପାଇ ଘୁରି ବୁଲୁଛନ୍ତି ଓ ନ୍ୟାୟ ନମିଳିଲେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି । ଏନେଇ ପୋଲିସ ବିଭାଗର ପ୍ରତିକ୍ରୀୟା ମିଳିପାରିନାହିଁ।

{}{}