Hindi News >>Home >>Odisha State

Odisha News: ପାରାଦୀପ ବନ୍ଦରରେ ବିଦେଶୀ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Odisha News: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକା ରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ । ତାଙ୍କର ମୃତ୍ୟୁ କିଭଳି ହେଲା ତାହାର ପ୍ରକୃତ କାରଣ ଜଣାପଡି ନାହିଁ।  କିନ୍ତୁ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଏ-ନେଇ ଖବର ପାଇ ପାରାଦୀପ ମେରାଇନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

Advertisement
Odisha News: ପାରାଦୀପ ବନ୍ଦରରେ ବିଦେଶୀ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
Stop
Narayan Behera|Updated: May 23, 2024, 07:27 PM IST

Odisha News: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକା ରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ । ଆଙ୍କରେଜରେ ବନ୍ଦରକୁ ଆସିବାକୁ ଅପେକ୍ଷାରେ ଥିବା ''ୟୁକା'' ଡି ଭେସେଲ ନାମକ ପଣ୍ୟବାହୀ ଜାହାଜରେ ସେ କ୍ରିୟୁ ମେମ୍ବର ଥିଲେ । ତାଙ୍କ ନାମ ହେଉଛି ''କ୍ୟୁରିୟୋ ଏରାଲ୍ ୱିଲଲେହାମ୍ ଆଜାରକନ୍'' ବୋଲି ଜଣାପଡିଛି । ତାଙ୍କର ମୃତ୍ୟୁ କିଭଳି ହେଲା ତାହାର ପ୍ରକୃତ କାରଣ ଜଣାପଡି ନାହିଁ।  କିନ୍ତୁ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଏ-ନେଇ ଖବର ପାଇ ପାରାଦୀପ ମେରାଇନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ତେବେ ଏହି ଜାହାଜଟି ବାଂଲାଦେଶରେ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବା ପାଇଁ ଆସିଥିବା ବେଳେ ଜାହାଜଟି ଆଙ୍କରେଜ୍ ଏରିଆରେ ଥିବା ବେଳେ ଜାହାଜ କ୍ରିୟୁର ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ୍ ଏନେଇ  ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ନିକଟରେ ପାରାଦୀପ ମାଛଧରା ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଯାହା ସମସ୍ତଙ୍କୁ ମର୍ମାହତ କରିଦେଇଛି। ସୁଶାନ୍ତ ବାଡୋଇ ନାମକ ଜଣେ ୩୩ ବର୍ଷିୟ ଯୁବକ ଆଜି ସନ୍ଧ୍ୟାରେ ମାଛଧରା ବନ୍ଦର ରେ ଜାଲ ପକାଇ ମାଛ ଧରୁଥିଲେ । କିନ୍ତୁ କୌଣସି କାରଣରୁ ଯୁବକ ଙ୍କ ଗୋଡ଼ ଖସିଯିବାରୁ ସେ  ପାଣି ଭିତରକୁ ପଡ଼ି ଯାଇଥିଲେ । ତେବେ ମାଛଧରା ବନ୍ଦରରେ ପାଣି ଗଭିର ଥିବାରୁ ଉକ୍ତ ଯୁବକ ଅନ୍ଧାରରେ ଆଉ ପହଁରି ନ ପାରି କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ।  ତେବେ ଯୁବକ ଜଣକ ବୁଡିଯିବା ସମୟରେ ଚିତ୍କାର କରିବାରୁ ଏ-ନେଇ ଉପସ୍ଥିତ କେତେକ ବୋଟ କର୍ମଚାରୀ ସ୍ଥାନୀୟ ସାମୁଦ୍ରିକ ଥାନାରେ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ସୁଚନା ଦେଇଥିଲେ। ତେବେ ଖବର ପାଇ ପାରାଦୀପ ମେରାଇନ୍ ଥାନା ପୋଲିସ ଇତି ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ସହିତ ଯୋଗା ଯୋଗ ସହାୟତା ଲୋଡିଛନ୍ତି ‌। ତେବେ ସମସ୍ତ ଙ୍କ ସହଯୋଗରେ ବହୁ ଖୋଜା ଖୋଜି ପରେ ମଧ୍ୟ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି । ଏ-ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ। ତଥାପି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ମିଳିଛି ।

Read More
{}{}