Hindi News >>Home >>Odisha State

Odisha News: କ୍ୟାନସର ରୋଗୀଙ୍କ ପାଇଁ କେଶ ଦାନ କଲେ ୧୬ ବର୍ଷର ଛାତ୍ରୀ

Odisha News: ସେ +୨ ବିଜ୍ଞାନ ପଢିବା ପାଇଁ ପ୍ରସ୍ତୁତ ମଧ୍ଯ କରୁଛନ୍ତି। ଅଙ୍କିତା ପିଲା ବେଳୁ ସମାଜ ସେବା ପାଇଁ ଆଗ୍ରହ ରଖୁଥିଲେ। ଏବେ ଅଧ୍ୟୟନ କରୁଥିବା ବୟସରୁ ସେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଯୋଡ଼ି ହୋଇ ସମାଜ ସେବା କରି ଆସୁଛନ୍ତି। ଅଙ୍କିତା କେତେବେଳେ ନିଜ ଅଞ୍ଚଳ ରେ ଥିବା ଗରିବ ପିଲାମାନଙ୍କୁ ଖାତା ପେନ୍ ଦିଅନ୍ତି ତ ଆଉ କେତେବେଳେ ଖାଦ୍ୟ ପେୟ ଦିଅନ୍ତି ତ ଆଉ କେତେ ବେଳେ ଅସହାୟଙ୍କୁ ସହାୟତାର ହାତ ବଢାନ୍ତି।

Advertisement
Odisha News: କ୍ୟାନସର ରୋଗୀଙ୍କ ପାଇଁ କେଶ ଦାନ କଲେ ୧୬ ବର୍ଷର ଛାତ୍ରୀ
Stop
Abhaya mohanty|Updated: Jun 24, 2024, 11:15 AM IST

Odisha News: ସମାଜ ସେବା ହେଉଛି ଜୀବନର ଲକ୍ଷ୍ୟ। ଛାତ୍ର ଅବସ୍ଥାରୁ ଏହି ଭାବନା ନେଇ ଲୋକଙ୍କ ସେବା ଜାରି ରଖିଛନ୍ତି ଅଙ୍କିତା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳିର ଅକ୍ଷୟ ସାହୁଙ୍କ ଝିଅ ସୁଶ୍ରୀ ଅଙ୍କିତା ସାହୁ। ଅଙ୍କିତା ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଦେଇ ନିଜ ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖି ଦଶମ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ସେ +୨ ବିଜ୍ଞାନ ପଢିବା ପାଇଁ ପ୍ରସ୍ତୁତ ମଧ୍ଯ କରୁଛନ୍ତି। ଅଙ୍କିତା ପିଲା ବେଳୁ ସମାଜ ସେବା ପାଇଁ ଆଗ୍ରହ ରଖୁଥିଲେ। ଏବେ ଅଧ୍ୟୟନ କରୁଥିବା ବୟସରୁ ସେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଯୋଡ଼ି ହୋଇ ସମାଜ ସେବା କରି ଆସୁଛନ୍ତି। ଅଙ୍କିତା କେତେବେଳେ ନିଜ ଅଞ୍ଚଳ ରେ ଥିବା ଗରିବ ପିଲାମାନଙ୍କୁ ଖାତା ପେନ୍ ଦିଅନ୍ତି ତ ଆଉ କେତେବେଳେ ଖାଦ୍ୟ ପେୟ ଦିଅନ୍ତି ତ ଆଉ କେତେ ବେଳେ ଅସହାୟଙ୍କୁ ସହାୟତାର ହାତ ବଢାନ୍ତି।

ଏବେ ନିଜେ ନିଜର କେଶରୁ ୧୨ ଇଞ୍ଚ୍ କେଶକୁ କ୍ୟାନସର ରୋଗୀଙ୍କ ପାଇଁ ଦାନ କରିଛନ୍ତି। ୧୬ ବର୍ଷୀୟ ସୁଶ୍ରୀ ଅଙ୍କିତା ସାହୁ ଏଭଳି କାର୍ଯ୍ୟ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜ କେଶ ଦାନ ସମ୍ପର୍କରେ ଅଙ୍କିତା କୁହନ୍ତି ; ଓଡ଼ିଶାରେ ୫୦ ହଜାରରୁ ଅଧିକ କ୍ୟାନସର ପୀଡ଼ିତ ରହିଛନ୍ତି। ସେଥି ମଧ୍ୟରୁ ୨୬ ପ୍ରତିଶତ ମହିଳା ସ୍ତନ କର୍କଟରେ ପୀଡିତ। କ୍ୟାନସର ରୋଗୀଙ୍କ ପ୍ରଥମତ କେଶ ଝଡି ଯାଇଥାଏ। ତେଣୁ ମୋ କେଶ ଦ୍ଵାରା ରୋଗୀଙ୍କ ମୁହଁରେ ହସ ଫୁଟି ପାରିବ। ଅଙ୍କିତା କ୍ୟାନସର ରୋଗୀଙ୍କୁ କେଶ ଦାନ କରିବା ଉଦ୍ଦେଶ୍ୟରେ ଗତ ତିନି ବର୍ଷ ହେଲା ସେ ନିଜ କେଶକୁ ଅତି ଯତ୍ନର ସହ ବଢାଇଥିବା ବେଳେ ସୋମବାର ଦିନ ୧୨ଇଞ୍ଚ କେଶ କାଟିଥିଲେ। ଉକ୍ତ କେଶ କୁ ସେ ଭୁବନେଶ୍ୱର ର ଶୋଭା ଟ୍ରଷ୍ଟ କୁ ପଠାଇଛନ୍ତି ଯାହା ମଦର ଚାରିଟେବୁଲ ଟ୍ରଷ୍ଟ ହାଇଦ୍ରାବାଦକୁ ଦିଆ ଯିବ। ସେ କହିଛନ୍ତି,ସେ ନିଜ ଅଞ୍ଚଳ ଧୁସୁରିରେ ୩ୟ କେଶଦାତ୍ରୀ ଆଉ ତାଙ୍କ କେଶ ରୋପଣ ଦ୍ବାରା ଜଣେ କ୍ୟାନସର।

{}{}